Friday 31 July 2020

Column | Sabda Chhabi Akhyara | 1.8.2020

ଶବ୍ଦ ଛବି ଅକ୍ଷର 

ଆମେ ସମସ୍ତେ ଗପ ଭଲ ପାଉ                                                                                          

. ମୃଣାଳ ଚାଟାର୍ଜୀ 

ଆମେ ସମସ୍ତେ ଗପ ଶୁଣିବାକୁ ଭଲପାଉ । ପୁଣି ସେଇ ଗପକୁ ଆମେ ଅନ୍ୟମାନଙ୍କୁ ଶୁଣାଇବା ପାଇଁ ଭଲପାଉ । ସେଇଥି ପାଇଁ ଗପ କହିବା, ଶୁଣିବା ଆଉ ଶୁଣେଇବା ଆମର ସାମୂହିକ ଚେତନାର ଏକ ଅଙ୍ଗ ହୋଇଯାଇଛି ।

ଗପ କ’ଣ? ଗପ ହେଲା ଜଣଙ୍କର କଳ୍ପନା ପ୍ରସୂତ ଏକ କାହାଣୀ । ଯେଉଁଥିରେ ବାସ୍ତବକଥା ଥାଇପାରେ, ନ ଥାଇ ବି ପାରେ । ଗଳ୍ପରେ ଯୁକ୍ତି, ତର୍କ, ତଥ୍ୟର ସତ୍ୟତା- ଏ ସବୁର ସ୍ଥାନ ଖୁବ୍‍ ଉଚ୍ଚରେ ନୁହଁ । ମୂଳ ଉଦ୍ଦେଶ୍ୟ ହେଉଛି ଗୋଟିଏ କାହାଣୀ କହିବା, ଯାହା ନିଜକୁ ବା ଅନ୍ୟମାନଙ୍କୁ ପସନ୍ଦ ହେବ । ଇତିହାସ, ସାମ୍ବାଦିକତା, ଆଉ ଗପଟିଏ ଭିତରେ  ଏଇଠି ବଡ଼ ଫରକ ରହିଛି ।

ଇତିହାସ ପଢ଼ିଲା ବେଳେ କିମ୍ବା ଖବରଟିଏ ଦେଖିଲା ବେଳେ ଆଉ ଗପଟିଏ ପଢ଼ିଲାବେଳେ ଆମେ ସେହି ଅନୁସାରେ ମନକୁ ଠିକ୍‍ କରିନେଉ । ଖବର ଓ ଇତିହାସରେ ଆମେ ତଥ୍ୟ (ଯାହାକୁ ସତ୍ୟ ବୋଲି ଭାବୁ) ତାକୁ ଖୋଜୁ । ଗଳ୍ପରେ ଆଶାକରୁ ଅନ୍ୟ କିଛି । ତାହା ମନୋରଞ୍ଜନ ହେଉ ବା ଚେତନାର ଉତ୍ତରଣ । ଯେହେତୁ ଗଳ୍ପରେ ବାସ୍ତବଠୁ କଳ୍ପନାର ସ୍ଥାନ ଉଚ୍ଚରେ, ଯାହା ସତରେ ହେଇଛି ବା ହେଇପାରେଠୁ ଗଳ୍ପ ଲେଖକ ତାଙ୍କ କଳ୍ପନାରୁ ଯାହା କହୁଛନ୍ତି, ତାହା ଉପରେ ବିଶ୍ୱାସ ଅଧିକ ଥାଏ । ସେଇଥି ପାଇଁ ଗଳ୍ପ ଇତିହାସଠୁ, ଖବରଠୁ ଅଧିକ ଆକର୍ଷଣୀୟ । ଅଧିକ ରମ୍ୟ । ଆଉ ହୁଏତ ଅଧିକ ଗ୍ରାହ୍ୟ ।

