Saturday 29 August 2020

Column | Pathe Prantare 30.8.2020


ପଥେ ପ୍ରାନ୍ତରେ । ମୃଣାଳ
ଆଉ ଏକ ମୁକ୍ତି ସଂଗ୍ରାମ
୭୪ତମ ସ୍ୱାଧୀନତା ଦିବସ ଗଲା ସ୍ୱାଧୀନତା ଦିବସର ଯୋଶ୍ଆସିଗଲା କି କଣ- ଏବେ ଯାହାକୁ ଦେଖ- ସେ ଏକ ମୁକ୍ତି ସଂଗ୍ରାମରେ ମାତିଛି ଭାଜପା ଚାହୁଁଛି କଂଗ୍ରେସ-ମୁକ୍ତ ଭାରତ କଂଗ୍ରେସ ଦଳର କାରବାର ଦେଖିଲେ ମନେ ହେଉଛି କେତେକ କଂଗ୍ରେସ ନେତା ବି ବୋଧହୁଏ ସେଇଆ ଚାହୁଁଛନ୍ତି ହେଲେ କଂଗ୍ରେସର ନେତାମାନେ କହୁଛନ୍ତି ଭାରତ ଚାହୁଁଛି ଭାଜପା-ମୁକ୍ତ ଭାରତ ବାମଦଳମାନେ ଚାହୁଁଛନ୍ତି ଉଭୟ ଭାଜପା କଂଗ୍ରେସ-ମୁକ୍ତ ଭାରତ ହେଲେ ଦେଶର ବେଶି ଲୋକ ବୋଧେ ବାମ-ମୁକ୍ତ ଭାରତ ଚାହୁଁଛନ୍ତି ରାଜନୀତି କଥା ଛାଡ଼ନ୍ତୁ ସେ ଏରିଆରେ ପଶିଲେ ମଣିଷ କନ୍ଫ୍ୟୁଜ୍ହୋଇଯିବ
            ଇତିମଧ୍ୟରେ ଖବରକାଗଜ-ଶିଳ୍ପର ଅବସ୍ଥା ଯାହା ହେଲାଣି ଆଉ କିଛି ଦିନ ଭିତରେ ଲାଗୁଛି ଭାରତ ଖବରକାଗଜ-ମୁକ୍ତ ହୋଇଯିବ କେବଳ ଖବରକାଗଜ କଣ ଆଉ କିଛି ବର୍ଷରେ ଭାରତ ମେଡିଆ-ମୁକ୍ତ ହୋଇଯିବ ସୋସିଆଲ୍ମିଡିଆର ଯାହା ପ୍ରସାର ହେଲାଣି- ସମସ୍ତେ ନିଜକୁ ସାମ୍ବାଦିକ ଭାବିିଲେଣି ସମସ୍ତେ ମେଡିଆ-ବାଲା ଯାହା ହାତରେ ଗୋଟେ ସ୍ମାର୍ଟ ଫୋନ୍ଅଛି- ସେ ହେଲା ସାମ୍ବାଦିକ କରୋନା ଟାଇମ୍ରେ ଯେମିତି ସମସ୍ତେ ଡାକ୍ତର ହୋଇଗଲେ ସମସ୍ତେ ଅନ୍ୟମାନଙ୍କୁ ସାମାଜିକ ଗଣମାଧ୍ୟମରେ ଜ୍ଞାନ ବିତରଣ କରିବାକୁ ଲାଗିଲେ: ଏଟା ଖାଅ କରୋନା ପାଖ ମାଡ଼ିବନି ସେଟା ଲଗାଅ କରେନା ଏରିଆ ଛାଡ଼ି ପଳେଇବ ଡାକ୍ତରମାନେ କନ୍ଫ୍ୟୁଜ୍ହୋଇଗଲେ - ଏତେ କଥା ଯଦି ସାମାଜିକ ଗଣମାଧ୍ୟମରେ ହ୍ୱାଟ୍ସଆପ୍ରେ ମିଳିଯାଉଛି ତେବେ ସେମାନେ କଷ୍ଟ କରି ବର୍ଷ ପାଠ କାହିଁକି ପଢ଼ିଲେ?
