Saturday 1 August 2020

Column | Pathe Prantare

ପଥେ ପ୍ରାନ୍ତରେ ମୃଣାଳ ..୨୦୨୦

ଓଡ଼ିଆ ସାମ୍ବାଦିକତା ଦିବସ

୪ ଅଗଷ୍ଟ ହେଲା ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହାରେ ଏଇ ଦିନ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକା । ପ୍ରକାଶକ ଓ ସମ୍ପାଦକ ଥିଲେ ଗୌରୀ ଶଙ୍କର ରାୟ । ତତ୍କାଳୀନ ଆୟକର କମିଶନର ତଥା କଟକସ୍ଥିତ ଐତିହାସିକ ରେଭେନ୍ସା କଲେଜର ପ୍ରତିଷ୍ଠାତା ଟି.ଇ ରେଭେନ୍ସାଙ୍କ ସିରସ୍ତାଦାର ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ ସେ ଏହାକୁ କଟକ ପ୍ରିଣ୍ଟିଂ କମ୍ପାନି ପ୍ରେସ୍‌ରୁ ପ୍ରକାଶ କରିଥିଲେ ।


ଉତ୍କଳ ଦୀପିକା ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । (ନଅ ଅଙ୍କ ଦୁର୍ଭିକ୍ଷ କାହିଁକି କୁହାଯାଏ, ଏହାର ନାମକରଣ ପଛରେ ଏକ କାହାଣୀ ରହିଛି । ଉତ୍କଳର ଅଙ୍କ ଗଣନା ପଦ୍ଧତି ଅତି ପ୍ରାଚୀନ । ସୋମବଂଶୀ ରାଜା ଯଯାତିକେଶରୀ ଏହି ଗଣନା ପ୍ରଥା ପ୍ରଚଳନ କରିଥିଲେ । ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଓଡ଼ିଶା ଗଜପତିଙ୍କର ନୂତନ ଅଙ୍କ ଗଣନା କରାଯାଉଥିବାରୁ ଏହାକୁ ସୁନିଆଁ କହନ୍ତି । ଓଡ଼ିଶାରେ ଗଜପତିଙ୍କର ନଅ ଅଙ୍କରେ ଅର୍ଥାତ୍‌ ୧୮୬୬-୬୭ରେ ଦୁର୍ଭିକ୍ଷ ପଡିଥିଲା ବୋଲି ଏହାକୁ ନଅ ଅଙ୍କ ବା ନଅଙ୍କ ଦୁର୍ଭିକ୍ଷ କୁହାଗଲା ।) ଦୁର୍ଭିକ୍ଷ ସମୟରେ ପ୍ରତିଟି ଖବର ଉତ୍କଳ ଦୀପିକାରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କଣ ପଦକ୍ଷେପ ନେବା ଉଚିତ୍‌, ସେ ସଂପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ଉତ୍କଳ ଦୀପିକା । ଓଡ଼ିଆଙ୍କ ସ୍ୱାର୍ଥ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲେ । ଲୋକଙ୍କ ସହ ଏହାର ସଂପର୍କ ଥିଲା ପ୍ରଗାଢ । ନିଜ ସମସ୍ୟା ସଂପର୍କରେ ଚିଠି ମାଧ୍ୟମରେ ଖବର ପଠାଇବାକୁ ଉତ୍କଳ ଦୀପିକା ଲୋକଙ୍କୁ ପ୍ରେତ୍ସାହିତ କରୁଥିଲା । ଏହାର ଆଉ ଏକ ବିଶେଷତ୍ୱ ହେଲା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ସରକାରୀ କର୍ମଚାରୀମାନଙ୍କ ବଦଳି, ପ୍ରାକୃତିକ ବିପର୍ଯ୍ୟୟ, ବିଶିିଷ୍ଟ କର୍ମଚାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ପ୍ରକାଶିତ ହେଉଥିଲା । ଏଥିରେ ଦେଶ ବିଦେଶର ଖବର, ଶିକ୍ଷା ଜାତୀୟ ଜୀବନକୁ ସମୃଦ୍ଧ କଲାପରି ପ୍ରସଙ୍ଗ, ଓଡ଼ିଆ ଭାଷା ସାହିତ୍ୟ ସମ୍ବନ୍ଧୀୟ ଆଲୋଚନାମାନ ପ୍ରକାଶ ପାଉଥିଲା । ୧୮୬୬ରୁ ୧୯୩୬ ଯାଏଁ- ସାତ ଦଶନ୍ଧି ଧରି ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ଜନ୍ମକାଳରୁହିଁ ଆଧୁନିକ ସାମ୍ବାଦିକତାର ବିଭିନ୍ନ ବିଭବ ବହନ କରି ଆତ୍ମପ୍ରକାଶ କରିଥିବା ଉତ୍କଳ ଦୀପିକା ଓଡ଼ିଆ ସାମ୍ବାଦିକତାର ମାନକୁ ଆରମ୍ଭରୁ ବେଶ ଉଚ୍ଚରେ ରଖିପାରିଥିଲା ।