ଚତୁର ରାଜନୀତିଜ୍ଞମାନେ ସେଥିପାଇଁ ଇତିହାସଠୁ ଘୁଞ୍ଚି, ତଥ୍ୟଠୁ ଦୂରେଇ ଯାଇ ଗଳ୍ପ ଫାନ୍ଦନ୍ତି । କାହାଣୀ ସୃଷ୍ଟି କରନ୍ତି - ଏଇଥି ପାଇଁ ଯେ, ଆମେ ଗଳ୍ପ ଶୁଣିବାକୁ ଭଲପାଉ, ଆମେ କାହାଣୀକୁ ଗ୍ରହଣ କରୁ, ଆଉ ଅନେକାଂଶରେ ବିଶ୍ୱାସ କରୁ ମଧ୍ୟ । ତଥ୍ୟ-ନିଷ୍ଠତା ସାମ୍ବାଦିକତାର ଏବଂ ଇତିହାସର ପ୍ରଥମ ଶର୍ତ୍ତ । ସେଇଥିପାଇଁ ସାମ୍ବାଦିକତାକୁ ଇତିହାସର ପ୍ରଥମ ଖସଡ଼ା (ଫାର୍ଷ୍ଟ ଡ୍ରାଫ) ବୋଲି କୁହାଯାଏ ।  କାହାଣୀ, ନେତାମାନଙ୍କୁ, ଲୋକଙ୍କ ମନକୁ ବାସ୍ତବତାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । କାହାଣୀ ଯେତେ ରୋଚକ, ଆଉ ଉତ୍ତେଜନାପୂର୍ଣ୍ଣ ହେବ ଲୋକେ ସେଥିପ୍ରତି ଆହୁରି ଆକୃଷ୍ଟ ହେବେ । ଗଣ ଯୋଗାଯୋଗ କ୍ଷେତ୍ରରେ ଗବେଷଣା କହୁଛି, ଗୋଟିଏ ମିଛକୁ ଯଦି ଅଧିକ ଥର, ବିଭିନ୍ନ ମାଧ୍ୟମରେ  ସତ ବୋଲି କୁହାଯାଏ, ଲୋକମାନେ ତାକୁ ସତ୍ୟ ବୋଲି ବିଶ୍ୱାସ କରିବାକୁ ଲାଗନ୍ତି । କାହିଁକି ବିଶ୍ୱାସ କରନ୍ତି- ତାର ଅନେକ ସାମାଜିକ-ସାଂସ୍କୃତିକ ଏବଂ ମନସ୍ତାତ୍ୱିକ କାରଣ ରହିଛି । ଆଉ ମଜା କଥା ହେଉଛି ଅଧିକାଂଶ କ୍ଷେତ୍ରରେ ଲୋକେ ପୂରା ସତ କିମ୍ବା ପୂରା ମିଛଠୁଁ ସତର ଜାମା ପିନ୍ଧିଥିବା ମିଛକୁ ଅଧିକ ବିଶ୍ୱାସ କରନ୍ତି । ଆଉ ଏହା ରାଜନୀତିଜ୍ଞମାନଙ୍କୁ ଖୁବ ସୁହାଏ । 

ବର୍ତ୍ତମାନ ତଥ୍ୟ ପ୍ରଯୁକ୍ତି ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ବିଭିନ୍ନ ମାଧ୍ୟମରେ ଲୋକଙ୍କ ପାଖରେ କାହାଣୀକୁ ଅଳ୍ପ କିଛି ସତର ଛୁଙ୍କ ଦେଇ ପୂରା ସତ ଭାବରେ ଉପସ୍ଥାପିତ କରିବା କିଛି କଷ୍ଟକର କାମ ନୁହଁ । ଏବଂ ତାହା କରାଯାଉଛି।

ରୋଚକ, ଉତ୍ତେଜକ କାହାଣୀରେ ଜଣେ ନାୟକ ଥାଏ, ଆଉ ଜଣେ ଖଳନାୟକ । ନାୟକ, ଖଳନାୟକର ସଂଘାତ ଯୁଦ୍ଧ ହୁଏ । ଶେଷରେ ନାୟକର ବିଜୟ ହୁଏ । ସତ୍ୟର ଜୟ ହୁଏ । ଯେହେତୁ ଆମେ ବିଶ୍ୱାସ କରି ଆସିଛନ୍ତି ଏବଂ ବିଶ୍ୱାସ କରିବାକୁ ଭଲ ପାଉ ଯେ ସତ୍ୟର ସବୁବେଳେ ବିଜୟ ହୁଏ. ତେଣୁ ଏ ବିଜୟୀ ହୁଅନ୍ତି ସେ ସତ୍ୟର ପକ୍ଷଧର- ଏମିତି ଗୋଟେ ବିଶ୍ୱାସ ବି ଆମେ କରିବସୁ ।

