Friday 17 April 2020

Superstitions at the time of Corona | Article in Odia

କରୋନା ସମୟରେ ଅନ୍ଧବିଶ୍ୱାସ

ଡକ୍ଟର ମୃଣାଳ ଚାଟାର୍ଜୀ

ଅନ୍ଧବିଶ୍ୱାସର ସଂଜ୍ଞା ବେଶ୍ ବ୍ୟାପକ। ଏହାକୁ କୌଣସି ଅଲୌକିକ ଶକ୍ତିର ଗୋଟେ ଅଚେତନ ବିଶ୍ୱାସ କିମ୍ୱା ଏହି ବିଶ୍ଵାସ ଆଧାରରେ କିଛି ଅଭ୍ୟାସ କରିବା ବୋଲି କହି ହେବ। ତେବେ ସଙ୍କଟ ସମୟ ଅନ୍ଧବିଶ୍ୱାସକୁ ବଢ଼ାଇଥାଏ ଏବଂ ନୂଆ ଅନ୍ଧବିଶ୍ୱାସୀଙ୍କୁ ସୃଷ୍ଟି କରିଥାଏ। କାରଣ ସଙ୍କଟକୁ ଟାଳିବା ପାଇଁ ଲୋକେ କିଛି ଗୋଟେ ଅଦୃଶ୍ୟ ଶକ୍ତି କି ଯାଦୁକୁ ଅଧିକ ବିଶ୍ୱାସ କରନ୍ତି।
ଏବେ କୋଭିଡ-୧୯ ମହାମାରୀ ସାରା ବିଶ୍ଵକୁ ଆତଙ୍କିତ କରିଛି। ଏହା ଅନେକ ଅନ୍ଧବିଶ୍ୱାସକୁ ମଧ୍ୟ ଜନ୍ମ ଦେଇଛି। ଏହା ଲୋକଙ୍କୁ ଏମିତି କିଛି ପ୍ରଥା ପାଳନ କରିବାକୁ ପ୍ରେରିତ କରୁଛି ଯାହାର କୌଣସି ବୈଜ୍ଞାନିକ ଆଧାର ନାହିଁ କି ଯାହା ତର୍କସଙ୍ଗତ ନୁହେଁ।

