Tuesday 25 July 2023

Bahi Katha. My fortnightly column on books. 26.7.23


 

ବହିକଥା ମୃଣାଳ ଚାଟାର୍ଜୀ ୨୬..୨୩

କୌଟିଲ୍ୟଙ୍କ ପ୍ରାସଙ୍ଗିକତା

ବହି: କୌଟିଲ୍ୟନମିକସ ଫର ମଡର୍ଣ୍ଣ ଟାଇମସ୍

ଲେଖକ: ଶ୍ରୀରାମ ବାଲସୁବ୍ରମଣ୍ୟମ

ପ୍ରକାଶକ: ବ୍ଲୁମ୍ସବରି

ପୃଷ୍ଠା: ୨୬୬, ମୂଲ୍ୟ: ୬୦୦ ଟଙ୍କା ପ୍ରଥମ ପ୍ରକାଶ: ୨୦୨୨

ପୁସ୍ତକର ଲେଖକ ଶ୍ରୀରାମ ବାଲସୁବ୍ରମଣ୍ୟମ ଜଣେ ଅର୍ଥନୈତିଜ୍ଞ ବର୍ଷର କଠିନ ପରିଶ୍ରମରେ ବହିଟିକୁ ସେ ଲେଖିଛନ୍ତି କୌଟିଲ୍ୟ ଭାରତୀୟ ଅର୍ଥ ଶାସ୍ତ୍ରରେ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି କିନ୍ତୁ ମଜାକଥା ହେଲା ଯେ କୌଟିଲ୍ୟଙ୍କ ସଂପର୍କରେ ପ୍ରାମାଣିକ ତଥ୍ୟ ବିଶେଷ ନାହିଁ କୌଟିଲ୍ୟ ବା ଚାଣକ୍ୟ ଜଣେ ବ୍ୟକ୍ତି ନା କେଇ ଶହ ବର୍ଷ ଧରି ଅର୍ଥଶାସ୍ତ୍ର ଅଭ୍ୟାସ କରୁଥିବା ଅର୍ଥଶାସ୍ତ୍ରଜ୍ଞ ପଣ୍ଡିତଙ୍କ ସମାହାର - ତାକୁ ନେଇ ଭିନ୍ନ ମତ ରହିଛି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି (ଇକୋନୋମିକ୍ଆଡଭାଇଜରି କାଉନସିଲ) ଅଧ୍ୟକ୍ଷ ବିବେକ ଦେବରାୟ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି

            ତେବେ କୌଟିଲ୍ୟଙ୍କର ପରିଚୟ କୁହୁଡି ଭିତରେ ଥିଲେ ବି ଅର୍ଥନୀତି ବିଷୟରେ ଏବଂ ଶାସନ ଅର୍ଥନୀତିର  ସମ୍ପର୍କ  ବିଷୟରେ ଏବଂ  ଉତ୍ତମ ଶାସନ ପାଇଁ ଅର୍ଥନୀତିକୁ ବ୍ୟବହାର କରିବା ଦିଗରେ ତାଙ୍କର ସିଦ୍ଧାନ୍ତଗୁଡ଼ିକ ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଛି     ପୁସ୍ତକରେ  ଶ୍ରୀରାମ ବାଲସୁବ୍ରମଣ୍ୟମ ତାକୁହିଁ ରେଖାଙ୍କିତ  କରିବା ପାଇଁ ଚାହିଁଛନ୍ତି

            କୌଟିଲ୍ୟଙ୍କ ଜନ୍ମର ୧୮୦୦ ବର୍ଷ ପରେ ମାକିଆଭେଲି ଜନ୍ମ ନେଇଥିଲେ ଉଭୟଙ୍କ ଭିତରେ ସାମଞ୍ଜସ୍ୟ ହେଲା ଉଭୟେ ବସ୍ତୁତଃ  ଥିଲେ ଶିକ୍ଷକ ଏବଂ ଶାସକମାନଙ୍କୁ ଶାସନ କରିବାର କଳା ବିଷୟରେ ଶିକ୍ଷା ଦେଉଥିଲେ କୌଟିଲ୍ୟଙ୍କ ସମୟ, ମାକିଆଭେଲିଙ୍କ ସମୟ ଆଉ ବର୍ତ୍ତମାନ ସମୟ ଭିତରେ ସମୟ ବହୁତ ବଦଳି ଯାଇଛି କିନ୍ତୁ ଗୋଟେ କଥା ଅଛି: ଦି ମୋର ଥି୍ଙ୍ଗସ ଚେଞ୍ଜ ଦି ମୋର ଦେ ଆର ଦି  ସେମ୍ ଯେତେ ପରିବର୍ତ୍ତନ ହୁଏ, ସେତେ ଜିନିଷ ସମାନ ରହିଥାଏ