            ଆମ ନବଘନ ଚାହୁଁଛି ମୁଖା-ମୁକ୍ତ ମୁହଁ ସଂଜବେଳେ ଘରେ -ଖଟିରେ ବସି କହିଲା, ମୁହଁ ମୋର ମୋ ମୁହଁକୁ ମୁଁ ଖୋଲା ରହିବି କି ଘୋଡ଼େଇ ରଖଇବି- ମୁଁ ସ୍ଥିର କରିବି ବାଲ ଗଙ୍ଗାଧର ତିଳକ କହି ଯାଇଛନ୍ତି: ସ୍ୱରାଜ ମୋର ଜନ୍ମ ସିଦ୍ଧ ଅଧିକାର ଅର୍ଥାତ୍ମୁଁ କେମିତି ଚଳିବି ମୁଁ ସ୍ଥିର କରିବି ଆଉ କେହି କହିବାକୁ କିଏ? ପୋଲିସ କିଆଁ ମୁଖା ପିିନ୍ଧିିଲି ବୋଲି ମୋଠୁଁ ଫାଇନ୍ନେବ? ଇଏ ଅନ୍ୟାୟ
            ନବଘନର ପନିୀ ରଂଗବତୀ ଚାହୁଁଛି କଟକଣା-ମୁକ୍ତ ଭ୍ରମଣ ସପିଂ କରି ପାରି ସେ ବିଚାରି ଡିପ୍ରେସନ୍ରେ ଭୋଗୁଛି ସମସ୍ତେ ଏବେ ମୁକ୍ତି ଚାହୁଁଛନ୍ତି
ପୁଅ ପଚାରୁଛି ମାକୁ...
ପୁଅ ପଚାରୁଛି ମାକୁ - ବାପ ମୁଁ ଡାକିବି କାହାକୁ? ସତୁରି ଦଶକରେ ଏମିତି ଶୀର୍ଷକରେ ଗୋଟେ ଯାତ୍ରା ହୋଇଥିଲା ଏବେ କୃତ୍ତିମ ଉପାୟରେ ସନ୍ତାନ ଉତ୍ପାଦନର ବିଜ୍ଞାପନ ଦେଖି ପୁଣି ସେଇ କଥାଟା ମନେ ପଡ଼ିଲା
କୃତ୍ତିମ ଉପାୟରେ ସନ୍ତାନ ଉତ୍ପାଦନର ଅନେକ ଗୁଡ଼ିଏ ବାଟ ଅଛି ସେଥିରୁି ଗୋଟେ ହେଲା ସ୍ପର୍ମ ବ୍ୟାଙ୍କ୍ରୁ ଶୁକ୍ରାଣୁ ଆଣି ମାର ଡିଂବାଣୁ ସହିତ ସଂଯୋଗ କରାଇ ତାପରେ ଫର୍ଟିଲାଇଜ୍ ଡିଂବକୁ ଗର୍ଭାଶୟରେ ସ୍ଥାପନ କରିବା କ୍ଷେତ୍ରରେ କାହାର ଶୁକ୍ରାଣୁ (ସ୍ପର୍ମ) ଆସିଲା- ଅନେକ ସମୟରେ ତାହା ଜଣା ପଡ଼େନାହିଁ କାରଣ ସ୍ପର୍ମ ବ୍ୟାଙ୍କ୍ରୁ ସେ ସ୍ପର୍ମ ଆସିଥାଏ
ଆଉ ଗୋଟେ ଉପାୟ ହେଲା: ଫର୍ଟିଲାଇଜ୍ ଏଗ୍କୁ ଜଣେ ସରୋଗେଟ୍ମଦର୍ ଜରାୟୁରେ ରୋପଣ କରିବା ଅର୍ଥାତ୍ଜଣେ ମହିଳା ଯିଏ ତାଙ୍କ ଗର୍ଭାଶୟରେ ଡିମ୍ବାଣୁକୁ ବଢ଼ିବାର ଜାଗା ଦେବେ ପିଲା ହୋଇଗଲେ ଯିଏ ତାଙ୍କୁ ଡିମ୍ବାଣୁ ରୋପଣ କରିବା ପାଇଁ ଦେଇଥିବେ ସେ ନେଇଯିବେ
