Saturday 26 September 2020

Column | Odia| Pathe Prantare | 27.9.2020

 ପଥେ ପ୍ରାନ୍ତରେ । ମୃଣାଳ । ୨୭.୯.୨୦୨୦ 

କରୋନା କାଳରେ ନିଜସ୍ୱ ନିସଙ୍ଗତା 

ଭାରତକୁ କରୋନା ଆସିବାର ୨୫୦ ଦିନରୁ ଅଧିକ ହୋଇଗଲାଣି ପ୍ରଥମ ଲକ୍ଡାଉନ ଆରମ୍ଭ ହୋଇଥିଲା ମାର୍ଚ୍ଚ ମାସର ଶେଷ ଆଡ଼କୁ ଏଇ କେତୋଟି ମାସ ଭିତରେ ମହାମାରୀ ପୃଥିବୀର ଅର୍ଥନୀତି ସହିତ ଆମ ଜୀବନ ଉପରେ ମଧ୍ୟ ଅତ୍ୟନ୍ତ ବିରୂପ ପ୍ରଭାବ ପକାଇଛି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକେ ଏକାଠି ହେବା କଷ୍ଟକର ସାମାଜିକ ମିଳାମିଶା କମିଛି ତେଣୁ ନିସଙ୍ଗତା ବଢ଼ି ଯାଇଛି ଭାରତର ଅର୍ଥନୀତି ଉପରେ କେତେଦୂର ବିରୂପ ପ୍ରଭାବ ପଡ଼ିଛି, ତାହା ସମସ୍ତେ ଜାଣନ୍ତି ବେରୋଜଗାରୀ ବ୍ୟାପକ ଭାବେ ବଢ଼ିଛି କେବଳ କୃଷିକୁ ଛାଡି଼ଦେଲେ ଉତ୍ପାଦନ(ମ୍ୟାନୁଫାକ୍ଚରିଂ),  ସେବା(ସର୍ଭିସ) ଏବଂ ଅନ୍ୟାନ୍ୟ ପ୍ରାୟ ସବୁ କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏକାକୀ ଏବଂ ନିସଙ୍ଗ ଭାବେ ଦୀର୍ଘଦିନ ଧରି ର୍ଘଦିନ ଧରି ରିହବା ଫଳରେ ମାନସିକ ରୋଗ ବଢ଼ିଛି । ପରିସଂଖ୍ୟାନ କହୁଛି ଏ ସମୟ ଭିତରେ ଆତ୍ମହତ୍ୟାର ଘଟଣା ବଢ଼ିଛି । ଏ ସବୁ ଆମେ ଜାଣୁ

ହେଲେ କରୋନା କାଳରେ କିଛି ଲାଭ ମଧ୍ୟ ହୋଇଛି ତାହେଉଛି, ଲୋକଙ୍କୁ ଦୀର୍ଘଦିନ ଧରି ଏକାକୀ ରହିବାର ସୁଯୋଗ ମିଳିଛି

ଭାବି ଦେଖନ୍ତୁ, ସମ୍ପୂର୍ଣ୍ଣ ଏକାକୀ ଭାବେ ରହିବାର ସୁଯୋଗ ଖୁବ୍କମ୍ମିଳେ କରୋନା ସୁଯୋଗ ଆମକୁ ଦେଇଛି ଶିଳ୍ପୀ, ଲେଖକଙ୍କୁ ଶିଳ୍ପ କାର୍ଯ୍ୟରେ ବୁଡି଼ ରହିବା ପାଇଁ, ବୈଜ୍ଞାନିକମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ନିମଗ୍ନ ରହିବା ପାଇଁ ଏକାକୀତ୍ୱର ଆବଶ୍ୟକତା ରହିଛି ପ୍ରତିଦିନର ସାଂସାରିକ ଜଞ୍ଜାଳ, ଅଫିସର ଚାପ ଭିତରେ ରୁଦ୍ଧି ହେଇଯାଉଥିବା ସୃଜନଶୀଳତା ବଞ୍ଚିବାର ବାଟ ପାଇଛି ଗଙ୍ଗା, ଜମୁନା ଭଳି ନଈ ଯେମିତି କରୋନା କାଳରେ ପ୍ରଦୂଷଣରୁ କିଛିଟା ମୁକ୍ତି ପାଇଛି, ସେମିତି ଆମ ଭିତରର ସୃଜନଶୀଳତା, କିଛି ବିଷୟରେ ଚିନ୍ତା କରିବାର କ୍ଷମତା ମଧ୍ୟ ନୂଆ ଜୀବନ ପାଇଛି ମଣିଷ ପାଇଁ ଏଇଟା ଆବଶ୍ୟକ ବି ପ୍ରତ୍ୟେକ ଅନୁଭୂତିଶୀଳ, ଚିନ୍ତାଶୀଳ ମଣିଷ ପାଇଁ ଜୀବନର ଧାଁ ଧଉଡ଼ ଭିତରେ କିଛି ସମୟର ବିରତି ଦରକାର ବିରତିର ସମୟକୁ ସୃଜନଶୀଳତା ଚିନ୍ତା ଭାବନା ସହ ବିତେଇବା ଦରକାର ନହେଲେ ସୃଜନଶୀଳତାର ଅପମୃତ୍ୟୁ ହୁଏ କରୋନା କାଳ ଆମକୁ ସେ ସୁଯୋଗ ଦେଇଛି