            ବହିରେ କୌଟିଲ୍ୟଙ୍କ କେତେକ ପରାମର୍ଶ କଥା କୁହାଯାଇଛି ତିନୋଟି ଗୁରୁତ୍ୱପୁର୍ଣ୍ଣ ବିଷୟରେ କୌଟିଲ୍ୟଙ୍କର ପରାମର୍ଶ ପ୍ରଣିଧାନଯୋଗ୍ୟ ବିଷୟଗୁଡ଼ିକ ହେଲା କର ଆଦାୟ, ଋଣ  ଏବଂ ଏନଫୋର୍ସମେଣ୍ଟ ଅଫ କଣ୍ଟ୍ରାକ୍ଟସ୍‍ - ବା ଚୁକ୍ତିକୁ ମାନ୍ୟତା ଦେବା ତିନୋଟି ଭିତରେ  ପାରସ୍ପରିକ ସମ୍ପର୍କ ରହିଛି ତିନୋଟିକୁ ଯଦି ଏକା ସାଙ୍ଗରେ ଦେଖା ନଯାଏ ତେବେ ଦେଶରେ  ଅର୍ଥନୀତି ଏବଂ ମାନ୍ୟତା ଉଭୟ ଉପରେ ପ୍ରଭାବ ପଡ଼ିବ ଶ୍ରୀ ବାଲସୁବ୍ରମଣ୍ୟମ କ୍ଷେତ୍ରରେ କୌଟିଲ୍ୟଙ୍କର କଣ ଦୃଷ୍ଟଭଙ୍ଗୀ ଥିଲା - ତାହା ପ୍ରାଞ୍ଜଳ ଭାବେ ଲେଖିଛନ୍ତି

            ଏହାଛଡା ସେ କୌଟିଲ୍ୟ ରେଖାଙ୍କିତ କରିଥିବା ଅନ୍ୟାନ୍ୟ କେତେକ କ୍ଷେତ୍ରପ୍ରତି ମଧ୍ୟ ଦୃଷ୍ଟି  ଆକର୍ଷଣ କରିଛନ୍ତି ଗୋଟିଏ ହେଉଛି ବାଣିଜ୍ୟ କରିବାର ସୁବିଧା ଏହାକୁ ବର୍ତ୍ତମାନର ଭାଷାରେ ଇଜ୍ଅଫ ଡୁଇଙ୍ଗ୍ବିଜନେସ ବୋଲି କୁହାଯାଉଛି

            କର ବା ଟିକସ ବିଷୟରେ କୌଟିଲ୍ୟ ଯାହା କହିଛନ୍ତି ତାହା ଫ୍ରାନସର ରାଜା ଚତୁର୍ଦ୍ଦଶ ଲୁଇଙ୍କର ଅର୍ଥମନ୍ତ୍ରୀ ଜାଗେଶ ବାପ୍କିଜ୍ମଧ୍ୟ କହିଥିଲେ   ବାପକିଜ କହିଥିଲେ ଯେ କରଆଦାୟଟା ହେଲା କୁକୁଡାର ପର ଛିଡେଇବା କେତେ ବେଶୀ ପର ତମେ କେତେ କମ ପ୍ରତିରୋଧ ଛିଡେଇ ପାରିବ କୌଟିଲ୍ୟ  କର ଆଦାୟକୁ ଆଉ ଗୋଟେ ପ୍ରକାରରେ ବୁଝାଇଥିଲେ ସିଏ ଏହାକୁ ପାଚିଲା ଫଳ ତୋଳିବା ଆଉ କଞ୍ଚା ଗୁଡାକ ଗଛରେ ହିଁ ପାଚିବା ପାଇଁ ରଖିଦେବା  ଭଳି କହିଥିଲେ