ଏବେ ଚିନ୍ତା କରନ୍ତୁ: ଦମ୍ପତିଟିଏ ସ୍ପର୍ମ ବ୍ୟାଙ୍କ୍ରୁ ଶୁକ୍ରାଣୁ ଆସିଲେ ଆଉ କାହାର ଡିମ୍ବାଣୁ ଆଣିଲେ ଲ୍ୟାବରୋଟେରିରେ ଡିଂବାଣୁ ଫର୍ଟିଲାଇଜ୍କରି ସରୋଗେଟ୍ମା ଗର୍ଭାଶୟରେ ତାହାକୁ ରୋପଣ କରାଗଲା ପିଲା ହେଲା ଏବେ ପିଲା ବାପା ମା ବୋଲି କାହାକୁ କହିବ? ଯାହା ଗର୍ଭରେ ସେ ମାସ ବଢ଼ିଲା- ତାକୁ ନା ଯାହା ଡିମ୍ବାଣୁରୁ ସେ ଜନ୍ମ ନେଲା- ତାକୁ? ବାପା ବୋଲି କାହାକୁ ଡାକିବ? ଯାହାର ଶୁକ୍ରାଣୁରୁ ସେ ଜନ୍ମ ନେଲା- ତାକୁ ନା ଯିଏ ତାକୁ ବାପାର ନାଁ ଦେବ- ତାକୁ?
କନ୍ଫ୍ୟୁଜନ୍ଛାଡ଼ି- ଆଉ ଗୋଟେ ସମ୍ଭାବନା କଥା ଭାପନ୍ତୁ ଗୋଟେ ଦେଶ ଏମିତି ସେନା ବାହିନୀଟିଏ ତିଅରି କଲା ଯେଉଁମାନଙ୍କ ପିତୃମାତୃପରିଚୟ କିଛି ନାହିଁ ଅତ୍ୟନ୍ତ ଶକ୍ତିଶାଳୀ, ଲଢ଼ୁଆ ପୁରୁଷମାନଙ୍କ ବୀର୍ଯ୍ୟ ବୁଦ୍ଧିମତୀ ରମଣୀର ଡିମ୍ବାଣୁରେ ତାହା ରୋପଣ କରି ତିଆରି କରାଗଲା ଅତ୍ୟନ୍ତ ବୁଦ୍ଧିମାନ ବଳଶାଳୀ ପିଲା ତାକୁ ପିଲାବେଳୁ ସାମରିକ କଳାରେ ତାଲିମ ଦିଆଗଲା ତା ମସ୍ତିଷ୍କକୁ ପିଲାବେଳୁ ଶୋଧନ କରାଗଲା ପିଲା ବଡ଼ ହୋଇ ହୃଦୟ ଶୂନ୍ୟ, ପରିଚୟ ଶୂନ୍ୟ ରୋବଟ୍ଭଳି କାମ କରିବେ ଏମାନଙ୍କ ଆଲିଜିୟେନ୍ସ୍କେବଳ ରହିଲା ଯିଏ ଏମାନଙ୍କୁ ତାଲିମ ଦେଇଛନ୍ତି- ତା ପ୍ରତି ଏବଂ ସେ ଯାହାକୁ ପ୍ରଭୁ ବୋଲି ମାନିବା ଶିଖେଇଛନ୍ତିି- ତା ପ୍ରତି ଆଉ କୌଣସି ସମ୍ପର୍କ ସହିତ ସେମାନଙ୍କର ପରିଚୟ ନାହିଁ ସାମାଜିକତାର ପ୍ରଥମ ଶର୍ତ୍ତରୁ ସେମାନେ ମୁକ୍ତ ପ୍ରତ୍ୟେକ ଦେଶ ଏମିତି ସେନା ଉତ୍ପାଦନ କରି ନିଜ ପାଖରେ ରଖିବେ ଏମାନେ ଲଢ଼ିବେ କିନ୍ତୁ କାହିଁକି ଲଢ଼ୁଛନ୍ତି- ତାହା ସେମାନେ ଜାଣିନାହାନ୍ତି ଏମାନେ ପ୍ରଭୁଙ୍କ ଇଶାରାରେ ମଣିଷଙ୍କୁ ହତ୍ୟା କରିବେ ହେଲେ କାହିଁକି ହତ୍ୟା କରୁଛନ୍ତି- ଜାଣିବେନି