କରୋନା କାଳରେ ଆଉ ଗୋଟେ ଲାଭ ହେଉଛି ସକାଳୁ ଉଠି ଆଖପାଖର ଯେଉଁ ଲୋକମାନଙ୍କର ମୁହଁ ଦେଖିବାକୁ ଚାହୁଁନଥିଲେ, ତାହା ଦେଖିନପାରିବାର ସୁଯୋଗ ସୃଷ୍ଟି କରିପାରିଛି ବାସ୍ଟିଭି ବନ୍ଦ କରିଦିଅନ୍ତୁ ମୋବାଇଲ ଫୋନ୍କୁ ସ୍ୱିଇଚ୍ଅଫ୍କରି ଦୂରରେ ରଖିଦିଅନ୍ତୁ, ଆଉ ନିଜର ନିସଙ୍ଗତାକୁ ଉପଭୋଗ କରନ୍ତୁ

ଭାରତରେ ଡିଜିଟାଲ୍ଯୁଗର ରଜତ ଜୟନ୍ତୀ

ଆଜିକାଲି ଯାହାକୁ ଦେଖ ତା ହାତରେ ମୋବାଇଲ୍ଫୋନ୍ ଦେଶରେ ଲୋକ ୧୩୦ କୋଟିକୁ ଫୋନ୍୧୦୦ କୋଟି ଯାହାକୁ ଦେଖ ଅନ୍‌-ଲାଇନ୍ରେ କାମ କରୁଛି ପାଠ ପଢ଼ାଠୁଁ ଆରମ୍ଭ କରି ଘରର ସଉଦାପତ୍ର କିଣିବା, ଅଫିସ୍‌-କାମଠୁଁ ଆରମ୍ଭ କରି ପଇସାପତ୍ର ଲେଣଦେଣ- ସବୁ ଅନ୍ଲାଇନ୍ରେ ମୋବାଇଲ୍ଫୋନ୍ଆରଉ ଇଣ୍ଟରନେଟ୍‌- ଆମ ଯୋଗାଯୋଗର ଦୁନିଆଟାକୁ ପୂରାପୂରି ଆବୋରି ବସିଲେଣି ଦୁଇଟିକୁ ଛାଡ଼ି ଯୋଗାଯୋଗ କଥା ଯେମିତି କଳ୍ପନା କରାଯାଇନପାରେ

            ହେଲେ ମନେ ପକାନ୍ତୁ ଦୁଇଟି ଭାରତକୁ ଆସିଛି ମାତ୍ର ୨୫ ବର୍ଷ ତଳେ ମାତ୍ର ୨୫ ବର୍ଷ ଭିତରେ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଯୁଗ ଆସିଗଲା

In a first for India, the then Union Telecom Minister Sukh Ram and the then Chief Minister of West Bengal Jyoti Basu spoke to each other using hand held mobile phones on July 31, 1995. It heralded a communication revolution for India.

 ୨୫ ବର୍ଷ ସମୟକୁ ଯେଉଁମାନଙ୍କୁ ବହୁତ ସମୟ ବୋଲି ଲାଗୁଥିବ- ସେମାନଙ୍କ ପାଇଁ କେତେଗୁଡ଼ିଏ ତଥ୍ୟ ଦେଇଦିଏ ତାହେଲେ ଏହା ପ୍ରାସଙ୍ଗିକ ହେବ

            ମଣିଷ ପୃଥିବୀକୁ ଆସିଲା ୧୩ ଲକ୍ଷ ବର୍ଷ ତଳେ ନିଆଁ ଜଳେଇ ଶିଖିଲା ୧୦ ଲକ୍ଷ ବର୍ଷ ତଳେ ଲେଖି ଶିଖିଲା ସାଢ଼େ ପାଞ୍ଚ ହଜାର ବର୍ଷ ତଳେ ଛାପା-ବହି ବାହାରିଲା ସାଢ଼େ ପାଞ୍ଚ ଶହ ବର୍ଷ ତଳେ ଟେଲିଗ୍ରାଫ୍ଉଦ୍ଭାବନ ହେଲା ୧୮୩୦ରେ ବିଜୁଳି ବଲ୍ ଜଳେଇ ଶିଖିଲା ୧୮୭୯ରେ ଅର୍ଥାତ୍ମାତ୍ର ୧୪୧ ବର୍ଷ ତଳେ ଟେଲିଫୋନ୍ଉଦ୍ଭାବନ ହେଲା ୧୮୭୬ରେ ରେଡିଓ ଆସିଲା ୧୮୯୫ରେ ଆଉ ଟେଲିଭିଜନ ଆସିଲା ୧୯୨୭ରେ ପୃଥିବୀରେ ଇଣ୍ଟରନେଟ୍ ବ୍ୟବହାର ଆରମ୍ଭ ହେଲା ୧୯୮୩ରେ ମୋବାଇଲ୍ଫୋନ୍ତିଆରି ହେଲା ୧୯୮୪ରେ ମୋବାଇଲ୍ଆଉ ଇଣ୍ଟରନେଟ୍ଭାରତକୁ ଆସିଲା ୧୯୯୫ରେ ଗୋଟେ ଶତାବ୍ଦୀର ଚଉଠ ସମୟ ଭିତରେ ବଦଳିଗଲା ଲୋକଙ୍କ ଯୋଗାଯୋଗ ପ୍ରଣାଳୀ ଏହାର ସମାଜ ଉପରେ, ଭାଷାର ବ୍ୟବହାର ଉପରେ, ସାହିତ୍ୟ ଉପରେ, ସାମାଜିକ ସମ୍ପର୍କ ଉପରେ କି ପ୍ରଭାବ ପଡ଼ୁଛି ବା ପଡ଼ିବ- ତାହା ସମାଜତାତ୍ତ୍ୱିକ ଗବେଷଣାର ବିଷୟ           