ଅରୁଣାଚଳ ପ୍ରଦେଶର କିଛି ଲୋକ ବାଇବେଲରୁ ମିଳୁଥିବା ଚୂଳକୁ ପାଣିରେ ଭିଜେଇ ସେବନ କରିବାକୁ କରୋନାର ପ୍ରତିଷେଧକ ଭାବେ ମନେ କଲେ। ଅରୁଣାଚଳ ପ୍ରଦେଶର ନାମସାଇରେ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କ ମଧ୍ୟରେ ଏମିତି ଗୋଟେ ବାର୍ତ୍ତା ପ୍ରସାର ହେବାରେ ଲାଗିଲା। ଏ ବାର୍ତ୍ତାଟି ହେଉଛି- ନିଜ ଘର ସମ୍ମୁଖରେ ଗାତ ଖୋଳନ୍ତୁ, ଆପଣ ଯେଉଁ କୋଇଲା ପାଇବେ ତାକୁ ପାଣିରେ ମିଶେଇ ଘରେ ଛିଞ୍ଚନ୍ତୁ, ଏହା ଦ୍ଵାରା କରୋନା ପଳେଇଯିବ।
ଆସାମର କିଛି ଅଞ୍ଚଳରେ କରୋନାର କୁନଜରରୁ ବଞ୍ଚିବା ଲାଗି ଲୋକେ ନିଜ ଘର ଦୁଆର ବାହାରେ ତିନୋଟି ଲ୍ୟାମ୍ପ ଜାଳିଲେ।
ଅନ୍ଧବିଶ୍ୱାସ କେବଳ ଭାରତରେ ସୀମିତ ନୁହେଁ। ଜେରୁଜେଲମରେ ସଙ୍କଟ ଦୂର କରିବାକୁ କରୋନା ବ୍ରାଣ୍ଡର ବିଅର ପିଇବାକୁ କେହି ଜଣେ କହିଲେ। କୁହାଗଲା ଭଗବାନଙ୍କୁ ପ୍ରାର୍ଥନା କରିବାବେଳେ ଗୋଟେ ଗ୍ଲାସ ଭଲ ବିଅର ପିଇଲେ ଅତିରିକ୍ତ ଶକ୍ତି ମିଳିବ ଆଉ ଏହା କରୋନା ସଂକ୍ରମଣରୁ ରକ୍ଷା କରିବ।
ସେହିପରି ରୁଢ଼ିବାଦୀ ରବିଙ୍କ ମତରେ କରୋନା ଭାଇରସ ହେଉଛି ମଣିଷ ଜାତି ମୁକ୍ତି ପାଇବାର ସ୍ପଷ୍ଟ ସଙ୍କେତ। ଓଡ଼ିଶାର କିଛି ଲୋକ କରୋନାକୁ ଭଗବାନଙ୍କ କଳ୍କୀ ଅବତାର ଭାବେ ବିବେଚନା କରି କହିଲେ- କଳ୍‌କୀ ଆସିଲେ ଆଉ ସଂହାର କରିବେ। କିଛି ଲୋକ ଅଚ୍ୟୁତାନନ୍ଦଙ୍କ ବାଣୀକୁ ଉଦ୍ଧୃତ କରି କହିଲେ- ଗୋଟେ ଅଜଣା ରୋଗ ଆସିବ ଏବଂ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଯିବ। ଏ ହେଉଛି ସେ ସମୟ।
ଘରେ ରହିବାକୁ ତଥା ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଯଦିଓ ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଧାର୍ମିକ ସ୍ଥଳ ଯିବା ଉପରେ ପ୍ରତିବନ୍ଧ ଲଗେଇଛନ୍ତି ହେଲେ ଏମିତି କିଛି ଅନ୍ଧବିଶ୍ୱାସ ଏହି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଛି।
ଏହି ସଙ୍କଟ ସମୟରେ କିଛି ଉପଯୋଗୀ ବାର୍ତ୍ତା ଲୋକେ ଶୁଣିବା ଦରକାର। ଜେରୁଜଲେମର ସର୍ବୋଚ୍ଚ ମୁସଲିମ କର୍ତ୍ତୃପକ୍ଷ ଗ୍ରାଣ୍ଡ ମୁଫତି ମହମ୍ମଦ ଅହମ୍ମଦ ହୁସେନ ରେଡ଼ିଓରେ କହିଛନ୍ତି, “ଧାର୍ମିକ କାର୍ଯ୍ୟ ଅପେକ୍ଷା ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ନିଜକୁ ରକ୍ଷା କରିବା ଇସଲାମର ଅନ୍ୟତମ ମୂଳ ଚିନ୍ତନ।”
ଆଇଜଲରେ ମିଜୋରାମ ଚର୍ଚ୍ଚ କର୍ତ୍ତୃପକ୍ଷ ସ୍ଵତଃସ୍ଫୂର୍ତ୍ତ ଭାବେ ଜନସମାଗମ ଉପରେ ରୋକ ଲଗେଇଛନ୍ତି। ଅନେକ ହିନ୍ଦୁ ମନ୍ଦିର ଓ ଶିଖ ଗୁରୁଦ୍ୱାର କର୍ତ୍ତୃପକ୍ଷ ସମାନ ନିଷ୍ପତ୍ତି ନେଇଛନ୍ତି।
ଏମିତି ସଙ୍କଟ ସମୟରେ ବିଜ୍ଞାନ ସହଯୋଗ କରେ ଅନ୍ଧବିଶ୍ୱାସ ନୁହେଁ।
***
https://odisha.live/2020/04/17/myth-regarding-coronavirus-opinion-by-iimc-regional-director-doctor-mrinal-chatterjee/?fbclid=IwAR1mEaAqH9DWDhxbLkUFRNu6KCFtNKlPwhQCJDYGD99I3ne5Ub6SVuJy0cc
17.4.2020

No comments:

Post a Comment