Sunday 4 October 2020

Column | Odia | Pathe Prantare

ପଥେ ପ୍ରାନ୍ତରେ । ମୃଣାଳ 

 ବିଦ୍ୟାସାଗର: ନିସଙ୍ଗ ସଂଗ୍ରାମୀ

ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ହୋଇଥିଲା ୧୯୨୦  ମସିହା ୨୬ ସେପ୍ଟେମ୍ବର, ବର୍ତ୍ତମାନ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ବିରସିଙ୍ଘ ଗାଁର ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ତାଙ୍କର ସାଙ୍ଗିଆ ଥିଲା ବନ୍ଦୋପାଧ୍ୟାୟ । ସଂସ୍କୃତ ଏବଂ ଦର୍ଶନରେ ତାଙ୍କର ବ୍ୟୁତ୍‌ପତ୍ତି ପାଇଁଁ ୧୮୩୯ରେ ତାଙ୍କୁ ବିଦ୍ୟାସାଗର ଉପାଧି ଦିଆଯାଇଥିଲା ।  ନିଜର ତୀକ୍ଷ୍ଣ ମେଧା ଅଧ୍ୟବ୍ୟସାୟ ବଳରେ ସେ ମାତ୍ର ୨୧ ବର୍ଷରେ ସଂସ୍କୃତ କଲେଜର ଅଧ୍ୟାପକ ହୋଇ ପାରିଥିଲେ ମାତ୍ର ୩୧ ବର୍ଷ ବୟସରେ ସେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୋଇଥିଲେ

ବିଦ୍ୟାସାଗରଙ୍କୁ ଦେଶ ମନେ ରଖିଛି ମୁଖ୍ୟତଃ ୫ଟି କାରଣରୁ ପ୍ରଥମ: ଦେଶରେ ବିଧବା ବିବାହ ପ୍ରଚଳନ, ଦ୍ୱିତୀୟ: ନାରୀ ଶିକ୍ଷାକୁ ପ୍ରୋତ୍ସାହନ, ତୃତୀୟ: ବହୁ ବିବାହ ବନ୍ଦ- ଆଦି ବହୁ ସାମାଜିକ ସଂସ୍କାର, ଚତୁର୍ଥ:  ଶିକ୍ଷା କ୍ଷେତ୍ରରେ ସଂସ୍କାର, ଏବଂ ପଞ୍ଚମ: ବଙ୍ଗଳା ଲିପିରେ ସଂସ୍କାର ଏବଂ ଆଧୁନିକ ଗଦ୍ୟ ଶୈଳୀର ଆରମ୍ଭ ଏସବୁକୁ ନେଇ ସେ ବଙ୍ଗ ପ୍ରଦେଶରେ ଏକ ନବଯୁଗ(ରେନେସା) ଆଣିଥିଲେ ୫ଟି ଯାକ କ୍ଷେତ୍ରରେ ତାଙ୍କର ଭୂମିକା ପାଇଁ ସେ ସ୍ମରଣୀୟ ହୋଇ ରହିଛନ୍ତି

Iswarchandra Vidyasagar

୫ଟି ଯାକ କ୍ଷେତ୍ରରେ ତାଙ୍କୁ କିନ୍ତୁ କଠୋର ବିରୋଧର ସମ୍ମୁଖୀନ ହେବା ପାଇଁ ପଡି଼ଥିଲା ଅଳ୍ପ ବୟସରେ, ମାତ୍ର ୩୧ ବର୍ଷରେ (୧୮୫୧ ମସିହା) ସେ ଯେତେବେଳେ ସଂସ୍କୃତ କଲେଜର ଅଧ୍ୟକ୍ଷ ହୁଅନ୍ତି ଏବଂ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହାଁନ୍ତି, ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼େ ସେତେବେଳେ କେବଳ ବ୍ରାହ୍ମଣମାନେ ସଂସ୍କୃତ ପଢ଼ୁଥିଲେ ପ୍ରଥମ କରି ବିଦ୍ୟାସାଗର ଅନ୍ୟ ଜାତିର ଲୋକଙ୍କ ପାଇଁ ଦ୍ୱାର ଖୋଲିଦେଲେ ଏଥିପାଇଁ ତାଙ୍କୁ ବ୍ରାହ୍ମଣ ସମାଜ ଘୋର ବିରୋଧ କରିଥିଲା