ଚତୁର ରାଜନୈତିକ ନେତାମାନେ ପ୍ରଥମେ ଏକ ଅତ୍ୟାଚାରୀ ଖଳନାୟକ ସୃଷ୍ଟି କରନ୍ତି । ଯାହା ଦ୍ୱାରା ସାଧାରଣ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ବା ହେଇପାରନ୍ତି । ଖଳନାୟକକୁ କ୍ରମଶଃ ବଡ଼କରି ଦେଖାଯାଏ । ଏତେ ବଡ଼ ଯେ ସାଧାରଣ ଲୋକ ତା ନିଜ ସ୍ତରରେ ତାର ମୁକାବିଲା କରି ପାରିବ ନାହିଁ । ଆଉ ତା’ପରେ ଆବିର୍ଭାବ ହୁଏ ନାୟକର । ନାୟକକୁ ଅତ୍ୟାଚାରିତ ଲୋକମାନଙ୍କର ତ୍ରାଣକର୍ତ୍ତା ଭାବେ ଉପସ୍ଥାପିତ କରାଯାଏ । ଲୋକ ଖୁସି ହୁଅନ୍ତି । ଆଶ୍ୱସ୍ତ ହୁଅନ୍ତି । କେହି ତ ଜଣେ ସେମାନଙ୍କୁ ରକ୍ଷା କରିବା ପାଇଁ ଆସି ପହଞ୍ଚିଛନ୍ତି ।  ଗପରେ ନାୟକ ଅତ୍ୟାଚାରୀ ଖଳନାୟକକୁ ବିନାଶ କରେ । ଲୋକେ ଅତି ଆନନ୍ଦରେ ଭାବ ଗଦଗଦ ହୋଇ ନାୟକକୁ ଈଶ୍ୱର ପର୍ଯ୍ୟାୟଭୁକ୍ତ କରିପକାନ୍ତି । ତାଙ୍କୁ ପୂଜା କରିବାକୁ ଲାଗନ୍ତି ।

ଇତିହାସ ଏବଂ ରାଜନୀତିକୁ ପାଖାପାଖି କରି ଦେଖିଲେ, ଏହାର ଅନେକ ଉଦାହରଣ ଆମେ ପାଇପାରିବା । ରୋଚକ କାହାଣୀର ପରସ୍ତ ଭିତରେ ବାସ୍ତବିକତା କେଉଁଠି ହଜିଯାଏ । ତଥ୍ୟ କୋଣଠେସା ହୋଇଯାଏ ।  

ଇତିହାସର କାମ ହେଲା ତଥ୍ୟକୁ ତାର ପ୍ରେକ୍ଷାପଟ ସହିତ ଡକୁମେଣ୍ଟ୍‌ କରି ରଖିବା । ଆଉ ସାମ୍ବାଦିକତାର କାମ ହେଲା କାହାଣୀର କୁହୁକ ପେଡ଼ି ଭିତରୁ ବାସ୍ତବତାକୁ ଉଦ୍ଧାର କରିବା ।

