Sunday 9 August 2020

Column | Pathe Prantare (Odia) | 9.8.2020

 

ପଥେ ପ୍ରାନ୍ତରେ  ମୃଣାଳ  ..୨୦୨୦

ଅଗଷ୍ଟ କ୍ରାନ୍ତି ଦିବସ

ଆଜି ଅଗଷ୍ଟ ହେଲା ଅଗଷ୍ଟ କ୍ରାନ୍ତି ଦିବସ ୧୯୪୨ ମସିହା ଏଇ ଦିନରେ ଗାନ୍ଧିଜୀଙ୍କ ଭାରତ ଛାଡ଼ ଆହ୍ୱାନରେ ସାରା ଭାରତରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ଯଦିଓ ଆନ୍ଦୋଳନରେ ଇଂରେଜ ଭାରତ ଛାଡ଼ି ଚାଲିଯାଇନଥିଲେ ତେବେ ଏହା ସେମାନଙ୍କ ଶାସନର ନିଅଁକୁ ହଲେଇଦେଇଥିଲା ବୋଲି ଅନେକ ଐତିହାସିକ ମନେ କରନ୍ତି ଗାନ୍ଧିଜୀ ଏବଂ ଅନେକ କଂଗ୍ରେସ ନେତା ଅଗଷ୍ଟ ତାରିଖ ଦିନ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ ଗାନ୍ଧିଜୀ ଦେଇଥିଲେ ତାଙ୍କ ସ୍ଲୋଗାନ୍‌: କର ବା ମର ଡୁ ଅର୍ଡାଇ ଇଂରେଜ ସରକାରଙ୍କୁ ତତ୍କ୍ଷଣାତ୍ଭାରତ ଛାଡ଼ି ଚାଲିଯିବା ପାଇଁ କହିଥିଲେ ସେ  


ପ୍ରତ୍ୟୁତ୍ତରରେ ଇଂରେଜ ସରକାର ଗାନ୍ଧିଜୀ, ଜବାହାରଲାଲ ନେହେରୁ, ବଲ୍ଲଭ ଭାଇ ପଟେଲ ସମେତ କଂଗ୍ରେସର ସବୁ ତୁଙ୍ଗ ନେତାମାନଙ୍କୁ ଗିରଫ୍କରି ଜେଲ୍ରେ ପୂରେଇ ଦେଲେ ଆଉ ଅଧିକାଂଶ ନେତାଙ୍କୁ ୧୯୪୫ରେ ବିଶ୍ୱଯୁଦ୍ଧ ଶେଷ ହେବା ଯାଏଁ ଜେଲ୍ରେ ରଖିଦେଲେ  ହେଲେ ଅଗଷ୍ଟ ତାରିଖ ଦିନ ଅରୁଣା ଆସଫ୍ଅଲ୍ଲୀ ବମ୍ବେର ଗୋଆଲିଆ ମଇଦାନ୍ରେ ଭାରତର ଜାତୀୟ ପତାକା ଉଡ଼େଇ ଦେଲେ କଂଗ୍ରେସର ତୃଣମୂଳ ସ୍ତରର ନେତା କର୍ମୀମାନେ ଏବଂ ସାଧାରଣ ଲୋକମାନେ ଆନ୍ଦୋଳନ ଆରମ୍ଭ କଲେ ସାରା ଦେଶରେ ସେତେବେଳକୁ ଖେଳି ଯାଇଥିଲା ଆନ୍ଦୋଳନର ବାର୍ତ୍ତା ଆରମ୍ଭ ହୋଇଯାଇଥିଲା ଆନ୍ଦୋଳନ  

ହେଲେ ପୁରୁଖା ନେତୃତ୍ୱର ଅଭାବ ଏବଂ ବ୍ରିଟିସ୍ସରକାରଙ୍କ ଦମନ ଫଳରେ (ଲକ୍ଷେ ଲୋକଙ୍କୁ ଜେଲ୍ରେ ପୂରାହୋଇଥିଲା) ୧୯୪୩ ବେଳକୁ ଆନ୍ଦୋଳନ ବିକ୍ଷିପ୍ତ ଏବଂ କ୍ରମଶଃ ସ୍ତିମିତ ହୋଇ ଯାଇଥିିଲା  