ବିଧବା ବିବାହ ନାରୀ ଶିକ୍ଷା- ଦୁଇଟି କ୍ଷେତ୍ରରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡି଼ଛି ସେ ସମୟରେ ରୂଢ଼ିବାଦୀ ସମାଜରେ ବିଧବାମାନେ ବଡ଼ କଷ୍ଟରେ ଜୀବନ କଟାଉଥିଲେ ସେମାନଙ୍କୁ ବିଭିନ୍ନ ବାଟରେ, ବିଭିନ୍ନ ଆଳରେ ଅତ୍ୟାଚାର କରାଯାଉଥିଲା, ମଣିଷ ଭାବରେ ସେମାନଙ୍କର ସ୍ଥିତି ଥିଲା ବିଦ୍ୟାସାଗର ଯେତେବେଳେ ବିଧବା ବିବାହ କଥା କହିଲେ, ପଣ୍ଡିତମାନେ ଶାସ୍ତ୍ରରେ ଏପରି ବିଧାନ ନଥିବା ଦର୍ଶାଇଥିଲେ ବିଦ୍ୟାସାଗର କିନ୍ତୁ ଶାସ୍ତ୍ରାର୍ଥରେ ଥିଲେ ପାରଙ୍ଗମ ପରାଶର ସଂହିତା ଶ୍ଳୋକରୁ ଉଦ୍ଧାର କରି ଦେଖାଇଥିଲେ ଯେ, ଆମ ଶାସ୍ତ୍ରରେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ପରିସରରେ ବିଧବା ବିବାହ ରହିଛି ଶାସ୍ତ୍ରରେ ହାରିଯାଇ ପଣ୍ଡିତମାନେ ଏହା ସାମାଜିକ ରୀତିର ବିରୋଧ ଦର୍ଶାଇ ଜନମତ ସଂଗ୍ରହ କରିଥିଲେ ବିଦ୍ୟାସାଗରଙ୍କୁ ବ୍ୟଙ୍ଗ ବିଦ୍ରୁପ କରିଥିଲେ ତାଙ୍କ ବିରୋଧରେ କଲିକତା ରାସ୍ତାରେ ଆନ୍ଦୋଳନ କରାଇଥିଲେ ଆକ୍ରମଣ ପାଇଁ ମଧ୍ୟ ଯୋଜନା କରାଯାଇଥିଲା ଅବସ୍ଥା ଏମିତି ହେଲା, ବିଦ୍ୟାସାଗରଙ୍କ ବାପା ତାଙ୍କର ସୁରକ୍ଷା ପାଇଁ ଗାଁରୁ ଜଣେ ଦେହରକ୍ଷୀଙ୍କୁ ପଠାଇଥିଲେ ଏହାସତ୍ତ୍ୱେ ମଧ୍ୟ ବିଦ୍ୟାସାଗର ଥିଲେ ନଛୋଡ଼ବନ୍ଧା ସମୟରେ ସମାଜର ମଙ୍ଗୁଆଳମାନେ ଥିଲେ ତାଙ୍କ ବିରୋଧରେ ବିଦ୍ୟାସାଗର ସରକାରଙ୍କୁ ଦସ୍ତଖତ ସମ୍ବଳିତ ଏକ ପିଟିସନ ପଠାଇଥିଲେ ତାଙ୍କ ବିରୋଧୀମାନେ ୪ଗୁଣ ଅଧିକ ଦସ୍ତଖତ ସମ୍ବଳିତ ପିଟିସନ ପଠାଇଥିଲେ ବିରୋଧର ନେତୃତ୍ୱ ନେଇଥିଲେ ଧର୍ମସଭା ଏବଂ ରାଧାକାନ୍ତ ଦେବ ବିଦ୍ୟାସାଗର ତତ୍କାଳୀନ ଇଂରେଜ ଶାସକମାନଙ୍କୁ ବିଧବା ବିବାହର ଆବଶ୍ୟକତା ସମ୍ପର୍କରେ ଯୁକ୍ତି କଲେ ଲର୍ଡ ଡେଲ୍‌ହାଉସି ହିନ୍ଦୁ ବିଧବା ବିବାହ ଆଇନ୍ ଖସଡ଼ା ଘୋଷଣା ପ୍ରସ୍ତୁତ କରିଥିଲେ ଲର୍ଡ କ୍ୟାନିଙ୍କ ସମୟରେ ଏହା ପାରିତ ହୋଇଥିଲା ଲର୍ଡ ୱିଲିୟମ ବେଣ୍ଟିକ୍‌ଙ୍କ ଦ୍ୱାରା ୧୮୨୯ରେ ସତୀଦାହ ପ୍ରଥା ଉଚ୍ଛେଦ ପରେ ଏହା ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ପ୍ରଥମ ସାମାଜିକ ସଂସ୍କାର ମୂଳକ ଆଇନ୍

