Sunday 18 October 2020

Column | Pathe Prantare | 18.10.2020

 

ପଥେ ପ୍ରାନ୍ତରେ / ମୃଣାଳ  18.10.2020

ମହାମାରୀ ପୃଷ୍ଠଭୂମିରେ ସାହିତ୍ୟ

ମଣିଷର ସମସ୍ତ ପ୍ରକାର ଚେହେରାର ସଚ୍ଚା ଆଇନା ହେଲା ସାହିତ୍ୟ ମଣିଷର ସୁଖ, ଦୁଃଖ, ଆନନ୍ଦ, ବିଷାଦ, ତା ସଂଘର୍ଷ କରିବାର ଶକ୍ତି, ପ୍ରତିକୂଳତା ବିରୋଧରେ ଲଢ଼ିବାର ସାହସ- ପୁଣି ତାର ଲୋଭ, ଈର୍ଷା, ଭୟ, କାପୁରୁଷତା - ଏସବୁକୁ ମାର୍ମିକ ଭାବେ ଆମ ପାଖରେ ପହଞ୍ଚାଏ ସାହିତ୍ୟ ବିଜ୍ଞାନ ମହାମାରୀର ବୈଜ୍ଞାନିକ କାରଣ ଖୋଜି ବାହାର କରେ, ତା ସହିତ ସଂଘର୍ଷ କରିବାର ବାଟ ଦେଖାଏ, ବଞ୍ଚିବାର ବାଟ ଦେଖାଏ ପରିସଂଖ୍ୟାନ ଦେଖାଏ ସଂଖ୍ୟାଗତ ଦିଗକୁ କେତେ ଲୋକ ସଂକ୍ରମିତ ହେଲେ, କେତେ ବଞ୍ଚିଲେ, କେତେ ବଞ୍ଚିଲେ- କେଉଁ ବୟସର କେତେ ଲୋକ ମଲେ ବା ବଞ୍ଚିଲେ ପରିସଂଖ୍ୟାନ ଗୋଟେ ଦିଗରୁ ବିଜ୍ଞାନକୁ ସାହାଯ୍ୟ କରେ, ଆଉ ଗୋଟେ  ଦିଗରୁ ଇତିହାସକୁ ଇତିହାସ ଘଟଣା ଏବଂ ଏଥିରେ ସମ୍ପୃକ୍ତ ଲୋକମାନଙ୍କର ଭୌତିକ ଦଲିଲ ରଖେ କେବେ ହେଲା ମହାମାରୀ, କିଏ କିଏ ଏଥିରେ ପ୍ରାଣ ହରେଇଲେ ଆଉ ସାହିତ୍ୟ ମହାମାରୀ ଆକ୍ରାନ୍ତ ଏବଂ ମହାମାରୀରେ ପ୍ରଭାବିତ ଲୋକଙ୍କ ଆବେଗ, ଦୁଃଖ ଏବଂ ସଂଘର୍ଷର କାହାଣୀ ଲେଖିରଖେ ତଥ୍ୟଗତ ଦୃଷ୍ଟିରୁ ଏହା ଇତିହାସ ଭଳି ସଠିକ୍ ହୋଇ ପାରେ, କିନ୍ତୁ ଭାବଗତ ଦୃଷ୍ଟିରୁ ଏହା ଇତିହାସଠୁଁ ଅଧିକ ସତ୍ୟ

