Sunday 16 August 2020

Column | Pathe Prantare | 23.8.20


ପଥେ ପ୍ରାନ୍ତରେ ମୃଣାଳ ୧୬..୨୦୨୦
କିମ୍ବଦନ୍ତୀ, ପୁରାଣ ଇତିହାସ
କିମ୍ବଦନ୍ତୀ ହେଲା ଗୋଟେ ଚରିତ୍ର ବା ସ୍ଥାନ ବା ଘଟଣା ଉପରେ ଗଢ଼ିଉଠିଥିବା ଗଳ୍ପ, ଯେଉଁଠି ହୁଏତ ଚରିତ୍ର କିମ୍ବା ସ୍ଥାନ କିମ୍ବା ଘଟଣାଟି ସତ କିନ୍ତୁ ସମୟକ୍ରମେ ସେଥିରେ ଅନେକଙ୍କର ଅନେକ କଳ୍ପନାର ପୁଟ ମାଖି ହୋଇ ଯାଇଛି ସାଧାରଣ ଲୋକେ କିମ୍ବଦନ୍ତୀକୁ ପୂରାପୂରି ବିଶ୍ୱାସ କରନ୍ତି ନାହିଁ, ପୁଣି ପୂରାପୂରି ଅବିଶ୍ୱାସ ମଧ୍ୟ କରନ୍ତି ନାହିଁ ବିଶ୍ୱାସ ଅବିଶ୍ୱାସର ମଝାମଝିରେ ତାର ଅବସ୍ଥାନ
ମାଇଥୋଲଜି ବା ପୁରାଣରେ କିନ୍ତୁ ଯେଉଁ ସବୁ ଚରିତ୍ରର କଥା କୁହାଯାଏ- ସେଥିରୁ ଅଧିକାଂଶ ସମ୍ପୂର୍ଣ୍ଣ କଳ୍ପନା ପୁରାଣର ଚରିତ୍ରମାନଙ୍କର ଉଦ୍ଦେଶ୍ୟ ଭିନ୍ନ ତଥ୍ୟ ସମ୍ପ୍ରସାରଣ ନୁହେଁ ତତ୍ୱର ସମ୍ପ୍ରସାରଣ ସେମାନଙ୍କ ଲକ୍ଷ୍ୟ ସମସ୍ୟା ହୁଏ ଯେତେବେଳେ ଲୋକେ କିମ୍ବଦନ୍ତୀ, ପୁରାଣ ଆଉ ଇତିହାସ- ତିନୋଟିକୁ ଗୋଳିଆମିଶା କରି ଦିଅନ୍ତି କିମ୍ବଦନ୍ତୀ ଏବଂ ପୁରାଣକୁ ଇତିହାସ ବୋଲି କହିଲେ ବା ପରିଣତ କରିବାର ଚେଷ୍ଟା କଲେ- ବାର ସମସ୍ୟା ଜଣେ ସାଧାରଣ ଲୋକ ଏହା କଲେ ବି ଠିକ୍ଅଛି ହେଲେ ଯେତେବେଳେ ଗଣମାଧ୍ୟମ, ରାଜନୈତିକ ଦଳ ଏବଂ/କିମ୍ବା ସମାଜର ସଂଖ୍ୟା ଗରିଷ୍ଠ ଲୋକ ଏହା କରନ୍ତି ତେବେ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ ସମସ୍ୟା ହେଲା ସତ୍ୟର ସ୍ୱରୂପକୁ ନେଇ ସାମ୍ବାଦିକ ସମାଜତତ୍ୱବିଦ୍ଭାରତ ଡୋଗ୍ରା କହନ୍ତି: ଅନ୍ବାୟାସ୍ ଐତିହାସିକମାନେ ଯେଉଁମାନେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା କରନ୍ତି- ସେମାନେ କ୍ଷେତ୍ରରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି ସେମାନେ ପୁରାଣ କିଏ ଆଉ ଇତିହାସ କିଏ- ତାହା ସ୍ପଷ୍ଟ ଭାବେ କହି ଦେଇ ପାରନ୍ତି କିନ୍ତୁ ଐତିହାସକିମାନେ ଯଦି ଏହା ନିିଷ୍ଠାପର ଭାବେ କହନ୍ତି ତେବେ ପୁରାଣ ଆଉ ଇତିହାସ ଏକା ହୋଇଯିବ ବାସ୍ତବ କଳ୍ପନା ଏକାଠି ମିଶିଯିବ ଆଉ ଏହା ସମାଜରେ ଏକ ବଡ଼ ସମସ୍ୟା ସୃଷ୍ଟି କରି ପାରେ
ଖାଲି ପାଦରେ ଚାଲନ୍ତୁ
ଆମ ଅଜା ଜେଜେ କହୁଥିଲେ ଏବେ ବୈଜ୍ଞାନିକମାନେ ବି କହିଲେଣି: ଅନ୍ୟ କିଛି ଅସୁବିଧା ଥିଲେ ଯେତେ ସମୟ ସମ୍ଭବ ଖାଲି ପାଦରେ ଚାଲନ୍ତୁ ପ୍ରକୃତି ସହିତ ଏକାତ୍ମ ହେବା ଛଡ଼ା ଏହାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି ଏହାଦ୍ୱାରା ମାନସିକ ଚାପ କମିପାରେ ଶରୀରର ରକ୍ତ ସଂଚାଳନ ଭଲ ହୋଇପାରେ ନିଦ ଭଲ ହେବାରେ ସାହାଯ୍ୟ କରେ ଆଉ ଏନର୍ଜି ଲେବୁଲ୍ବା ଉର୍ଜାର ସ୍ତରକୁ ଉନ୍ନତି ରଖିବାରେ ସାହାଯ୍ୟ କରେ କେତେକ କ୍ଷେତ୍ରରେ ଗୋଡ଼, ଆଣ୍ଠୁ, ଅଣ୍ଟାବଥା ମଧ୍ୟ କମ କରିବାରେ ସାହାଯ୍ୟ କରିପାରେ
            ବୈଜ୍ଞାନିକମାନେ କହନ୍ତି ଜୋତା ପିନ୍ଧିବା ଆମର ନ୍ୟାଚୁରାଲ ବାୟୋମେକାନିକ୍ସର ପରିପନ୍ଥୀ ଆମ ଦେହରେ ଯେତେ ହାଡ଼ ଅଛି, ସେଥିରେ ଚାରି ଭାଗରୁ ଭାଗେ ଅଛି ଗୋଡ଼ରେ ଜୋତା ପିନ୍ଧି ରହିଲେ ହାଡ଼ ଗୁଡ଼ିକ ଯେମିତି ମୁଭ୍ମେଣ୍ଟ୍କରିବା କଥା- ସେମିତି କରି ପାରନ୍ତି ନାହିଁ ଏହାଫଳରେ ଗୋଡ଼ରେ ଆଣ୍ଠୁରେ ଯନ୍ତ୍ରଣା ହୋଇପାରେ
ଖାଲି ଗୋଡ଼ରେ ଚାଲିଲେ ପାଦରେ ଥିବା ମାଂସପେଶୀର ମେସେଜ୍ହୋଇଯାଏ ଯାହା ଫଳରେ ଗୋଡ଼ରେ ରକ୍ତ ସଂଚାଳନ ଭଲ ହୁଏ ଆଉ ଆପଣଙ୍କ ପୋସ୍ଚର୍ବା ଠିଆ ହେବାର ଭଂଗୀ ଭଲ ହୁଏ
ତେଣୁ ଦିନରେ ଅନ୍ତତଃ କିଛି ସମୟ ଖାଲି ପାଦରେ ଚାଲନ୍ତୁ
ଖବରକାଗଜର ବିଭିନ୍ନ ବ୍ୟବହାର