ଆଇନ୍ପାସ ହେବା ଏବଂ ସମାଜିକ ସ୍ତରରେ ଗ୍ରହଣଶୀଳ ହେବା- ଏହା ଭିତରେ ଯୋଜନ ଯୋଜନ ଦୂରତ୍ୱ ହେଲେ ଏହି ଆଇନ୍କୁ କାର୍ଯ୍ୟକାରୀ କରିବାରେ ବିଦ୍ୟାସାଗର ଆପ୍ରାଣ ଚେଷ୍ଟା କରିଥିଲେ ନିଜ ଉଦ୍ୟମରେ, ପଇସା ଖର୍ଚ୍ଚ କରି ବହୁ ବିଧବାଙ୍କର ବିବାହ ସମ୍ପନ୍ନ କରାଇଥିଲେ ନିଜର ଏକମାତ୍ର ପୁଅ ନାରାୟଣ ବନ୍ଦୋପାଧ୍ୟାୟଙ୍କର ବିବାହ ସେ ଜଣେ ବିଧବା ଝିଅ ସହିତ କରାଇଥିଲେ ୧୮୭୦ ମସିହାରେ ।  ପରିବାର ଲୋକେ ଏଥିରେ ରାଜି ଥିଲେ ବିରୋଧ ସତ୍ତ୍ୱେ ସେ ତାହା କରାଇ ଦେଖାଇଥିଲେ

ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଦ୍ୟାସାଗର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ଏହା ସାମାଜିକ ରୀତିର ବିରୋଧୀ, ନାରୀ ଶିକ୍ଷିତ ହେଲେ ଘର ଭାଙ୍ଗିଯିବ, ନାରୀ ଶିକ୍ଷିତ ହେଲେ ବିଧବା ହୋଇଯିବ, ଏପରି ନାନା କଥା ଏବଂ ଗୁଜବ ରଚନା କରି ବିରୋଧ କରାଯାଉଥିଲା ବଦ୍ଧପରିକର ବିଦ୍ୟାସାଗର କିନ୍ତୁ ନାରୀ ଶିକ୍ଷା ପାଇଁ ଲାଗି ପଡି଼ଥିଲେ ସେ ଇନସପେକ୍ଟର ଅଫ୍ସ୍କୁଲ ଥିଲା ବେଳେ ବଙ୍ଗଳାରେ ପାଖାପାଖି ୨୯ଟି ବାଳିକା ସ୍କୁଲ ସ୍ଥାପନା କରିଥିଲେ କଲିକତାରେ ପ୍ରଥମ ବାଳିକା ସ୍କୁଲ ସ୍ଥାପନା କରିଥିଲେ ଜନ୍ଏଲିଅଟ ଡ୍ରିଙ୍କୱାଟର ବେଥନ(୧୮୦୧-୧୮୫୧) ସ୍କୁଲ ସ୍ଥାପନାରେ ବିଦ୍ୟାସାଗରଙ୍କ ଭୂମିକା ଥିଲା ବହୁତ ସେ ଘରକୁ ଘର ଯାଇ ସ୍କୁଲରେ ଭର୍ତ୍ତି କରିବାକୁ ଝିଅର ବାପାମାନଙ୍କୁ ଅନୁରୋଧ କରୁଥିଲେ କିନ୍ତୁ ତାଙ୍କୁ ଲୋକେ ବିରୋଧ  କରୁଥିଲେ ପ୍ରଥମେ ସ୍କୁଲରେ ମାତ୍ର ୬ଜଣ ଛାତ୍ରୀ ଭର୍ତ୍ତି ହୋଇଥିଲେ

