Wednesday 12 April 2023

BAHI KATHA. Fortnightly column on books. 5.4.23

 

ବହି କଥା . ମୃଣାଳ ଚାଟାର୍ଜୀ | 5.4.23

ବ୍ୟବହାରିକ ଆଧ୍ୟାତ୍ମିକତା


ବହି: ରେ ମନ ଘରକୁ ଚାଲ

ମୂଳ ବଙ୍ଗଳା: ଶ୍ରୀମଦ୍ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀ

ଓଡିଆ ଅନୁବାଦ   : ଜ୍ୟୋତିର୍ମୟୀ ମିଶ୍ର

ପ୍ରକାଶକ: ବୁକସ୍ହବ୍‍, ବରମୁଣ୍ଡା, ଭୂବନେଶ୍ୱର

ମୂଲ୍ୟ: ୧୫୦ ଟଙ୍କା ପ୍ରଥମ ପ୍ରକାଶନ: ୨୦୧୭

ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ ପରବର୍ତ୍ତି ସମୟରେ ଦୀର୍ଘ ୨୮ ବର୍ଷଧରି କୋଲକାତାର ଅଶୋକ ହଲରେ + ଶ୍ରେଣୀରେ  ଅର୍ଥନୀତି ପଢ଼ଉଥିଲେ ସିଏ ତାଙ୍କ ଜୀବନରେ ଆଧ୍ୟାତ୍ମବାଦୀ ଥିଲେ ପ୍ରେମଯୋଗ ପ୍ରତି ତାଙ୍କର ଦୁର୍ବଳତା ଥିଲା ଶ୍ରୀରାମକୃଷ୍ଣଙ୍କୁ ଗୁରୁ ମାନନ୍ତି  

            ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀଙ୍କର ବହିଟି ମୂଳତଃ ବଙ୍ଗଳା ଭାଷାରେ ଲେଖା ମନ ଚଲୋ ନିଜ ନିକେତନେ। ଏହାକୁ ପାଠ କଲା ପରେ ତାଙ୍କ ମନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା ଏବଂ ସେ ବହିଟିକୁ ଓଡିଆରେ ଅନୁବାଦ କରିଥିଲେ               ଓଡିଆ ଭାଷାରେ ଅଧ୍ୟାତ୍ମିକ ସାହିତ୍ୟ  ଭଣ୍ଡାର ବେଶ୍ସମୃଦ୍ଧ ବହିଟି ସେ ସମୃଦ୍ଧ ଭଣ୍ଡାରରେ ଏକ ମୂଲ୍ୟବାନ


ସଂଯୋଜନା                                     ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀ ଧର୍ମଠୁ ଆଧ୍ୟାତ୍ମିକତା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ତାଙ୍କ ଲେଖା ସବୁ ବହିରେ ଏହି ଦିଗଟି ସ୍ପଷ୍ଟ ଭାବେ ବାରି ହୁଏ ମନ ଚଲୋ ନିଜ ନିକେତନେବହିଟିର ଗୋଟେ ବଡ କଥା ହେଉଛି ଏହାର  ବ୍ୟବହାରିକ ଦିଗ ଏଥିରେ ମାସର ୩୦ଦିନ ପାଇଁ ୩୦ଟି ପରିଛେଦ ରହିଛି ଆଉ ପ୍ରତ୍ୟେକ ପରିଛେଦ ଶେଷରେ ସେଦିନ ଅଭ୍ୟାସ କରିବାପାଇଁ ପଡିବ ତାହା ମଧ୍ୟ କୁହାଯାଇଛି କେମିତି ଭାବରେ ନିଜକୁ ନକାରାତ୍ମକ ଭାବରୁ ବଞ୍ଚେଇବେ ଏବଂ ମନକୁ ଆଧ୍ୟାତ୍ମିକତା  ଆଡକୁ ନେବେ ସେ ବିଷୟରେ ବ୍ୟବହାରିକ ପରାମର୍ଶ ଦିଆଯାଇଛି