ବିଶ୍ୱ ଇତିହାସରେ ମହାମାରୀ କିଛି କମ୍ ଥର ହୋଇନାହିଁ ଆଉ  ପ୍ରତ୍ୟେକ ମହାମାରୀ ବିପର୍ଯ୍ୟୟ ସହିତ ଇତିହାସର ଏକ ନୂଆ ମୋଡ଼ ଆସିଛି ରାଜନୈତିକ ଶକ୍ତି ସନ୍ତୁଳନରେ ନୂଆ ଚେହେରା ଦିଶିଛି ବିଜ୍ଞାନର ନୂଆ ଉଦ୍ଭାବନ ଏବଂ ନୂଆ ପ୍ରୟୋଗ ଆସିଛି ଆଉ ସାହିତ୍ୟିକମାନେ ଗଳ୍ପ, କବିତା, ଉପନ୍ୟାସ ମାଧ୍ୟମରେ ଏହାର ମାନବିକ ବିଷୟଗୁଡି଼କୁ ଲିପିବଦ୍ଧ କରି ରଖିଛନ୍ତି ମହାମାରୀର ବୈଜ୍ଞାନିକ ଦିଗଟି ବଦଳରେ ସାହିତ୍ୟରେ ଥାଏ ମହାମାରୀ ସମୟରେ ମଣିଷ କିପରି ତାକୁ ମୁକାବିଲା କଲା, କିପରି ଜୀବନକୁ ବଞ୍ଚିଲା, ମଣିଷର ଅନ୍ୟ ମଣିଷ ସହିତ ସମ୍ପର୍କରେ କଣ ଆଉ କିପରି କ୍ଷତିବୃଦ୍ଧି ହେଲା ତାର ମାନବିକ ମାର୍ମିକ ଦଲିଲ ତେଣୁ ସାହିତ୍ୟ ପାଲଟିଯାଏ ମହାମାରୀର ସଚ୍ଚା ଦସ୍ତାବିଜ୍ ଉଲ୍ଲେଖନୀୟ ବିଷୟ ହେଲା- ବିଶ୍ୱ ସାହିତ୍ୟରେ ମହାମାରୀକୁ ନେଇ ଏବଂ ମହାମାରୀ ପ୍ରେକ୍ଷାପଟରେ ଯେତେ କାହାଣୀ ଲେଖାଯାଇଛି- ତାର ଅନ୍ତଃସ୍ୱର ଊଣାଅଧିକେ ସମାନ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ: ସାହିତ୍ୟ ଭାଷା, ସ୍ଥାନ, ସଂସ୍କୃତିର ଘେରାଟୋପରୁ ଊର୍ଦ୍ଧ୍ୱକୁ ଉଠି ଏକ ବିଶ୍ୱଚେତନାର, ବିଶ୍ୱମାନବିକତାର କଥା କହେ

ଭାରତରେ ମଧ୍ୟ ବହୁ ମହାମାରୀ ତାର କରାଳ କାୟା ବିସ୍ତାର କରିଛି ଆଉ ଭାରତୀୟ ସାହିତ୍ୟରେ ମଧ୍ୟ ମହାମାରୀକୁ ନେଇ ଅନେକ ଗଳ୍ପ, କବିତା, ଉପନ୍ୟାସ ଲେଖାଯାଇଛି

ରବିନ୍ଦ୍ରନାଥ ଠାକୁର(୧୮୬୧-୧୯୪୧)ଙ୍କର ଏକ ଦୀର୍ଘ କବିତା ପୁରାତନ ଭୃତ୍ୟ ପ୍ରେକ୍ଷାପଟ୍ଟ ହେଲା ପାଣିବସନ୍ତ ମହାମାରୀ ଗୋଟେ ଘରର ବୁଢ଼ା ଚାକର ମହାମାରୀ ସମୟରେ ନିଜ ମାଲିକକୁ ସେବା କରି ବଞ୍ଚାଇଲେ, ଆଉ ନିଜେ ପ୍ରାଣ ହରାଇଲେ- ବିୟୋଗାନ୍ତକ କାହାଣୀ କୁହାଯାଇଛି ଦୀର୍ଘ କବିତାରେ

୧୯୧୮ ସ୍ପାନିସ୍ ଫ୍ଲୁରେ ଭାରତର ବହୁ ଲୋକ ପ୍ରାଣ ହରାଇଥିଲେ ଦିଲ୍ଲୀରେ ଜନ୍ମ ଏବଂ ପରେ ପାକିସ୍ତାନ ଚାଲିଯାଇଥିବା ଅହମ୍ମଦ ଅଲୀ(୧୯୧୦-୧୯୯୪)ଙ୍କର ଟ୍ୱିଲାଇଟ ଇନ୍ ଦିଲ୍ଲୀ(ଦିଲ୍ଲୀରେ ସନ୍ଧ୍ୟା) ଉପନ୍ୟାସରେ ଏହି କାଳଖଣ୍ଡର କଥା କୁହାଯାଇଛି ସମୟରେ କେମିତି କବର ଖୋଳିବା ପାଇଁ ୪ଗୁଣ ଅଧିକ ଟଙ୍କା ଦାବି କରାଯାଉଥିଲା, କେମିତି ଲୋକେ କବର ଚାଦର ମଧ୍ୟ ଚୋରି କରି ନେଇଯାଉଥିଲେ- ତା ମାର୍ମିକ ବର୍ଣ୍ଣନା ରହିଛି ଟ୍ୱିଲାଇଟ୍ ଇନ୍ ଦିଲ୍ଲୀ ଥିଲା ଅହମ୍ମଦ ଅଲୀଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ଉପନ୍ୟାସଟି ଇଂରାଜୀ ଭାଷାରେ ଲେଖା ଯାଇଥିଲା ପରେ ତାଙ୍କ ସ୍ତ୍ରୀ ବିଲ୍କିସ୍ ଜାହାଁଏହାକୁ ଊର୍ଦ୍ଦୁରେ ଅନୁବାଦ କରିଥିଲେ ନାଁ ଥିଲା: ଦିଲ୍ଲୀକି ଶାମ୍





ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ସୂର୍ଯ୍ୟକାନ୍ତ ତ୍ରିପାଠୀ(ନିରାଲା, ୧୮୯୯-୧୯୬୧) ଙ୍କ ସ୍ମୃତିଚାରଣ( ଲାଇଫ ମିସପେଣ୍ଟ)ରେ ୧୯୧୮ର ସ୍ପାନିସ୍ ଫ୍ଲୁ ପ୍ରେକ୍ଷାପଟ୍ଟରେ ତାଙ୍କ ଜୀବନ କାହାଣୀ କୁହାଯାଇଛି ଇନଫ୍ଲୁଞ୍ଜାରେ ନିଜ ସ୍ତ୍ରୀ ମନୋହରା ଦେବୀଙ୍କୁ ଖୁବ କମ ବୟସରେ ସେ ହରାଇଥିଲେ   ନିରାଲା ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ଶ୍ୱଶୁର ଘରକୁ ଯାଉଥିଲେ କିନ୍ତୁ ସେ ଭେଟିବା ପୂର୍ବରୁ ତାଙ୍କ ସ୍ତ୍ରୀ ଆରପାରିକୁ ଚାଲିଯାଇଥିଲେ ତାଙ୍କ ଲେଖା କବିତାରେ ସମୟର ଅଶ୍ରୁଳ ବର୍ଣ୍ଣନା ରହିଛି ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣ ହାନି ହେଉଥିଲା ଯେ ଅନେକ ଶବକୁ ଦାହ କରି ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଥିଲା ଗଙ୍ଗାର ଗତି ଶବର ଭାରରେ ଯେମିତି ସ୍ତିମିତ ହୋଇଯାଇଥିଲା

ପ୍ରେମଚାନ୍ଦ(୧୮୮୦-୧୯୩୬)ଙ୍କ ଇଦ୍ଗା ଗଳ୍ପର ପ୍ରେକ୍ଷାପଟ୍ଟ ହେଉଛି ମହାମାରୀ ଅସ୍ପୃଷ୍ୟତା ଉପରେ ଏକ ସ୍ମରଣୀୟ ଗଳ୍ପ ଦୁଧ୍କା ଦାମରେ ଏକ ଚରିତ୍ର ମହାମାରୀରେ ପ୍ରାଣ ହରାଉଛି

ଫକୀର ମୋହନ ସେନାପତି(୧୮୪୩-୧୯୧୮)ଙ୍କ ରେବତୀ ଗଳ୍ପରେ କଲେରା ମହାମାରୀ ଗଳ୍ପକୁ ଏକ ନାଟକୀୟ ମୋଡ଼ ଦେବାରେ ପ୍ରମୁଖ ଭୂମିକା ନେଇଛି ରେବତୀ ଓଡ଼ିଆ ସାହିତ୍ୟରେ ପ୍ରଥମ ଛୋଟ ଗଳ୍ପର ମାନ୍ୟତା ପାଏ

ମାଲାୟଲମ ଲେଖକ ଠାକାଜି ଶିବଶଙ୍କର ପିଲାଇ (୧୯୧୨-୧୯୯୯)ଙ୍କର ଉପନ୍ୟାସ ଫୋଟିୟୁଡେ ମକାନ(ମେହେନ୍ତରର ପୁଅ)ରେ କେରଳର ଆଲାପୂଜା ସହରର ମହାମାରୀର ମାର୍ମିକ ଏବଂ କରୁଣ ବର୍ଣ୍ଣନା ରହିଛି କକାନାଦନଙ୍କର ଉପନ୍ୟାସ ଭାସୁରୀ(ପାଣିବସନ୍ତ)ରେ କେରଳର ଏକ ସହରର ମାନବିକ ସମ୍ପର୍କ କିପରି ପ୍ରଭାବିତ ହେଉଛି ତାର ଚିତ୍ର ରହିଛି ରେଣୁଙ୍କର(୧୯୨୧-୧୯୭୭) ଉପନ୍ୟାସ ମଏଲା ଆଞ୍ଚଲରେ ଜଣେ ଡାକ୍ତରଙ୍କର କାହାଣୀ କୁହାଯାଇଛି ଯିଏ ବିହାରର ଏକ ଗାଁରେ ରହି ଲୋକମାନଙ୍କ ହେଉଥିବା ବିଭିନ୍ନ ରୋଗର ଚିକିତ୍ସା କରୁକରୁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି କନ୍ନଡ ସାହିତ୍ୟିକ .ୁଆର. ଆନନ୍ଦମୂର୍ତ୍ତି (୧୯୩୨-୨୦୧୪)ଙ୍କ ଉପନ୍ୟାସ ସମସ୍କାରରେ ଏକ ମୁଖ୍ୟ ଚରିତ୍ର ନାରାୟଣ ପଲଙ୍କର ପ୍ଲେଗ ମହାମାରୀରେ ମୃତ୍ୟୁ ହୋଇଯାଉଛି