ଏମିତି ପୃଥିବୀଟିଏ ତିଆରି ହେବା- ବିଜ୍ଞାନ ଦୃଷ୍ଟିରୁ ଏବେ ସମ୍ଭବ ଆମେ ଏମିତି ପୃଥିବୀ ଚାହିଁବା କି ଚାହିଁବା- ତାହା ଭିନ୍ନ ପ୍ରସଙ୍ଗ
ରାହତ ଇନ୍ଦୋରୀ
ଦେଶର ଜଣାଶୁଣା କବି, ଉର୍ଦ୍ଦୁ ସାହିତ୍ୟର ଜଣେ ପ୍ରବୀଣ ଅଧ୍ୟାପକ ରାହତ ଇନ୍ଦୋରୀ ଗଲା ଅଗଷ୍ଟ ୧୧ରେ ଚାଲିଗଲେ ତାଙ୍କର ଅସଲ ନାଁ ହେଲା ରାହତ କୁ୍ୟରେସି ଇନ୍ଦୋରରେ ଜନ୍ମ ( ଜାନୁଆରି ୧୯୫୦), ଇନ୍ଦୋରରେ ବଢ଼ିଛନ୍ତି ବୋଲି ତାଙ୍କ ନାଁ ସାହିତ୍ୟ-ଜଗତରେ ହୋଇଗଲା ରାହତ ଇନ୍ଦୋରୀ ଉର୍ଦ୍ଦୁ ସାହିତ୍ୟର ଅଧ୍ୟାପକ ଥିଲେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଗୀତିକାର ଭାବରେ ମଧ୍ୟ ତାଙ୍କର ସୁନାମ ଥିଲା ଚିତ୍ର ବି ଆଙ୍କୁଥିଲେ ତେବେ ତାଙ୍କ ଊର୍ଦ୍ଦୁ ଶାୟରି ପାଇଁ ଏବଂ ରୋକ୍ଠୋକ୍କବିତା ପାଇର୍ ସେ ବେଶି ପ୍ରସିଦ୍ଧ ଥିଲେ

ତାଙ୍କର ଗୋଟେ ଶେର ପଢ଼ନ୍ତୁ ମୂଳ ଉର୍ଦ୍ଦୁରୁ ମୁଁ ଅନୁବାଦ କରିଛି:
ମୋ ପୂର୍ବରୁ ବି ପଥିକ
ବାଟରେ ଯାଇଥିବେ
ଅନ୍ତତଃ ରାସ୍ତାର ପଥରତକ
ସଫା କରି ଦେଇ ଯାଇଥାନ୍ତ!
ଯୁଦ୍ଧରେ ଜିତିଲା କିଏ!
ଆଗରୁ କହୁଥିଲେ କରୋନାକୁ ଭଗେଇବାକୁ ପଡ଼ିବ ଆମେ ତାକୁ ତଡ଼ିଦେବା ମାରିଦେବା କେହି କେହି ତାକୁ ତଡ଼ିବା ମାରିବା ପାଇଁ ଢୋଲ ମୃଦଙ୍ଗ ଘଣ୍ଟ ବଜେଇଲେ, ବାଣ ଫୁଟେଇଲେ ଗୋ କରୋନା ଗୋ ବୋଲି ଇଂରାଜୀରେ ପାଟିହୁରି କଲେ କରୋନା ଗଲାନି ଏବେ କହୁଛନ୍ତି ଆମକୁ କରୋନା ସହିତ ସନ୍ଧି କରି ବଂଚିବାକୁ ପଡ଼ିବ ଏଇଥିରୁ ଜାଣନ୍ତୁ କରୋନା ବିପକ୍ଷରେ ଯୁଦ୍ଧରେ ଜିତିଲା କିଏ!
ଭବିଷ୍ୟତ
ଆଉ ମୋର ଭବିଷ୍ୟତ କାହିଁ ଯେ- ହାତ ଧୋଉ ଧୋଉ ସବୁ ଭାଗ୍ୟରେଖା ଧୋଇ ହୋଇ ଯାଇଛି
***
ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