ହିନ୍ଦୁ ସମାଜରେ ବିଶେଷ କରି କୁଳୀନ ବ୍ରାହ୍ମଣ ସମାଜରେ ବହୁ ବିବାହ ପ୍ରଥା ଥିଲା ବିଦ୍ୟାସାଗର ପ୍ରଥାର ଘୋର ବିରୋଧୀ ଥିଲେ ପ୍ରଥାକୁ ବନ୍ଦ କରିବା ପାଇଁ ସାମାଜିକ ଆନ୍ଦୋଳନ କରିଥିଲେ ଏହାକୁ ମଧ୍ୟ ସେତେବେଳେ ବିରୋଧ କରାଯାଇଥିଲା ବିଦ୍ୟାସାଗରଙ୍କ ଜୀବନକାଳ ଭିତରେ ବହୁ ବିବାହ ନିଷେଧ ଆଇନ୍ଆସି ପାରିଲା ନାହିଁ ଆଇନ୍ବହୁ ପରେ ୧୯୫୫ରେ ଆସିଲା

ବଙ୍ଗଳା ଲିପି ଗଦ୍ୟ ଶୈଳୀରେ ବିଦ୍ୟାସାଗର ମୌଳିକ ସଂସ୍କାର ଆଣିଥିଲେ ତତ୍କାଳୀନ ବିଦଗ୍ଧ ସମାଜର ଏକ ବଡ଼ ଅଂଶ ଏହାକୁ ବିରୋଧ କରୁଥିଲେ କିନ୍ତୁ କୌଣସି ବିରୋଧକୁ ଭୃକ୍ଷେପ କରି ତାଙ୍କ ଲକ୍ଷ୍ୟରେ ଅବିଚଳିତ ରହିଥିଲେ ବିଦ୍ୟାସାଗର ଯାହାର ଫଳସ୍ୱରୂପ ଆଧୁନିକ ବଙ୍ଗଳାର ଗଦ୍ୟ ଶୈଳୀରେ ସରଳତା ଆସିଥିଲା sailira  ସଂସ୍କାର ଫଳରେ ଗଦ୍ୟ ଆହୁରି ରୁଚିକର ହୋଇଥିଲା