ଅମିତାଭ ଘୋଷଙ୍କର(ଜନ୍ମ ୧୯୫୬) ଦି କାଲକାଟା କ୍ରୋମୋଜନକୁ ଅନେକ ଏକ ମେଡିକାଲ ଥ୍ରିଲର ବୋଲି କହନ୍ତି ଉପନ୍ୟାସର ପ୍ରେକ୍ଷାପଟ୍ଟ ହେଲା ମ୍ୟାଲେରିଆ ସମ୍ପର୍କୀତ ଗବେଷଣା ଯଦିଓ ଉପନ୍ୟାସରେ ବିଜ୍ଞାନ, ରହସ୍ୟବାଦ ଏବଂ ଆଧ୍ୟାତ୍ମିକତା ରହିଛି, କିନ୍ତୁ ମହାମାରୀ ଉପନ୍ୟାସର ମେରୁଦଣ୍ଡ

ହିନ୍ଦୀ ଔପନ୍ୟାସିକ କମଳାକାନ୍ତ ତ୍ରିପାଠୀଙ୍କ ପାହିଘର ଉପନ୍ୟାସର ପ୍ରେକ୍ଷାପଟ୍ଟ ହେଲା ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଉପନ୍ୟାସରେ କଲେରା ମହାମାରୀ ଏବଂ ଭୟଙ୍କର ବନ୍ୟା କେମିତି ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା, ତା ବର୍ଣ୍ଣନା ରହିଛି

ଟିମେରୀ ମୁରାରୀ(ଜନ୍ମ ୧୯୪୧)ଙ୍କର ଉପନ୍ୟାସ ଦି ବେଲିଭିଅନ ଟେକ୍ସ ୧୯୭୮ରେ ପ୍ରକାଶିତ ହୋଇଥିଲା ସଂପ୍ରତି ଏହା ଦି ଫାଇନାଲ କଣ୍ଟାଜିଅନ ନାମରେ ଆଉ ଥରେ ପ୍ରକାଶ କରାଯାଇଛି ଉପନ୍ୟାସରେ ଜଣେ ସାମ୍ବାଦିକ ପିଅର୍ସ ସାତ୍ନେଲ ଆବିଷ୍କାର କରନ୍ତି ଯେ, ଲୋକମାନଙ୍କୁ ଚଳତଶକ୍ତି ରହିତ କରିବା ଏବଂ ହତ୍ୟା କରିବା ପାଇଁ ଏକ ମାରାତ୍ମକ ମହାମାରୀ ଭୂତାଣୁକୁ ଆବିଷ୍କାର କରାଯାଇଥିବା ସେ ଜାଣିପାରନ୍ତି ଆବିଷ୍କାର ଫଳରେ ସାମ୍ବାଦିକ ସାତ୍ନେଲଙ୍କ ଜୀବନ ପ୍ରତି ବିପଦ ଦେଖାଗଲା ସେ ଏଥିରୁ ବର୍ତ୍ତିବା ପାଇଁ କରିଥିବା ସଂଘର୍ଷ ଉପରେ କାହାଣୀ ଗଢ଼ିଉଠିଛି

