Friday 24 July 2020

Pathe Prantare | 26.7.2020

ପଥେ ପ୍ରାନ୍ତରେ ମୃଣାଳ ୨୬..୨୦୨୦

ଅଳିଆ ହଟାନ୍ତୁ 

ଏଠି ଅଳିଆ କହିଲେ ଆବର୍ଜନା ନୁହେଁ ଆମ ଘରେ ଆମ ପଢ଼ା ଟେବୁଲ୍ଉପରେ ଏମିତି ଅନେକ ଜିନିଷ ଅଛି- ଯାହା ଆମେ ହୁଏତ ଛମାସ ଆଠ ମାସ ହେଲା ବ୍ୟବହାର କରିନୁ ହେଲେ ତାହା ସେଇଠି ଅଛି ପରେ କେତେବେଳେ ବ୍ୟବହାର ହେବ, କାଳେ ଦରକାର ପଡ଼ିବ- ଏଇଆ ଭାବି ଆମେ ତାକୁ ରଖିଛୁ ସାଇତି ରଖିନୁ ବାସ୍‌, ଜିନିଷ ସେଇଠି ଜାଗା ମାଡ଼ି ରହିଛି ଏହାକୁ ଇଂରାଜୀରେ କ୍ଲଟର କହନ୍ତି  

ମାରି କୋଣ୍ଡୋ ଗୋଟେ ବହି ଲେଖିଛନ୍ତି: ଜୟ ଆଟ୍ୱାର୍କ କାମରେ ଆନନ୍ଦ ବହିରେ ସେ ଏଇସବୁ ଅଦରକାରୀ ଜିନିଷକୁ ହଟେଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି କେବଳ ଜିନିଷ ନୁହେଁ, ଯେଉଁ ଜିନିଷ ବା ଭାବନା ବା ସମ୍ପର୍କ ଆପଣଙ୍କ ଜୀବନକୁ ଜଟିଳ କରି ଦେଉଛି ତାକୁ ହଟେଇଦେବାକୁ ପରାମର୍ଶ ଦିଅନ୍ତି ସେ  

ସେ କୋନମାରି ଦର୍ଶନକଥା କହନ୍ତି କୋନମାରି ଶବ୍ଦର କିଛି ଅର୍ଥ ନାହିଁ ତାଙ୍କ ନାଁ ଆଉ ସାଙ୍ଗିଆକୁ ଯୋଡ଼ି ଶବ୍ଦଟି ସେ ନିଜେ ତିଆରି କରିଛନ୍ତି ତାଙ୍କ ଦର୍ଶନ ହେଲା ସରଳ ଅଦରକାରୀ ଜିନିଷକୁ ହଟେଇ ଦିଅନ୍ତୁ ଦରକାରୀ ଜିନିଷକୁ ସଠିକ୍ଜାଗାରେ ସଜେଇ ରଖନ୍ତୁ ଯେତେ ଅଦରକାରୀ ଜିନିଷ ଆପଣ ନିଜ ଚାରିପାଖରେ ଗଦେଇ ରଖିବେ- ଆମ ମସ୍ତିଷ୍କକୁ ତାହା ସେତେ ଭାରି କରି ରଖିବ ତେଣୁ ଅଦରକାରୀ ଜିନିଷକୁ ହଟେଇ ଦିଅନ୍ତୁ  

ଆଉ ସବୁଠୁଁ ବଡ଼ କଥା- ଯେଉଁ ଜାଗାରେ ବସି ଆପଣ କାମ କରୁଛନ୍ତି, ଯେଉଁ ଜାଗାରେ ରହୁଛନ୍ତି- ତାହା ଆପଣଙ୍କୁ ଖୁସି ଦେଉଛି କ୍ି ନାହିଁ, ଆନନ୍ଦ ଦେଉଛି କି ନାହିଁ- ତାକୁ ଅନୁଭବ କରନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବାକୁ ହେଲେ ଏଇ ସାଇଟ୍ଟି ଦେଖନ୍ତୁ

https://www.goodhousekeeping.com/home/organizing/a25846191/what-is-the-konmari-method/# 

ଅତିଥି ତୁମେ କେବେ ଯିବ?