ତେବେ ଐତିହାସିକମାନେ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବୋଲି ଗ୍ରହଣ କରନ୍ତି ନାହିଁ ଦେଶବ୍ୟାପୀ ଆନ୍ଦୋଳ ଫଳରେ ବି୍ରଟିସ୍ସରକାର ବୁଝଇଗଲେ- ଭାରତକୁ ଆଉ ଅଧିକ ଦିନ ପରାଧୀନ କରି ରଖଇବା ସମ୍ଭବ ନୁହେଁ ଦ୍ୱିତୀୟ ବିାଗବଯୁଦ୍ଧ ପରେ ପରେ ବ୍ରିଟିସ୍ସରକାର ଭାରତକୁ ସ୍ୱାଧୀନ କରିବା କଥା ସ୍ଥିର କରି ସାରିଥିଲେ ପ୍ରଶ୍ନ କେବଳ ଥିଲା: କେବେ ତାହା କରାଯିବ  

ତାପରର ଘଟଣା ଆମେ ସମସ୍ତେ ଜାଣିଛୁ  

ଇମୁ୍ୟନିଟି ବୁଷ୍ଟର

ଇମୁ୍ୟନିଟିର ଓଡ଼ିଆ ହେଲା ରୋଗ ପ୍ରତିରୋଧକ ଶକ୍ତି ସେଟା ବଢ଼ିଲେ କରୋନା ହେବାର ଆଶଙ୍କା କମ ତେଣୁ ଏବକୁ ଦେଖୁଛି ଆଲୋପାଥି, ହୋମିଓପାଥି, ନାଚୁରୋପାଥି- ସାବୁନ୍‌, ଶ୍ୟାମ୍ପୁ, ସାନିଟାଇଜର- କଲରା, ଭେଣ୍ଡି, କାକୁଡ଼ି- କାନ୍ଥର ରଂଗ, ଜାମା, ଜୋତା- ସମସ୍ତେ ଇମ୍ୟୁନିଟି ବଢ଼ାଉଛନ୍ତି ବୋଲି ବିଜ୍ଞାପନ ଦେଉଛନ୍ତି ବାବା ରାମଦେବ ପ୍ରଥମେ କହୁଥିଲେ କରୋନିଲ୍କରୋନାକୁ ନିଲ୍କରିଦେବ ଏବେ କହୁଛନ୍ତି: ଏଟା ହେଲା ଇମ୍ୟୁନିଟି ବୁଷ୍ଟର ବିଭିନ୍ନ ସାମାଜିକ ଗଣମାଧ୍ୟମ ମଂଚରୁ ଏତେ ବିଭିନ୍ନ ଆଉ ବିଚିତ୍ର ପ୍ରକାର ଇମ୍ୟୁନିଟି ବୁଷ୍ଟର କଥା ପଢ଼ିବାକୁ, ଶୁଣିବାକୁ, ଦେଖିବାକୁ ମିଳୁଛି ଯେ ମୁଣ୍ଡ ଟିଣ ହୋଇଯାଉଛି ମଣିଷ ଫୁଲ୍କନ୍ଫୁ୍ୟଜ ହୋଇଯାଉଛି ଏତେ ରୋଗ ପ୍ରତିରୋଧକ ଶକ୍ତି ବୁଷ୍ଟର୍ଆମ ଚାରିପଟେ ରହିଛି- ତଥାପି କେମିତି କରୋନା କେସ୍ବଢ଼ି ବଢ଼ି ଚାଲିଛି?