କାରଣ, ବାସ୍ତବତା ହେଉଛି କାହାଣୀଠାରୁ ଅଧିକ ମାର୍ମିକ ।

***

ସଞ୍ଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧ 


Sunday 26 July 2020

Article | Odia | Post-Corona New Normal Life

Published in Daily Nirbhay, 27.7.2020

ଉତ୍ତର-କରୋନାନୂତନ ସ୍ୱାଭାବିକଜୀବନ


. ମୃଣାଳ ଚାଟାର୍ଜୀ


୨୦୧୯ ନଭେମ୍ବର ମଝାମଝିରୁ ଚୀନର ଉହାନ ପ୍ରଦେଶରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ବିଶ୍ୱର ବଡ଼ ବିପଦ ଭାବେ ଉଭା ହୋଇଛି ।  ସାତ ମାସ ପାର ହୋଇଗଲାଣି, କରୋନାର ପ୍ରକୋପ ପୃଥିବୀରୁ ଯାଉନାହିଁ ଭାରତ ଭଳି କେତେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଥିରେ ପ୍ରାଣ ହରେଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଚାଲିଛି । ୁଲାଇ ୪ ତାରିଖ ସୁଦ୍ଧା ଭାରତରେ ସାଢ଼େ ୬ ଲକ୍ଷ କରୋନା-ପଜିଟିଭ୍‌ କେସ୍‌ ଦେଖାଗଲାଣି । କରୋନାରେ ମୃତ୍ୟୁ ହେଲାଣି ପାଖାପାଖି ୧୯ ହଜାର ଲୋକଙ୍କର । ଓଡ଼ିଶାରେ ୮ ହଜାରରୁ ଊଦ୍ଧ୍ୱର୍ କରୋନା ପଜିଟିଭ୍‌ କେସ୍‌ ବାହାରିଲାଣି । ମୃତ୍ୟୃହେଲାଣି ୨୯ ଜଣଙ୍କର ।
ସାରା ପୃଥିବୀରେ ସ୍ୱାଭାବିକ ଜୀବନ ଏଭଳି ଭାବେ ବ୍ୟାହତ ହୋଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବି ଅବସ୍ଥା ଉପୁଜିନଥିଲା । କରୋନା ଯୋଗୁଁ ଦେଶର ଅର୍ଥନୀତି ଉପରେ ଭୟଙ୍କର ବିରୂପ ପ୍ରଭାବ ପଡ଼ିଛି । ଆର୍ଥିକ ଅଭିବୃଦ୍ଧିର ହାର ଶଠୂନ୍ୟ କିମ୍ବା ତାଠୁଁ ବି ତଳକୁ ଖସିଯିବାର ଆଶଙ୍କା ଦେଖାଦେଲାଣି । ଲୋକଙ୍କ ହାତକୁ କାମ ନାହିଁ । ଦିନ ମଜୁରିଆ, ସହରୀ ଶ୍ରମିକ, ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଖରେ ରୋଜଗାରର କିଛି ସାଧନ ନାହିଁ । ଛୋଟ ଏବଂ ଖୁଚୁରା ବ୍ୟବସାୟୀ, ଅଟୋ ଏବଂ ଟ୍ୟାକ୍ସି ଚାଳକମାନେ ମଧ୍ୟ ରୋଜଗାର ପାଉନାହାନ୍ତି । କ୍ରମାଗତ ଲକ୍‌ଡାଉନ୍‌ ଫଳରେ ଶିକ୍ଷା କ୍ଷେତ୍ରରେ ବି ଅଚଳାବସ୍ଥା ଦେଖା ଦେଲାଣି ।
କରୋନା ଭୂତାଣୁ ଜନିତ ଏ ଅଚଳାବସ୍ଥାରୁ ମୁକ୍ତି କିପରି ମିଳିବ? ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଏଥିପାଇଁ ୩ଟି କଥା କହୁଛନ୍ତି
- କରୋନା ପ୍ରତିଷେଧକ ଉଦ୍ଭାବନ,
- ବହୁ ଲୋକଙ୍କ ମଧ୍ୟରେ ଭାଇରସର ସଂକ୍ରମଣ ଘଟିଲେ ରୋଗ ପ୍ରତିଷେଧକ କ୍ଷମତାର ଉଦ୍ଭବ,