ଖବରକାଗଜକୁ ପଢ଼ିବା ଛଡ଼ା ଆହୁରି ବିଭିନ୍ନ କାମରେ ବ୍ୟବହାର କରାଯାଏ ଜିନିଷପତ୍ର ନେବା ପାଇଁ ଠୁଙ୍ଗା ତିଆରିରୁ ବସ୍ଟ୍ରେନ୍ରେ ସିଟ୍ରଖିବା ପାଇଁ ପକେଇବାଠୁଁ ପିଲାର ମଳ ସଫା କରିବା- ବହୁତ କାମରେ ବ୍ୟବହାର ହୁଏ ଖବରକାଗଜ ମଳ କଥାରୁ ମନେ ପଡ଼ିଲା- କରୋନା ସମୟରେ ବହୁ ପାଶ୍ଚାତ୍ୟ ଦେଶରେ ଟୟଲେଟ୍ପେପର୍ ଅଭାବ ଦେଖାଦେଲା ସେ ସମୟରେ ଅଷ୍ଟ୍ରେଲିଆର ଗୋଟେ ଖବରକାଗଜ (ଏନ୍ଟି ନିଉଜ୍‌)ଆଠ ପୃଷ୍ଠା ଅଧିକ କାଗଜ ଛାପି ତାକୁ ଟୟଲେଟ୍ପେପର୍ଭାବରେ ବ୍ୟବହାର କରନ୍ତୁ ବୋଲି ପାଠକମାନଙ୍କୁ କହିଲେ କାଶ୍ମୀର ଶ୍ରୀନଗରରୁ ବାହାରୁଥିବା ଉର୍ଦ୍ଦୁ ଖବରକାଗଜ ରୋଶନି ମୁଖା ପିନ୍ଧିବା କ୍ଷେତ୍ରରେ ଜନ ସଚେତନା ସୃଷ୍ଟି କରିବା ପାଇଁ ଖବରକାଗଜ ସହିତ ଗୋଟିଏ ଲେଖାଁଏ ମୁଖା ଦେବାର ବି ବ୍ୟବସ୍ଥା କରିଥିଲେ


ଗପ ଶୁଣନ୍ତୁ
ଭୁବନେଶ୍ୱରର ବକୁଲ୍ସଂସ୍ଥା କରୋନାକାଳୀନ ଲକ୍ଡାଉନ୍ସମୟରେ ପିଲାମାନଙ୍କୁ ଗପ ଶୁଣେଇବା ପାଇଁ ଗୋଟେ ଭଲ ଉଦ୍ୟମ କରିଛନ୍ତି ଅଗଷ୍ଟ ମାସ ସାରା ପ୍ରତି ଶନିବାର ରାତି ନଅଟାରେ ସେମାନେ ଅନ୍‌-ଲାଇନ୍ଗପ କହିବା ଅନୁଷ୍ଠାନର ଆୟୋଜନ କରିଛନ୍ତି ଏଥିରେ ସାରା ବିଶ୍ୱର ବଛାବଛା ଗାଳ୍ପିକମାନେ ପିଲାମାନଙ୍କୁ ସେମାନେଙ୍କ ଦେଶର ଗଳ୍ପ ଶୁଣେଇବେ ଫେସ୍ବୁକ୍‌, ଇଉ ଟିଉବ ଆଉ ଟୁଇଟର୍ରେ ଏହାକୁ ଜଣେ ଶୁଣିପାରିବ ସେଥଇପାଇଁ ବକୁଲ୍ ଏଇ ସବୁ ପେଜ୍କୁ ଫଲୋ/ଲାଇକ୍କରିବାକୁ ପଡ଼ିବ
କାଡ଼ା
କରୋନା ବେଳେ ଦୁଇଟି ଜିନିଷର କାଟ୍ତି ଖୁବ୍ବଢ଼ିଛି ଗୋଟେ ହେଲା ସାନିଟାଇଜର୍ଆଉ ଗୋଟେ ହେଲା କାଡ଼ା ସାନିଟାଇଜର୍ବୋଲି ଗୋଟେ ଜିନିଷ ମହୀରେ ଅଛି, ତାହା ମୋ ଭଳିଆ ଅନେକେ ବିଲକୁଲ ଜାଣିନଥିଲେ କରୋନା ଆସି ଶିଖେଇଲା କାଡ଼ା ଜିନିଷଟା ଲୋକେ ଅଳ୍ପେ ବହୁତେ ଜାଣିଥିଲେ ଥଣ୍ଡା-ସର୍ଦ୍ଦି ହେଲେ କାହା କାହା ଘରେ ଏହାକୁ ତିଆରି କରି ପିଉଥିଲେ ହେଲେ କରୋନା ବ୍ୟାପିବା ପରଠୁଁ ଆଉ ମନ୍ତ୍ରୀମାନେ ସୁଦ୍ଧା ଏହାର ଗୁଣଗାନ କରିବା ପରଠୁଁ କାଡ଼ା ବେଶି ଫୁଟେଜ୍ପାଇଛି ସମସ୍ତେ ବିଭିନ୍ନ ପ୍ରକାରର କାଡ଼ା ପିଉଛନ୍ତି