            ଖର୍ଚ୍ଚ କଥାରେ କୌଟିଲ୍ୟ ଇନଫ୍ରାଷ୍ଟ୍ରକଚର ଉପରେ ଖର୍ଚ୍ଚ କରିବା ଉପରେ ଯୋର ଦେଇଥିଲେ ରାସ୍ତା, ଘାଟ, ପାନୀୟ ଜଳ,,  ଇତ୍ୟାଦି ସ୍ୱାସ୍ଥ୍ୟ ଯେ ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ ତାହା ସେ କଥା କହିଛନ୍ତି ହେଲେ ଡିଫେନ୍ ବା ସୁରକ୍ଷା ଉପରେ ସେ ବିଶେଷ କିଛି କଥା କହି ନାହାନ୍ତି   ଦୁର୍ଭିକ୍ଷ ସମୟରେ ରାଜା କେମିତି ଖର୍ଚ୍ଚ କରିବା କଥା  ବିଷୟରେ ବେଶୀକଥା ସେ କହି ନାହାନ୍ତି   ୠଣ ବିଷୟରେ ତାଙ୍କର ବକ୍ତବ୍ୟ ହେଲା: ଋଣ ପାଇବା ଜଣେ ଶାସକ ପାଖରେ କଷ୍ଟକଥା ନୁହଁ ଠିକ୍ସମୟରେ ନେବା ଏବଂ ରୁଣ ପରିଶୋଧ କରିବା ଉପରେ ଶାସକ  ଅଧିକ ଗୁରୁତ୍ୱ ଦେବା ଦରକାର   ଗୋଟେ ଦେଶର ମାନ୍ୟତା ପାଇଁ ଏବଂ  ସେଠି ବ୍ୟବସାୟରଁ ପରିବେଶ ଭଲ କରିବା ପାଇଁ ଚୁକ୍ତି ପାଳନର ଆବଶ୍ୟକତା ରହିଛି   ବ୍ୟବସାୟର ପରିବେଶ ଉପରେ ମଧ୍ୟ ଚାଣକ୍ୟ ବେଶ୍ଗୁରୁତ୍ୱ ଦେଇଛନ୍ତି  

            ଏହାଛଡା ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ କୌଟିଲ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ତା ଭିତରୁ ଗୋଟିଏ ହେଲା ପରିବେଶ ପରିବେଶର ସୁରକ୍ଷା ଦିଗରେ କୌଟିଲ୍ୟ ଶାସକ ମାନଙ୍କୁ  ଦୃଷ୍ଟି ଦେବାପାଇଁ କହିଛନ୍ତି ପରିବେଶକୁ ନଷ୍ଟ ନକରି ଉନ୍ନୟନ ଏହାହିଁ  ମାନବର  ଆବଶ୍ୟକତା ବୋଲି  କୌଟିଲ୍ୟ ମତ ଦେଇଛନ୍ତି                              କୌଟିଲ୍ୟଙ୍କର ଯେଉଁ ସବୁ ସିଦ୍ଧାନ୍ତ ତାଙ୍କ ସମୟରେ ସେ ବ୍ୟକ୍ତ କରି ଯାଇଛନ୍ତି, ସେଗୁଡିକ ମଧ୍ୟରୁ ଅନେକ ଗୁଡିଏ ଏପର୍ଯ୍ୟନ୍ତ ପ୍ରାସଙ୍ଗିକ ରହିଛି କୌଟିଲ୍ୟ ଥିଲେ ଜଣେ ଦୂରଦ୍ରଷ୍ଟା   ସେଇଥିପାଇଁ  ତାଙ୍କ କଥା ଏପର୍ଯ୍ୟନ୍ତ ପ୍ରାସଙ୍ଗିକ

            ବହିଟି ଅର୍ଥନୀତି, ସମାଜନୀତିର ଛାତ୍ର ଗବେଷକମାନଙ୍କ ସହିତ ନୀତି ନୀତିନିର୍ଦ୍ଧାରକମାନେ ମଧ୍ୟ ପଢ଼ିବା ଦରକାର

++