ସେମିତି ଦେଖିଲେ କରୋନା ପୂରାପୂରି ଭଲ ହେବାର କେତେ ବାଟ ପ୍ରତିଦିନ ଦେଖାଉଛନ୍ତି ଆମ ନେତା ଆଉ ବାବାମାନେ ଜଣେ ନେତ୍ରୀ କହିଲେ ହନୁମାନ ଚାଳିସା ଜପ କର, କରୋନା ଛାଡ଼ି ପଳେଇବ ଜଣେ ନେତା କହିଲେ, ଅମକ ବ୍ରାଣ୍ଡ୍ ପାମ୍ପଡ଼ ଖାଅ, କରୋନା ଭଲ ହୋଇଯିବ ମାଂଗାଲୋରର ଜଣେ ନେତା ଆହୁରି ଭଲ ଆଇଡିଆ ଦେଲେ: ରମ୍ପିଅ, ଅଣ୍ଡା ପୋଚ୍ଖାଅ କରୋନା ଭଲ ହୋଇଯିବ ଏଇ ଆଇଡିଆଟା ଆମ ନବଘନକୁ ଖୁବ୍ଭଲ ଲାଗିଥିଲା ହେଲେ ରମ୍ବଦଳରେ ହୁଇସ୍କି କିମ୍ବା ବ୍ରାଣ୍ଡି ପିଇଲେ ହେବ ସମାନ ଫଳ ହେବ ବୋଲି ସେ ନିଜେ କହିଦେଇ ବିପଦରେ ପଡ଼ିଲା ତା ପନିୀ ରଂଗବତୀ ଆଇଡିଆଟାକୁ ବିଲ୍କୁଲ୍ନାକଚ କରିଦେଲେ ଆମ ଓଡ଼ିଶାର ଜଣେ ବାବା କରୋନା-ରୋଗୀକୁ ଆଲିଂଗନ କରି କରୋନା ଭଲ କରିଦେବେ ବୋଲି ଟେଲିଭିଜନରେ କହିଲେ ହେଲେ ମୁସକିଲ ହେଲା ତାଙ୍କୁ କେହି କାର୍ଯ୍ୟ କରିବାର ଚାନ୍ସ୍ଦେଉ ନାହାନ୍ତି  

ଲିପ୍ଷ୍ଟିକ୍

ମୁଁ ଗ୍ୟାରେଣ୍ଟି ଦେଇ କହିପାରେ ଆପଣମାନଙ୍କ ଭିତରୁ ଅନେକେ ଜାଣି ନଥିବେ ଯେ ୨୯ ଜୁଲାଇ ଥିଲା ଲିପ୍ଷ୍ଟିକ୍ଦିବସ ମୁଁ ବି ଜାଣିନଥିଲି ଏକଥାଟା ମୋତେ କହିଲେ ମୋ ପନିୀ ସେଦିନ ସକାଳୁ ସେ ମୁହଁ ଶୁଖେଇ ବସିଥିଲେ ଯେ ପଚାରିଦେଲି: କଣ ହୋଇଛି ତମ ମୁହଁ କାହିଁକି ଶୁଖିଲା? ସେ ଉତ୍ତର ଦେଲେ- ଶୁଖିଲା ହେବନି! ଆଜି ଲିପ୍ଷ୍ଟିକ୍ଡେ ହେଲେ ମଣିଷ ଟିକେ ଲିପ୍ଷ୍ଟିକ୍ଲଗେଇ ପାରୁନି କି କରୋନା ଆସିଲା ଯେ ମଣିଷର ସଉକ ସୌଖିନ୍ଆଉ କିଛି ରହିଲାନି ଆଜି ପରା ଦିନରେ ଗୋଟେ ଲିପ୍ଷ୍ଟିକ୍ବି କିଣି ପାରୁନି!


            କରୋନା କାଳରେ ମୁଖା ପିନ୍ଧିବାକୁ ହେଉଛି ବୋଲି ମୋ ସ୍ତ୍ରୀଙ୍କ ମନ ଖରାପ କାରଣ ସେ ଲିପ୍ଷ୍ଟିକ୍ଲଗେଇ ପାରୁ ନାହାନ୍ତି ମୁଁ ଜାଣେ ଦୁଃଖ ଆହୁରି ଅନେକଙ୍କର ହେଉଥିବ  