ଗ୍ରୀନ୍‌-ଟି

ଆଜିକାଲି ଅନେକଙ୍କୁ ଦେଖୁଛି ଗ୍ରୀନ୍‌-ଟି ପିଅନ୍ତି ବୋଲି କହୁଛନ୍ତି ଦେଖାଶିଖା ଓଡ଼ିଆ ଭାବରେ ମୁଁ ବି ବଜାରରୁ ଗ୍ରୀନ୍‌-ଟି କିଣି ଆଣି ପିଇଲି ଯେଉଁମାନେ ଏହାକୁ ଏଯାଏଁ କିଣିକି ପିଇନାହାନ୍ତି, ସେମାନଙ୍କ ପାଇଁ କହିଦିଏ- ଏଟା ବହୁତ ଦାମ ଆମେ ଯେଉଁ ଚାହା ସାଧାରଣତଃ ଘରେ ପିଉ ତାର ତିନିଗୁଣା       ତେବେ କିଛିଦିନ ଭିତରେ ଜାଣିଲି ଗ୍ରୀନ-ଟି ପିଇବାର ଅନ୍ତତଃ ଚାରୋଟି ଲାଭ ଅଛି:

ଏହାକୁ ପିଇଲେ ଲୋକେ ଆପଣଙ୍କୁ ବଡ଼ଲୋକ ବୋଲି ଭାବିବେ

ଗ୍ରୀନ୍‌-ଟିରେ କ୍ଷୀର ପଡ଼େନି ତେଣଉ ଚାହା ପିଇଲେ ଆପଣଙ୍କର କ୍ଷୀର ଖର୍ଚ୍ଚ ବଂଚିଯିବ

ଚାହା ସହିତ ବିସ୍କୁଟ୍‌, ଭୁଜିଆ, ଲୁଣି ଜିନିଷ କିଛି ଦେବାକୁ ପଡ଼େନି

ଆଉ ଚାହା ଥରେ ପିଇଲେ କୌଣସି ଅତିଥି ଆଉ ଆପଣଙ୍କ ଘରକୁ ଦ୍ୱିତୀୟ ଥର ଆସିବେନି

କରୋନା ଟାଇମ୍ରେ ସେଟା ସବୁଠୁଁ ବଡ଼ ଲାଭ

ବୟସ

ମହିଳା: ମୋ ଜନ୍ମ ହୋଇଥିଲା ୧୯୭୪ରେ ମୋତେ ଏବେ ୪୦ ବର୍ଷ ହୋଇଛି

ପୁରୁଷ: ମୋ ଜନ୍ମ ବି ୧୯୭୪ରେ ହେଲେ ମୋତେ ଏବେ ୪୬ ବର୍ଷ ହେଲାଣି

ମହିଳା: ସେଟା ତମ ପ୍ରବ୍ଲେମ୍

ମନକଥା

ସକାଳୁ ମୋବାଇଲ୍ଖୋଲି ଯଦି ଫେସ୍ବୁକ୍ହ୍ୱାଟ୍ସ୍ଆପ୍ରେ ଯଦି ୨୦-୨୫ ନୂଆ ମେସେଜ୍ ଆସିଥାଏ ତେବେ ଦୁଇଟି କଥା ମନକୁ ଆସେ ଏକ: ଡାଟା-ପ୍ୟାକ୍ଟା ଶେଷ ହୋଇ ଗଲାନି ! ଆଉ ଦୁଇ: କାଲି ରାତିରେ ଦୁନିଆଟା ଖତମ ହୋଇଗଲାନି ! ଖାଲି ମୁଁ ଏକୁଟିଆ ବଂଚିଛି!

(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)

***

ସଂଚାର ମାର୍ଗ, ଢେଙ୍କାନାଳ ୭୫୯୦୦୧

ମୋବାଇଲ୍‌: ୯୪୩୭୦୨୬୧୯୪