ବିଦ୍ୟାସାଗର ଅନେକଙ୍କୁ ଅନେକ ବାଟରେ ସାହାଯ୍ୟ କରୁଥିଲେ ଅନେକ ତାଙ୍କର ଦୟାଶୀଳତାକୁ ସୁଯୋଗ ବୋଲି ମନେକରି ତାଙ୍କୁ ଠକେଇଥିଲେ ତାଙ୍କ ସଂସ୍କାର ଧର୍ମୀ କାର୍ଯ୍ୟରେ ପରିବାରର ଲୋକେ ମଧ୍ୟ ସମର୍ଥନ ଦେଇନଥିଲେ ବସ୍ତୁତଃ ତାଙ୍କର ପାରିବାରିକ ଜୀବନ ସୁଖର ଥିଲା ସାମାଜିକ କ୍ଷେତ୍ରରେ ବିରୋଧ ଏବଂ ଏକ ଅସୁଖୀ ପାରିବାରିକ ଜୀବନ ତାଙ୍କୁ ଅତିଷ୍ଠ କରି ପକାଇଥିଲା ତାଙ୍କ ଜୀବନର ଶେଷ ୨୦ ବର୍ଷ ବଙ୍ଗ ପ୍ରଦେଶ ଛାଡି଼ ବର୍ତ୍ତମାନ ଝାରଖଣ୍ଡର କାମାଟା ସ୍ଥିତ ଏକ ଆଦିବାସୀ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଘର କିଣି ରହୁଥିଲେ ସେଠି ସେ ହୋମିଓପାଥି ଶିଖି, ସେଠାକାର ଅଞ୍ଚଳବାସୀଙ୍କୁ ଚିକିତ୍ସା କରୁଥିଲେ ସେଠି ମଧ୍ୟ ସେ ବାଳିକା ବିଦ୍ୟାଳୟ ସ୍ଥାପନା କରିଥିଲେ

ବିଦ୍ୟାସାଗର ତାଙ୍କର ସାରା ଜୀବନ ସଂଗ୍ରାମ କରି ଆସିଛନ୍ତି ପ୍ରାଥମିକ ଜୀବନରେ ଆର୍ଥିକ ଅନାଟନ ଭିତରେ ବିଦ୍ୟାର୍ଜନ ପାଇଁ ସଂଗ୍ରାମ ପରବର୍ତ୍ତୀ ଜୀବନରେ ସାମାଜିକ, ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ସଂଗ୍ରାମ ଆଉ ଦୀର୍ଘ ସଂଗ୍ରାମରେ ସେ ଖୁବ୍ବେଶୀ ଲୋକହ୍କୁ ନିଜ ସପକ୍ଷରେ ପାଇନାହାନ୍ତି

ତାଙ୍କ ବିୟୋଗ ପରେ ରବିନ୍ଦ୍ରନାଥ ଠାକୁର ଲେଖିଥିଲେ ଯେ, ବଙ୍ଗ ପ୍ରଦେଶରେ ଘାସ, ଗୁଳ୍ମ ଭିତରେ ସେ ଥିଲେ ଏକ ମହାଦ୍ରୁମ ତେବେ ମହାଦ୍ରୁମ ଥିଲା ଏକାକୀ ନିସଙ୍ଗ ତାଙ୍କ ସମସାମୟିକ ଲୋକମାନେ ତାଙ୍କର ଉଚିତ ମୂଲ୍ୟାୟନ କରିପାରିନାହାନ୍ତି ସୁଖର କଥା ଇତିହାସ ତାହା କରିପାରିଛି

ଭାଷା

ଭାରତରେ ୧୯ହଜାର ୫ଶହରୁ ଅଧିକ ଭାଷା ରହିଛି ତେବେ ମାତ୍ର ୧୨୧ଟି ଏମିତି ଭାଷା ଅଛି, ଯାହାକୁ ୧୦ହଜାରୁ ଊର୍ଦ୍ଧ୍ୱ ଲୋକ କହନ୍ତି ଭାରତୀୟ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ୨୨ଟି ଭାଷା ରହିଛି ଦେଶର ୯୬.୭୧ ପ୍ରତିଶତ ଲୋକଙ୍କର ମାତୃଭାଷା ଏହି ୨୨ଟି ଭାଷା ପ୍ରଥମେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ୧୪ଟି ଭାଷା ଥିଲା ସେଗୁଡ଼ିକ ହେଲା, ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୃ, ଓଡି଼ଆ, ବଙ୍ଗଳା, ଅସମୀୟା, ମରାଠୀ, ଗୁଜରାଟୀ, ପଞ୍ଜାବୀ, କନ୍ନଡ, ତାମିଲ, ତେଲୁଗୁ, ମାଲାୟଲମ, କାଶ୍ମିରୀ ୧୯୬୭ରେ ତାଲିକାରେ ସିନ୍ଧି ଭାଷାକୁ ଯୋଗ କରାଗଲା ୧୯୯୨ରେ କଙ୍କଣୀ, ମଣିପୁରୀ, ନେପାଳି ଭାଷାକୁ ତାଲିକାରେ ସାମିଲ କରାଗଲା ୨୦୦୪ରେ ବୋଡ଼, ଡୋଗ୍ରୀ, ମୈଥଳୀ ଏବଂ ସାନ୍ତାଳୀ ଭାଷାକୁ ଯୋଗ କରାଗଲା