            ନବଘନର ପଡ଼ୋଶୀ ରାମବାବୁଙ୍କ ମିସେସ୍ରଂଗବତୀଙ୍କୁ ଗୋଟେ କାଡ଼ା ତିଆରିର ପ୍ରଣାଳୀ କହି ଶେଷରେ କହିଲେ - ଏଥିରେ ତମର ରୋଗ ପ୍ରତିରୋଧକ ଶକ୍ତି ଇମୁ୍ୟନିଟି ବଢ଼ିବ ଦେହରେ ବଳ ଆସିବ
ସପ୍ତାହେ ପରେ ଆସି ପଚାରିଲେ, କଣ କାଡ଼ା କାମ ଦଉଛି ! ଦେହରେ ବଳ ପାଉଛ !
ରଂଗବତୀ କହିଲେ, ହଁ, ହଁ ଭଲ କାମ ଦଉଛି ଆଗରୁ ଆମେ ସ୍ୱାମୀ ସ୍ତ୍ରୀ କଳି ଲାଗିଲେ ତିନି ଘଣ୍ଟାରେ ହାଲିଆ ହୋଇ ଯାଉଥିଲୁ ଏବେ ପାଞ୍ଚ ଘଣ୍ଟା କଉ ବାଟେ ଚାଲିଯାଉଛି ଜାଣି ବି ପାରୁନୁ
            ଗଲା ଚାରି ମାସ ଧରି କରୋନାରୁ ବଂଚିବା ପାଇଁ କାଡ଼ା ଆଉ ଗରମ ପାଣି ପିଇ ପିଇ ଗୋରା ରଂଗ ମୋର କଳା ହୋଇଗଲାଣି ମୋତେ ଦେଖି ମୋ ସାଂଗ କହିଲା- ତୁ କଣ ଏତେ କଳା ପଡ଼ିଗଲୁଣି- କାଡ଼ାଟା ବେଶି ଗରମ ପିଇ ଦଉଛୁ କି! ତାପରେ ସେ ମୋତେ କେତେ ଟେମ୍ପରେଚର୍ରେ କାଡ଼ା ପିଇବା କଥା ତାକୁ ସବିସ୍ତାରେ କହିଲା
ମୁଁ ବୁଝିପାରୁନି କାଡ଼ା ପିଇଲାବେଳେ କଣ ମୁଁ ଥର୍ମୋମିଟର ଧରି ବସିବି!
ବୈଜ୍ଞାନିକମାନଙ୍କୁ ବିନୀତ ଅନୁରୋଧ
ବୈଜ୍ଞାନିକମାନଙ୍କୁ ଆମର ବିନୀତ ଅନୁରୋଧ, ସେମାନେ କରୋନା ଭ୍ୟାକ୍ସିନ୍ବଦଳରେ ଏମିତି ଗୋଟେ ଚଷମା ତିଆରି କରନ୍ତୁ ଯେଉଁଥିରେ ଇଏ ପାଜି ଭୂତାଣୁ ଆମ ଆଖିକୁ ଦିଶିବ ତାପରେ ଏମାନଙ୍କୁ ଆମେ ªଲରେ ପଟାସ୍କରି ପିଟି ମାରିଦେବୁ
***
ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧

1 comment:

  1. We are urgently in need of Kidney donors,Female Eggs with the sum of $500,000.00,
    Email: jainhospitalcare@gmail.com
    Please share this post.

    ReplyDelete