କେଇ ବର୍ଷ ତଳେ ଗୋଟେ ହିନ୍ଦୀ ସିନେମା ଆସିଥିଲା: ଅତିଥି ତୁମ୍କବ୍ଯାଓଗେ? ଅଭିନୟ କରିଥିଲେ ଅଜୟ ଦେବଗନ୍‌, କଙ୍କନା ସେନ୍ଶର୍ମା ଆଉ ପରେଶ ରାେୱଲ୍ କାହାଣୀ ହେଲା ଏପ୍ରକାର: ଅଜୟ ଆଉ କଙ୍କନା ହେଲେ ପତି ପନିୀ ସେମାନଙ୍କ ସଂସାରକୁ ଆତିଥି ଭାବରେ ପଶିଆସିଛନ୍ତି ପରେଶ ରାେୱଲ୍ ସେ ଆଉ ଯିବା ନାଁ ଧରୁ ନାହାନ୍ତି ଅତିଥିଙ୍କୁ ଆଉ M ମାରି ଘରୁ ବାହାର କରି ଦେଇ ହେବନି ହେଲେ ସବୁବେଳେ ମନ କହୁଛି: ଅତିଥି କେବେ ଯିବ!

କରୋନାକୁ ନେଇ ଆମର ଅବସ୍ଥା ପାଖାପାଖି ସେଇଆ ହେଲେ ଇଏ ଏମିତି ଅତିଥି ଯାହାକୁ M ମାରି ବାହାର କରି ଦେବାର ଔକାତ୍ଆମର ଏଯାଏଁ ହୋଇନି ଅଗଷ୍ଟ ୧୫ ବେଳକୁ ଯଦି ଟୀକା ବାହାରି ଯାଏ- ତେବେ କଥା ଅଲଗା ହେବ ହେଲେ ସେଯାଏଁ- କରୋନା ନିଜେ ଯିବା ଯାଏଁ କିଛି କରି ହେଉନି ପ୍ରଥମେ ଲାଗୁଥିଲା ଦୀପ ଜଳେଇଲେ, ତାଳି ମାରିଲେ କିମ୍ବା ଗୋ କରୋନା ଗୋ ବୋଲି ପାଟି କଲେ କରୋନା ଡରି ମରି ଭାରତ ଛାଡ଼ି ଚାଲିଯିବ ସେମିତି କିଛି ହେଲାନି ବରଂ କରୋନା ଆମ ଦେଶରେ ଆହୁରି ମାଡ଼ି ବସିଲାଣି ଭାରତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ତିନି ନମ୍ବର ଦେଶ ହେଲାଣି  

ଇତିମଧ୍ୟରେ ଲକ୍ଷ୍ୟ କଲେଣି କି - ଅତିଥି ଶବ୍ଦର ବ୍ୟଞ୍ଜନା ବଦଳିଗଲାଣି ଆଗରୁ କୁହାଯାଉଥିଲା ଅତିଥି ଦେବୋ ଭବ ଅତିଥି ହେଲେ ଭଗବାନ ତାଙ୍କୁ ସେଇ ଭଳି ବ୍ୟବହାର କରିବା କଥା ଏବେ କହିଲେଣି- ଅତିଥି ରିସ୍କି ଭବ ଅତିଥି ହେଲେ ରିସ୍କି ସେ ଆସିଲାମାନେ ଜାଣିଲ ବିପଦ ମାଡ଼ିଆସିଲା  

ଆମ ନବଘନ ତା ଘରକୁ କେହି ଅତିଥି ଆସିଲେ ତାଙ୍କୁ ବିଦା କଲା ପରେ ତିନି ପେଗ୍ହୁଇସ୍କି ପିଏ କହେ: ଅତିଥି ରିସ୍କି ତେଣୁ ମୁଁ ପିଉଛି ହୁଇସ୍କି  

- କାହିଁକି?

- ବିଜ୍ଞାନ କହୁଛି କରୋନା ଭୂତାଣୁ ଆଲ୍କୋହଲରେ ମରିଯାଏ ଆଉ ହୁଇସ୍କିରେ ଆଲ୍କୋହଲ୍ଅଛି  

- କିନ୍ତୁ ବିଜ୍ଞାନ କହୁଛି ଅନ୍ତତଃ ୭୦ ଶତାଂଶ ଆଲ୍କୋହଲ୍ ହେଲେ କରୋନା ଭୂତାଣୁ ମରିବନି ହୁଇସ୍କିରେତ ସେତେ ପରିମାଣରେ ଆଲ୍କୋହଲ୍ନାହିଁ  

- ସେତେ ଥାଉ କିଛି ଅଛି କରୋନା ଭୂତାଣୁ ପୂରାପୂରି ମଲେ କଣ ହେବ- ଘାଇଲା ହେବ!