- ମଣିଷ ସମାଜର ଆଚାର ଆଚରଣରେ ସ୍ଥାୟୀ ପରିବର୍ତ୍ତନ
ତେବେ ଗୋଟିଏ କଥା ନିଶ୍ଚିତ ଯେ, କରୋନା ପରବର୍ତ୍ତୀ ଅବସ୍ଥାରେ ବର୍ତ୍ତମାନ ଆମେ ଯେମିତି ଯେଉଁଭଳି ଜୀବନ ବଞ୍ଚିଛୁ ସେଥିରେ ବ୍ୟାପକ ପରିବର୍ତ୍ତନ ଘଟିବ ପରିବର୍ତ୍ତିତ ଅବସ୍ଥାକୁନୂଆ ସ୍ୱାଭାବିକ’ (ବା ନିଉ ନରମାଲ) ବୋଲି କୁହାଯାଉଛି ୨୦୦୭-୮ରେ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ବେଳେ ବିଭିନ୍ନ ଦେଶ ଯେଉଁ ନୂତନ ଅର୍ଥନୈତିକ ନୀତି ଆପଣାଇଲେ- ସେଇ ପ୍ରେକ୍ଷାପଟ୍ଟରେ ଶବ୍ଦର ବ୍ୟବହାର ଆରମ୍ଭ ହେଲା ୨୦୦୯-୧୦ ବେଳକୁ ଏହା ସାଧାରଣ ବ୍ୟବହାରରେ ଆସିଲା ଡେଭଲପମେଣ୍ଟ ଷ୍ଟଡିଜ୍ରେ ନିଉ ନରମାଲ କହିଲେ ମଣିଷର ଆଚରଣଗତ ଯୋଗାଯୋଗର ନୂଆ କୌଶଳକୁ ବୁଝାଏ
ଭାରତରେ ଅର୍ଥନୈତିକ ଅବସ୍ଥାକୁ ସୁଧାରିବା ପାଇଁ, ଲୋକମାନଙ୍କୁ ରୋଜଗାରରେ ଲଗେଇବା ପାଇଁ କରୋନା ପ୍ରକୋପ ସତ୍ତ୍ୱେ ଲକ୍ଡାଉନ ଉଠାଇ ନିଆଯାଇଛି  ଏବଂ ସେମାନଙ୍କୁ ନୂତନ ପରିସ୍ଥିତିରେ ନିଜକୁ ନିରାପଦ ରଖି କାମ କରିବାର ପରାମର୍ଶ ଦିଆଯାଇଛି ଅର୍ଥାତ କରୋନାର ଭୟ ସତ୍ତ୍ୱେ ଜୀବନକୁ ନୂଆ ପରିସ୍ଥିତି ସହ ଅଭ୍ୟସ୍ତ ହେବାର ପ୍ରକ୍ରିୟା ହେଲା- ନିଉ ନରମାଲ ଉଦାହରଣ ସ୍ୱରୂପ- ବାହାରକୁ ବାହାରିଲେ ମୁଖା ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା, ବ୍ୟକ୍ତିଗତ ଭାବେ ପରିଚ୍ଛନ୍ନତା ରହିବା ଇତ୍ୟାଦି ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଉଠିବ କର୍ମକ୍ଷେତ୍ରରେ ୱାର୍କ ଫ୍ରମ ହୋମର ବ୍ୟାପକ ବ୍ୟବହାର, ଅନ୍ଲାଇନ ଶିକ୍ଷାର ଅଭିବୃଦ୍ଧି, ଟଙ୍କା ପଇସା ଦେଣନେଣରେ କ୍ୟାସଲେସ ଟ୍ରାଞ୍ଜେକସନର ଅଭିବୃଦ୍ଧି, ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟର ବ୍ୟାପକ ବ୍ୟବହାର- ସବୁ ନୂତନ ସମାଜର ଏକ ଅଙ୍ଗ ହୋଇଉଠିବ । ଲୋକେ ବାହାରେ କମ୍‌ ବୁଲିବେ । ଚିତ୍ତ ବିନୋଦନ ପାଇଁ ସିନେମା ଥିଏଟରକୁ କମ ଯିବେ । ପର୍ଯ୍ୟଟନରେ କମ୍‌ ଯିବେ । ଘର ଭିତରେହିଁ ଚିତ୍ତ ବିନୋଦନର ବ୍ୟବସ୍ଥା କରିନେବେ । ସିନେମା ହଲ୍‌କୁ ଯିବା ବଦଳରେ ମୋବାଇଲ୍‌ରେ ଓଟିଟି ପ୍ଳାଟ୍‌ଫର୍ମରେ ସିନେମା କିମ୍ବା େୱବ୍‌-ସିରିଜ୍‌ ଦେଖିବେ ।