ଅନୁସୂଚିତ ଭାଷାକୁ ଛାଡି଼ଦେଲେ ଅନ୍ୟ ଅନୁସୂଚିତ ଭାଷାର ମଧ୍ୟ ଏକ ତାଲିକା ରହିଛି ତାଲିକାରେ ଥିବା ଭାଷାକୁ ଅନ୍ତତଃ ୧୦ହଜାର ଲୋକ ନିଜ ମାତୃଭାଷା ବୋଲି କୁହନ୍ତି ୨୦୦୧ରେ ପ୍ରକାର ଭାଷାର ସଂଖ୍ୟା ଥିଲା ୧୦୦ ୨୦୧୧ରେ ଏହା ୯୯କୁ ଖସି ଆସିଛି ୨୦୦୧ ତାଲିକାରେ ଥିବା ସିମଟେ ଫାର୍ସୀକୁ ତାଲିକାରୁ ବାଦ୍ଦିଆଯାଇଛି ଏବଂ ମାଓ ଭାଷାକୁ ସାମିଲ କରାଯାଇଛି ସିମଟେ ଭାଷା ମଣିପୁର, ମିଜୋରାମର କେତେକ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ସେମିତି ମାଓ ଭାଷା ନାଗାଲାଣ୍ଡ, ମଣିପୁର, ବର୍ମା ସଂଲଗ୍ନ ଭାରତୀୟ ଅଞ୍ଚଳର କିଛି ସମ୍ପ୍ରଦାୟ କହନ୍ତି

ଦ୍ୱାଦଶ, ତ୍ରୟୋଦଶରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଫାର୍ସୀ ଭାଷା ମୋଗଲ ପଠାନ ଶାସିତ ଭାରତରେ ସରକାରୀ ଭାଷା ଥିଲା ସମାଜର ଉଚ୍ଚ ବର୍ଗର ଲୋକମାନେ ଏହାକୁ ଏକ ଅତ୍ୟନ୍ତ ସମୃଦ୍ଧ ଭାଷା ଭାବରେ ଶିଖୁଥିଲେ ଫାର୍ସୀ ଜାଣିବା ଆଭିଜାତ୍ୟ ସମ୍ପନ୍ନ ଭାବରେ ଗଣାଯାଉଥିଲା ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାର ଉଦ୍ଭବରେ ଏବଂ ବିକାଶରେ ଫାର୍ସୀ ଭାଷାର ଏକ ବଡ଼ ଭୂମିକା ରହିଛି ବଙ୍ଗଳା ଭାଷା ବିକାଶରେ ମଧ୍ୟ ଏକ ବଡ଼ ଭୂମିକା ରହିଛି ହିନ୍ଦୀ, ଉର୍ଦ୍ଦୁ ବଙ୍ଗଳା ଭାଷାର ବ୍ୟାକରଣ, ଶବ୍ଦ ପ୍ରୟୋଗ ଏବଂ ଶବ୍ଦାବଳୀରେ ଫାର୍ସୀ ଭାଷାର ପ୍ରୟୋଗ ଏବେ ବି ରହିଛି ହିନ୍ଦୀ ଶବ୍ଦଟି ମଧ୍ୟ ଫାର୍ସୀ ଭାଷାରୁ ଆସିଛି ଉନବିଂଶ ଶତାବ୍ଦୀରେ ବଙ୍ଗ ପ୍ରଦେଶର ବିଦଗ୍ଧ ସମାଜ ଫାର୍ସୀ ଭାଷା ଜାଣିବାକୁ ଏକ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରୁଥିଲେ ରାଜା ରାମମୋହନ ରାୟ  ୧୮୨୨ ଏପ୍ରିଲ ୧୨ତାରିଖରୁ ଫାର୍ସୀ ଭାଷାରେମିରଟ୍‍-ଉଲ-ଅଖବରନାମକ ଏକ ଖବରକାଗଜ ପ୍ରକାଶିତ କରୁଥିଲେ