ପରୀକ୍ଷା ଫଳ

ଏହା ଭିତରେ ପରୀକ୍ଷା ଫଳ ବାହାରିଲା । ଯାହାକୁ ଦେଖ- ତା ପିଲା ୯୦ ଶତାଂଶ ଉପରେ ନମ୍ବର ପାଇଛି । ସେଥିରେ ବି ନା ପିଲା ମନ ଖୁସି ନା ପିଲାର ବାପାମା ମନ ଖୁସି । ...ଆରେ ଅମକର ପିଲା ୯୯ ଶତାଂଶ ମାର୍କ ପାଇଛି । ତା ପୁଅ/ଝିଅ ୯୯ ପାଇଛି ବୋଲି ମୋ ପୁଅ/ଝିଅର ୯୦ ଶତାଂଶ ମୋତେ ଖୁସି ଦେଉନି!      ଆମ ବେଳେ ଏତିକି ମାର୍କରେ ତିନି ଜଣ ପିଲା ପାସ୍‌ କରିଯାଇ ଥେଇ ଥେଇ ନାଚୁଥାନ୍ତେ । ବାପା ମା ପିଲା ପାସ୍‌ ହେବା ଖୁସିରେ ସାହିରେ ମିଠେଇ ବାଣ୍ଟୁଥାନ୍ତ । ଜଣେ ଭଲ କଥା କହିଲେ ଆମ ବେଳେ ସେଲ୍‌ସିଅସ୍‌ରେ ନମ୍ବର ମିଳୁଥିଲା: ୩୦, ୩୨, ୩୪... । ଏବେ ଫାରେନ୍‌ହିଟ୍‌ରେ ନମ୍ବର ମିଳୁଛି ୯୬.୬, ୯୮.୪, ୯୯.୫ । ବୁଝିହେଉନି ନମ୍ବର କଥା କହୁଛି ନା କାହାକୁ କେତେ ଜ୍ୱର ହୋଇଛି- ତାହା କହୁଛି ।

ମୋତେ ଲାଗୁଛି ଏଇ କରୋନା ସମୟକୁ ଦେଖି ଏଥର ସାର୍‌ମାନେ ଏମିତି ମାର୍କ ଦେଇଛନ୍ତି । ଚାରିଆଡ଼େ ଏତେ ଦୁଃଖ, ଏତେ ବିଷାଦ- ନେ ମାର୍କ ନେଇ ଖୁସି ହୋଇଯା । ସମସ୍ତେ ପାସ୍‌ କରିଯା । ପିଲା ଏତେ ମାର୍କ ପାଇ ଖୁସି । ହେଲେ ଧନ୍ୟ କହିବ- ତାଙ୍କ ମାମାନଙ୍କୁା ପିଲା ଶତକଡ଼ା ଶହେ ମାର୍କ ପାଇଲେ ବି ମା ଖୁସି ନୁହେଁ । କହୁଛନ୍ତି: ମୋ ପିଲା ଆହୁରି ପାଇଥାନ୍ତା- ସାର୍‌ମାନେ ଠିକ୍‌ ଭାବେ ଖାତା ଦେଖିଲେନିା

ସାର୍‌ମାନଙ୍କ ମୁଣ୍ଡ ଟିଣ- ଶହେରୁ ତ ଶହେ ଦେଲେଣି- ଆଉ କେତେ ଦେଇଥାନ୍ତେ!

ରାଖି

କରୋନା ପାଇଁ ଏବର୍ଷ ରାଖି ପର୍ବଟା ପୂରା ଫୁସ୍‌କି ଯାଇଛି । ବଜାର ହାଟ, ମହିଳା ମହାବିଦ୍ୟାଳୟଗୁଡ଼ିକ ସାମ୍ନାରେ ପ୍ରତିବର୍ଷ ଯେମିତି ରାଖି ଦୋକାନ ଖୋଲୁଥିଲା- ଏଥର ବହୁତ କମ । ଲୋକ ତ ବାହାରିବାକୁ କଟକଣା- ରାଖି କିଣିବାକୁ ଆସିବେ କେମିତି? ପୁଣି ଏବର୍ଷ ବହୁ ଲୋକ ଚୀନ ତିଆରି ଜିନିଷ ନ କିଣିବାକୁ ପଣ କରିଛନ୍ତି । ରାଖି ବି ତା ଭିତରେ ଯାଏ । ତେଣୁ ମୋ ବନ୍ଧୁ ନବଘନର ପନିୀ ରଂଗବତୀ ତାର ଦୁଇ ଭାଇ ହାତରେ ଶୁଦ୍ଧ ହିନ୍ଦୁସ୍ତାନୀ ରାଖି ବାନ୍ଧିବାକୁ ମନସ୍ଥ କରିଛି । କାଳେ କେହି ଭେଜାଲ ମିଶେଇ ଦେବ, ତେଣୁ ସେ ନିଜେ ଘରେ ବସି ଇଉ ଟିଉବ୍‌ ଦେଖି ରାଖି ତିଆରି କରୁଛି । ଆତ୍ମନିର୍ଭର ଭାରତର ଆଉ ଏହାଠୁଁ ବଡ଼ ଉଦାହରଣ କଣ ହୋଇପାରେ!