ଲକ୍ଡାଉନର ସମୟଟାକୁ ଯୁଗସନ୍ଧିର ସମୟ ଭାବେ ବିବେଚନା କରାଯାଇପାରେ ଉତ୍ତର କରୋନାକାଳରେ ଯେଉଁ ସାମାଜିକ ଦୂରତ୍ୱ ପାଳନ କରିବାକୁ କୁହାଯାଇଛି- ତାହା ଆମର ବର୍ତ୍ତମାନ ସାମାଜିକ ପରିବେଶ ସହ ମେଳ ଖାଉନାହିଁ ସେଇଥି ପାଇଁ ଲକ୍ଡାଉନ ବେଳେ ବି ବିଜାରରେ ଭିଡ଼ ଦିଶୁଛି ଲୋକେ ସାମାଜିକ ଦୂରତ୍ୱକୁଫୁକରି ଦେଉଛନ୍ତି ସମାଜ ଭିତରେ ଏକା ଏକା ରହିବା ଆମ ସମାଜର ନୃତାତ୍ତ୍ୱିକ ଧାରଣା ସହ ମେଳ ଖାଉନାହିଁ
ବର୍ତ୍ତମାନ ପ୍ରଶ୍ନ- ଆମେ କେବେ ବି ନିଉ ନରମାଲରେ ନିଜକୁ ପଇଟି ପାରିବା? ଉତ୍ତର ହେଲା: କରୋନାର ପ୍ରକୋପ ଯଦି ଜାରି ରୁହେ(ବୈଜ୍ଞାନିକମାନେ ଯାହା ଆଶଙ୍କା କରୁଛନ୍ତି) ତାହେଲେ ଆମକୁ କ୍ରମଶଃ ପ୍ରକାର ଜୀବନରେ ଅଭ୍ୟସ୍ତ ହେବାକୁ ପଡି଼ବ ଅସ୍ତିତ୍ୱର ସଙ୍କଟ ଦେଖାଦେଲେ ମଣିଷ ନିଜର ଅଭ୍ୟାସ ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ବାଧ୍ୟ ଏଥିରେ ରାଷ୍ଟ୍ରୀୟ ନୀତି ପଦ୍ଧତିର ପରିବର୍ତ୍ତନ, ସାମାଜିକ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ବ୍ୟକ୍ତିର ମନସ୍ତାତ୍ତ୍ୱିକ ପରିବର୍ତ୍ତନ- ତିନୋଟିଯାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ଆଉ ପରିବର୍ତ୍ତନ ଅବ୍ୟସମ୍ଭାବୀ ମୌଲାନା ଜଲାଲ ଉଦ୍ଦିନ ରୁମି କହିଥିଲେ- ‘ଗତକାଲି ମୁଁ ଚାଲାକ ଥିଲି, ତେଣୃ ପୃଥିବୀକୁ ବଦଳାଇବାକୁ ଚାହୁଁଥିଲି ଆଜି ବୁଦ୍ଧିମାନ ହୋଇଛି, ତେଣୁ ନିଜକୁ ବଦଳାଇବାକୁ ଚାହେଁ ବର୍ତ୍ତମାନ ଆମ ପାଇଁ ସମୟ ଆସିଛି ଚାଲାକରୁ ବୁଦ୍ଧିମାନ ହେବା ପାଇଁ ପଡି଼ବ ଥୋମଣିରେ ଲଟକିଥିବା ମୁଖାକୁ ପୁଲିସ ଦେଖିଲେ ମୁହଁ ଉପରକୁ ଟେକି ଦେବା ଛାଡି଼ କରୋନା ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ମୁହଁକୁ ଘୋଡ଼େଇବାକୁ ପଡି଼ବ ଅନ୍ଲାଇନରେ ଶିକ୍ଷା ଆମ ସଂସ୍କୃତି ସହିତ ଖାପଖାଉନି ବୋଲି କହିବା ଛାଡି଼ ତାକୁ ଆପଣାଇବାକୁ ପଡି଼ବ । ସଂଗାତ ସହିତ ପଂଗତରେ ଚଳିବା ଆମର ଅଭ୍ୟାସ ବୋଲି କହିବା ଛାଡ଼ି ସାମାଜିକ ଦୂରତ୍ୱକୁ ଆପଣେଇବାକୁ ପଡ଼ିବ । କେବଳ ଏତିକି ଦେଖିବାକୁ ପଡ଼ିବ ଯେ ସାମାଜିକ ଦୂରତ୍ୱ ମାନସିକ ଦୂରତ୍ୱ ତିଆରି ନ କରି ଦେଉ । ଭୌତିକ ଅସ୍ତିତ୍ୱ ରକ୍ଷା ପାଇଁ ନୂତନ ସ୍ୱାଭାବିକ ଜୀବନ ବଞ୍ଚୁ ବଞ୍ଚୁ ମଣିଷ ସାମାଜିକ ପ୍ରାଣୀରୁ ସ୍ୱ-କେନ୍ଦ୍ରିକ ପ୍ରାଣୀ ହୋଇ ନ ଯାଉ ।
***
ଲେଖକ ପରିଚିତି: ସକ୍ରିୟ ସାମ୍ବାଦିକତାରୁ ସାମ୍ବାଦିକତା ଶିକ୍ଷା ଜଗତକୁ ଆସିଥିବା . ମୃଣାଳ ଚାଟାର୍ଜୀ ଏବେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ମୁଖ୍ୟ ଅଛନ୍ତି