ସିନେମାରେ ମହାତ୍ମା ଗାନ୍ଧି

ନିଜ ଜୀବନକାଳ ଭିତରେ ମହାତ୍ମା ଗାନ୍ଧି ଗୋଟିଏ ମାତ୍ର ସିନେମା ଦେଖିଥିଲେ ତାହା ହେଲା: ରାମ ରାଜ୍ୟ ସେତେବେଳେ ତାଙ୍କୁ ୭୪ ବର୍ଷ ବୟସ ୧୯୪୪ ମସିହା ଜୁନ୍ ତାରିଖରେ ବମ୍ବେ (ଏବେ ମୁମ୍ବାଇ) ଜୁହୁରେ ଚଳଚ୍ଚିତ୍ରର ଏକ ବିଶେଷ ସ୍କ୍ରିନିଂରେ ସେ ଏହାକୁ ଦେଖିଥିଲେ ସିନେମା ଦେଖିବା ପୂର୍ବରୁ କହିଥିଲେ ମୁଁ ଅଧଘଣ୍ଟା ଚାଳିଶ ମିନିଟ୍ଦେଖିବି ହେଲେ ପୂରା ସିନେମାଟା ସେ ଦେଖିଥିଲେ      

ତାଙ୍କ ସମୟର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ମହାତ୍ମାଗାନ୍ଧୀ ସିନେମାକୁ ବିଶେଷ ପସନ୍ଦ କରୁନଥିଲେ ପସନ୍ଦ କଣ- ସିନେମା ତାଙ୍କର ନାପସନ୍ଦ ଥିଲା ସେ ଭାବୁଥିଲେ ସିନେମା- ସେ ଯେ କୌଣସି ଭାଷାର ହେଉ କାହିଁକି ତରୁଣ ପୀଢ଼ିକୁ ନୀତିଭ୍ରଷ୍ଟ କରିଦେବ ଚରିତ୍ର ନଷ୍ଟ କରିଦେବ  

ହେଲେ ମଜା କଥା ଦେଖନ୍ତୁ - ତାଙ୍କ ଜୀବନକୁ ନେଇ ଏବଂ ଜୀବନ ଆଧାରରେ ଭାରତରେ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି  

ଜେଇସିଆରସି ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗରେ ଆସୋସିଏଟ୍ପ୍ରଫେସର . ନରେନ୍ଦ୍ର କୌଶିକ ନିକଟରେ ମହାତ୍ମା ଗାନ୍ଧି ଇନ୍ସିନେମା ବୋଲି ଏକ ବହି ଲେଖିଛନ୍ତି ଲଣ୍ଡନର କେମ୍ବ୍ରିଜ୍ସ୍କଲାର୍ ଏହାକୁ ପ୍ରକାଶ କରିଛନ୍ତି ଏଥିରେ ୧୯୧୩ରୁ ୨୦୧୩ ଭାରତୀୟ ସିନେମାର ଶହେ ବର୍ଷ ଭିତରେ ମହାତ୍ମା ଗାନ୍ଧିଙ୍କ ଉପରେ ନିର୍ମିତ ଏବଂ ତାଙ୍କ ଜୀବନ ଆଧାରରେ ତିଆରି ଚଳଚ୍ଚିତ୍ରର ଆକଳନ କରାଯାଇଛି  


ଆମର କିଏ?

ନେପାଳ କହୁଛି ରାମ ତାଙ୍କର  

ଭୁଟାନ୍କହୁଛି ସୀତା ତାଙ୍କର  

ତାହେଲେ ଆମର କିଏ? କେବଳ ବନ୍ଧ ବାନ୍ଧିଥିବା ବାନରମାନେ!

େୱବିନାରରେ ସବୁଠୁଁ ଅଧିକ କୁହାଯାଉଥିବା ଶବ୍ଦ

ମୋତେ ଶୁଣିପାରୁଛନ୍ତି?

ନିଜ ଶବ୍ଦ ବନ୍ଦ କର ମ୍ୟୁଟ୍ଇୟୋରସେଲ୍  

ନିଜ ଶବ୍ଦ ଏବେ ଖୋଲ ଅନ୍‌-ମ୍ୟୁଟ୍ଇୟୋରସେଲ୍  

ତିନୋଟି ଶବ୍ଦକୁ ବାରମ୍ବାର ଶୁଣିଲେ ଜର୍ଜ ଅରେୱଲ୍ଙ୍କ ଉପନ୍ୟାସ ୧୯୮୪ ପଢ଼ିବା ଭଳି ମନେ ହୁଏ  

କହିବାର ଉଦ୍ଦେଶ୍ୟ: ଉପନ୍ୟାସଟି ପଢ଼ନ୍ତୁ

ଟାଇମ୍ଖରାପ

ନବଘନର ଏବେ ଟାଇମ୍ଖରାପ ଚାଲିଛି ଖରାପ ମାନେ ଏତେ ଖରାପ ଯେ ତା ସ୍ୱପ୍ନରେ ସନ୍ନି ଲିଓନି ବି ଶାଢ଼ି ପିନ୍ଧି ଆସୁଛି

(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)

***

 


No comments:

Post a Comment