ଏହା ସତ୍ତେ୍ ଫାର୍ସୀ ଭାଷା ଏବେ ଅନ୍ୟ ଅନୁସୂଚିତ ଭାଷା ତାଲିକାରୁ ବାହାରି ଗଲା । ଏଥିରୁ ଆମକୁ ଏହା ଶିକ୍ଷା ମିଳେ ଯେ ଭାଷା ଯଦି ବ୍ୟବହାର ନ ହେବ ତେବେ ତାହା ଧୀରେ ଧୀରେ ମରିଯିବ କିମ୍ବା ମୁ୍ୟଜିୟମ୍‌ରେ ରଖାହେଉଥିବା ବସ୍ତì ହୋଇଯିବ । ତେଣୁ ଭାଷାକୁ ଯଦି ଆମେ ବଂଚେଇ ରଖିବା ପାଇଁ ଚାହୁଁ, ତେବେ ତାକୁ ଅଧିକ ବ୍ୟବହାର କରିବା ଦରକାର ।

ବିଫଳତାର କାରଣ କଣ?

ଆମେରିକାର ଗୋଟେ ମହାକାଶଯାନ କିଛି ଦୂର ଉପରକୁ ଉଠି ପୁଣି ତଳେ ପଡ଼ିଗଲା ଏପରି ବିଫଳତାର କାରଣ ଖୋଜିବା ପାଇଁ ନାସା ବିଭିନ୍ନ ଦେଶର ବୈଜ୍ଞାନିକଙ୍କୁ ଡକାଇ ବୈଠକ କଲା

ଜାପାନ- ଆଛା ଫୁଏଲ୍ ଫିଲଟର୍ ଠିକ୍ ଥିଲା?

ନାସା- ହଁ !

ରୁଷିଆ- ଲଂଚ୍ ପ୍ୟାଡ୍‌, ଲଂଚିଙ୍ଗ୍ ଭେଇକିଲ୍ ଇତ୍ୟାଦି ଠିକ୍ ଥିଲା?

ନାସା- ହଁ !

ଫ୍ରାନ୍ସଇଂଜିନ୍ ସପୋର୍ଟ, ଭେଲୋସିଟି ଇତ୍ୟାଦି ଠିକ୍ ଥିଲା?

ନାସା- ହଁ!

ଭାରତ- ଲଂଚିଙ୍ଗ୍ ପୂର୍ବରୁ ଲେମ୍ବୁ ଲଙ୍କା ଟାଙ୍ଗିଥିଲ? ନଡ଼ିଆ ବାଡ଼େଇ ଥିଲ?

ନାସା- ନାଁ !

ଭାରତ- ଶଃ..ସେକଥା କହୁନା, ପୁରା ଅନୁକୁଳ ବିଗାଡ଼ି ଦେଇଛ ଏବେ ନାମ ନିଅ ... !

ଦ୍ଵିତୀୟ ଚାଇନିଜ

ହୁଏନସାଙ୍କ ପରେ କରୋନା ହେଲା ଦ୍ଵିତୀୟ ଚାଇନିଜ ଯିଏ ସାରା ଭାରତ ଭ୍ରମଣ କରିଲାଣି। 

***

 mrinalchatterjeeiimc@gmail.com 

No comments:

Post a Comment