ସାହିତ୍ୟ କେବଳ ଘଟଣାର ବର୍ଣ୍ଣନା ନୁହେଁ, ସାହିତ୍ୟ ଦର୍ଶାଏ ଗୋଟିଏ ଘଟଣା ମଣିଷକୁ କିଭଳି ପ୍ରଭାବିତ କରେ ଏବଂ ମଣିଷ କିଭଳି ସେ ଘଟଣାର ମୁକାବିଲା କରେ ସବୁ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ବଞ୍ଚି ରହିବାର ସ୍ପୃହା ଏବଂ ଅଦମ୍ୟ ସାହସ ମଣିଷକୁ ଏଯାଏଁ ବଞ୍ଚାଇ ଆସିଛି ସାହିତ୍ୟ ଏଇ ଜୀବନୀ ଶକ୍ତିକୁ ବିଭିନ୍ନ ବାଟରେ ଆମ ଆଗରେ ଉପସ୍ଥାପନା କରେ ଏବଂ ଆମକୁ ବଞ୍ଚିବାର ରାହା ଦେଖାଏ ମହାମାରୀ ପୃଷ୍ଠଭୂମିରେ ଲେଖା କାହାଣୀ କବିତା ଗୁଡ଼ିକରେ ଏହାହିଁ ଆମେ ପାଇବା

ସଂଜ

ବୟସ ବୁଝାଉଛି
ଏବେ ଜୀବନର
ସଂଜ ନଈଁ ଆସିଲାଣି
ହୃଦୟ କହୁଛି
ସାଂଗ, ଆସର
ସଂଜରୁ ଜମେ

ମୂଳ ହିନ୍ଦୀ: ଅଜ୍ଞାତ

(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)

 

ଡାକ୍ତର ଆଉ ନବଘନ କଥାବାର୍ତ୍ତା

ନବଘନ: ଆଚ୍ଛା ସାର୍‌, କରୋନା ଟେଷ୍ଟ୍‌ ନେଗେଟିଭ୍‌ ଆସିଲେ କଣ କରିବି?

ଡାକ୍ତର: ମାସ୍କ୍‌ ପିନ୍ଧିବେ । ସାମାଜିକ ଦୂରତ୍ୱ ରଖିବେ ।

ନବଘନ: ଆଉ ପଜିଟିଭ୍‌ ଆସିଲେ?

ଡାକ୍ତର: ସେଇଆ କରିବେ । ମାସ୍କ୍‌ ପିନ୍ଧିବେ । ସାମାଜିକ ଦୂରତ୍ୱ ରଖିବେ ।

ନବଘନ:ଆଚ୍ଛା, ଟେଷ୍ଟ୍‌ ନେଗେଟିଭ୍‌ ଆସିଲେ କଉଠି ରହିବି?

ଡାକ୍ତର: ଘରେ ରହିବେ ।

ନବଘନ:ଆଉ ପଜିଟିଭ୍‌ ଆସିଲେ?

ଡାକ୍ତର: ସେଇ । ଘରେ ରହିବେ ।

ନବଘନ:ଆଚ୍ଛା, ଟେଷ୍ଟ ଯଦି ନେଗେଟିଭ୍‌ ଆସେ, ତେବେ କଣ ଖାଇବି?

ଡାକ୍ତର: ଭିଟାମିନ୍‌ ବି, ସି ଆଉ ଗରମ କ୍ଷୀର କି ଚା ।

ନବଘନ:ଆଉ ପଜିଟିଭ୍‌ ଆସିଲେ?

ଡାକ୍ତର: ସେଇଆ । ଭିଟାମିନ୍‌ ବି, ସି ଆଉ ଗରମ କ୍ଷୀର କି ଚା ।

ନବଘନ:ଯଦି କିଛି ଫରକ ନାହିଁ, ତେବେ ଟେଷ୍ଟ୍‌ କାହିଁକି କରେଇବି?

ଡାକ୍ତର: ଆଚ୍ଛା କଥା! ଟେଷ୍ଟ୍‌ ନ କଲେ, ଜଣା ପଡ଼ିବ କେମିତି ପଜିଟିଭ୍‌ ନା ନେଗେଟିଭ୍‌?

ଗଣତନ୍ତ୍ରର କେତେଟା ସ୍ତମ୍ଭ

- ଇତିହାସ ଶିକ୍ଷକ ପଢ଼େଇଥିଲେ ନା, ଗଣତନ୍ତ୍ରର କେତେଟା ସ୍ତମ୍ଭ ହେବା କଥା?

- ହୁମମ୍‍‍, ଚାରିଟା ହେବା କଥା ହେଲେ ଏବେ ମିଳିମିଶି ଗୋଟେ ହୋଇ ଯାଇଛି

(ମୂଳ ବଂଗଳା: ମାନସପ୍ରତିମ ଦାସ)

+++

 

ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧

 

 

No comments:

Post a Comment