            ଓଠ ରଂଗେଇବା ସ୍ତ୍ରୀଲୋକମାନଂକର ଆଜିର ଅଭ୍ୟାସ ନୁହେଁ ଆଜିଠୁଁ ୪୦୦୦ ବର୍ଷ ତଳେ ସୁମେରିୟ ମହିଳାମାନେ ନିଜ ଓଠ ରଂଗେଇବା ପାଇଁ ରଂଗ ଲଗଉଥିବାର ପ୍ରମାଣ ଅଛି ରୋମ୍ରେ ସମ୍ଭ୍ରାନ୍ତ ମହିଳା ଏବଂ ପୁରୁଷମାନେ ବି ଓଠ ରଂଗଉଥିଲେ ୧୭୭୦ରେ ବ୍ରିଟିସ୍ପାର୍ଲାମେଣ୍ଟ୍ମହିଳାମାନେ ଲିପ୍ଷ୍ଟିକ୍ଲଗେଇବାକୁ ବ୍ୟାନ୍କରିଦେଇଥିଲେ କହିଥିଲେ ଇଏ ହେଲା ପୁରୁଷମାନଂକୁ ବିବାହ ପାଇଁ ବାଧ୍ୟ କରିବାର ଏକ ଶଇତାନି ବୁଦ୍ଧି ସେଇ ବ୍ରିଟେନ୍ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଚର୍ଚ୍ଚିଲ ଲିପ୍ଷ୍ଟିକ୍ଉତ୍ପାଦନକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇଥିଲେ ସେ ଭାବୁଥିଲେ ଏହାଦ୍ୱାରା ବିଟ୍ରେନ୍ରେ ଲୋକଂକର ମନୋବଳ ମଜବୁତ ରହିବ ୧୮୮୪ରେ ଏକ ଫ୍ରେଞ୍ଚ୍କମ୍ପାନି ପ୍ରଥମ ଥର ପାଇଁ ବାଣିଜ୍ୟିକ ଭାବେ ଲିପ୍ଷ୍ଟିକ୍ତିଆରି କଲେ ଆଉ ୨୦୧୯ରେ ବିଶ୍ୱରେ ଲିପ୍ଷ୍ଟିକ୍ ବଜାର ମୂଲ୍ୟ ହେଲା ୧୩. ବିଲିଅନ୍ଆମେରିକୀୟ ଡଲାର ଅର୍ଥାତ୍ପାଖାପାଖି ଏକ ଲକ୍ଷ କୋଟି ଟଂକା  

ଆଇଡିଆ

ଗତ କେଇ ମାସ ହେଲା ପ୍ରତି ଦୁଇ ଘଣ୍ଟାରେ ସାନିଟାଇଜର୍ରେ ହାତ ଧୋଇ ଆଂଗୁଳିଗୁଡ଼ାକ ବି ଆଲ୍କୋହଲିକ୍ହୋଇ ଗଲେଣି ଏବେ ପୁଣି ସରକାର ସାନିଟାଇଜର ଉପରେ ୧୮ ଶତାଂଶ ଜିଏସ୍ଟି ବସେଇ ସାରିଲେଣି ତେଣୁ ଭାବୁଛି ଏବେ ଗୋ-ମୂତ୍ରରେ ହାତ ଧୋଇବି ଗୋ-ପ୍ରେମୀମାନେ କେବେଠୁଁ କହିଲେଣି ସେଥିରେ କୁଆଡ଼େ କରୋନା ଭାଇରସ ମରିଯାଏ

ବାବାଙ୍କ ମହିମା

ନବଘନ ଯାଇଥିଲା ବାବାଙ୍କ ମଠକୁ ସେଠୁ ଫେରୁ ଫେରୁ ରାତି ବାଟରେ ପୋଲିସବାଲା ଅଟକେଇଲେ ପଚାରିଲେ, ବ୍ୟାଗ୍ରେ କଣ ଅଛି?

- ଆଜ୍ଞା, ବାବାଙ୍କ ପାଦୁକ ପାଣି  

- ଦେଖାଅ  

ବଡ଼ ସନ୍ତର୍ପଣରେ ବୋତଲଟି ପୋଲିସବାଲାଙ୍କୁ ବଢ଼େଇଦେଲା ନବଘନ  

ପୋଲିସବାଲା ତାକୁ ଶୁଂଘି, ଟିକେ ଚାଖି କହିଲେ: ଇଏ ମଦ! ହୁଇସ୍କି ଭଳି ଲାଗୁଛି  

- ଦେଖିଲ ବାବାଙ୍କ ମହିମା! ମନ ବୁଝି ପାଦୁକ ବି କେମିତି ବଦଳି ଯାଉଛି  

***

ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧

No comments:

Post a Comment