ବାହାଘରେ ନିମନ୍ତ୍ରଣ

ନବଘନ ବାହାଘରିଆ ଭୋଜିକୁ ଯିବାକୁ ଭାରି ଭଲ ପାଏ ଏବେ ବାହାଘରିଆରେ କେତେ ଲୋକଙ୍କୁ ନିମନ୍ତ୍ରଣ କରାଯିବ ତାହା ନିର୍ଦ୍ଦିଷ୍ଟ କରିଦିଆଯାଇଛି ପଚାଶ ଲୋକ ନବଘନ ଏବେ ଯେଉଁ ବାହାଘରେ ତାକୁ ଡକା ହୋଇନି ତା ଉପରେ ନଜର ରଖେ କେତେ ଲୋକ ଆସିଲେ ଗଣେ ଯେମିତି ଦେଖିଲା ୫୦ ଟପିଲା- ପୋଲିସ୍କୁ ଫୋନ କରିଦିଏ

ତାର ନୀତି ସରଳ: ମୋତେ ଖାଇବାକୁ ଡାକିଲେ, ମୁଁ ଆଉ କାହାକୁ ଖୁଆଇ ଦେବିନି

ନିର୍ଭରଶୀଳତା

ବର୍ତ୍ତମାନ ଅବସ୍ଥା ଯାହା ହେଲାଣି- ଆମେ ସବୁକିଛି ପାଇଁ ମିଡିଆ ଉପରେ ନିର୍ଭର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ହାସପାତାଳରେ ଥିଲେ ସକାଳୁ ଉଠି ସେ ନିଜେ କେମିତି ଅଛନ୍ତି ବୋଲି ଜାଣିବାକୁ ସେ ଟିଭି ଖୋଲୁଛନ୍ତି

ରେସ୍ତୋରାଁରେ ଖାଇବାକୁ ଗଲେ ନବଘନ ବାବୁ ଖାଇ ସାରିଲା ପରେ େୱଟର ଆସି ପଚାରିଲା, ସାର୍‌, ରୋଷେଇ ଭଲ ହୋଇଥିଲା?

ନବଘନ ମୋବାଇଲ୍ଦେଖି କହିଲେ, କେଜାଣି! ଦଶମିନିଟ ହେଲା ଫଟୋ ପୋଷ୍ଟ୍କରିଥିଲି ଏଯାଏଁ କାଇଁ ଗୋଟେ ବି ଲାଇକ୍ଆସିନି

କରୋନା ଔଷଧ

କୁଆଡ଼େ ଗଲ ବେ, ପରୀକ୍ଷା ୧୦୦ରୁ ୧୦୦ ରଖିଲାବାଲା ବ୍ରିଲିଆଣ୍ଟ୍ପିଲାମାନେ... କରୋନାର କଣ ଗୋଟେ ଔଷଧ କି ଟୀକା ବାହାର କର ନହେଲେ ଏତେ ମାର୍କ ଯେଉଁ ରଖୁଥିଲ- କଉ କାମକୁ! ନା, ଖାଲି ଆମ ଭଳିଆ ପଛବେଞ୍ଚ୍ବାଲାଂକୁ ଘରେ ମାଡ଼ଗାଳି ଖୁଆଇପାଇଁ ରଖୁଥିଲ!

କନଫରେନ୍ସ୍ଆଉ େୱବିନାର୍

େୱବିନାର୍ହେଲା କନ୍ଫରେନ୍ସ୍ ନୂଆ ରୂପ ଲୋକ ଆଗରୁ କନ୍ଫରେନ୍ସ୍ରେ ଯୋଗ ଦେବାକୁ ଭିନ୍ନ ସହରକୁ ଯାଉଥିଲେ। କରୋନା ଯୋଗୁଁ କୁଆଡ଼େ ଯିବା ଆସିବାର ବନ୍ଦ ତେଣୁ କନ୍ଫରେନ୍ସ୍ଏବେ େୱବିନାର ରୂପରେ ଲୋକଙ୍କ ଘର ଭିତରକୁ ଆସିଯାଇଛି ଆଗରୁ ଲୋକେ ସେଠି ଚେୟାରରେ ବସି ବସି ଶୋଉଥିଲେ ଏବେ ଆନନ୍ଦରେ ଘରେ ଖଟରେ ଶୋଉଛନ୍ତି


ଗୁରୁ-ଜ୍ଞାନ

ନିଜ ଘର ଛାତରୁ ପାଣି ଗଳିବା ଯାଏଁ ଆଉ ଘର ବାହାରେ ପାଣି ଜମିବା ଯାଏଁ ବର୍ଷା ସମସ୍ତଙ୍କୁ ଭାରି ରୋମାଣ୍ଟିକ୍ଲାଗେ

***

ସଂଚାର ମାଂର୍ଗ, ଢେଙ୍କାନାଳ ୭୫୯ ୦୦୧


No comments:

Post a Comment