            ଶ୍ରୀମଦ୍ସ୍ୱାମୀ ଶୁଦ୍ଧାନନ୍ଦ କହିଛନ୍ତି ଯେ ଗୋଟିଏ ମାସର ପଠନ ଏବଂ ଦୈନଦିନ ଅଭ୍ୟାସ ପାଠକର ମନରେ ଅନେକ ପରିବର୍ତ୍ତନ ଆସିବ ସେତେବେଳେ ସାଧନ ଭଜନ ସହିତ ମନରେ ସକାରାତ୍ମକ ଶକ୍ତି ମଧ୍ୟ ଆସିବ ଯାହା ଫଳରେ ବାହ୍ୟ ପରିସ୍ଥିତି ସହିତ ଜଣେ ଅଧିକ ଖାପ ଖୁଆଇ ଚାଲି ପାରିବ ସେ କହନ୍ତ ିଯେ ଅଧିକାଂଶ ଶାରିରୀକ ରୋଗ ବ୍ୟାଧି ପ୍ରକୃତରେ ମନରୁ ସୃଷ୍ଟି ଏହାକୁ ଡାକ୍ତରମାନେ କହନ୍ତି - ସାଇକୋସୋମାଟିକ୍ଡିଜିଜ୍

            ମନର  ନକାରତ୍ମକ ଚିନ୍ତା ଏବଂ ଦୁଃଖର ସ୍ମୃତିକୁ ଜାବୁଡି ଧରିବାର ପ୍ରବଣତାରୁ ଅନେକ ରୋଗବ୍ୟାଧି ମଣିଷକୁ ଆକ୍ରାନ୍ତ କରେ ତେଣୁ ଦେହକୁ ସୁସ୍ଥ ରଖିବା ସହିତ ମନକୁ ସୁସ୍ଥ ରଖିବାର  ଆବଶ୍ୟତା ମଧ୍ୟ ରହିଛି ପୁସ୍ତକଟି ତେଣୁ ଉଭୟ ଶାରିରୀକ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ନିଜକୁ ଆଧ୍ୟାତ୍ମିକା ଆଡ଼କୁ ଆଗେଇ ନେବା ଦିଗରେ ଏକ ଦିଗବରେଣୀ ହୋଇପାରେ

            ସ୍ୱାମୀ ଶୁଦ୍ଧାନନ୍ଦଙ୍କ ବିଷୟରେ ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କ ପାଇଁ ତାଙ୍କ ବିଷୟରେ ଦିପଦ କହିଦେବା ଉଚିତ୍ହେବ ୧୯୪୯ ମସିହା ମେ ୧୦ ତାରିଖରେ କଲିକତାର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ଆନ୍ଧ୍ରପ୍ରଦେଶର ବିଜୟୱାଡା କଲେଜରେ ଅଧ୍ୟୟନରତ ଅବସ୍ଥାରେ ସେ ଭଜନ ବ୍ରହ୍ମଚାରୀଙ୍କ ସାନିଧ୍ୟ ଲାଭ କରନ୍ତି ୧୯୭୨ ମସିହାରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ହାଇଦ୍ରାବାଦର ଗୋଟେ କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଭାବେ ମଧ୍ୟ ନିଯୁକ୍ତ ହୁଅନ୍ତି ଏହି ସମୟରେ  ସେ ଦୀକ୍ଷା ଗ୍ରହଣ କରନ୍ତି ଏବଂ ୧୯୭୬ ମସିହାର ଗୁରୁପୂର୍ଣ୍ଣିମା ଦିନ ସେ ଗୃହତ୍ୟାଗ କରି ବ୍ରହ୍ମଚାର୍ଯ୍ୟ ଆଶ୍ରମ ଗ୍ରହଣ କରନ୍ତି ତାପରେ ଆଧ୍ୟାତ୍ମିକତା କ୍ଷେତ୍ରରେ  ତାଙ୍କର ବ୍ୟୁତ୍ପତ୍ତି ବଢ଼େ ୧୯୯୩ ମସିହାରେ ଆମେରିକାର ସିକାଗୋରେ ୱାର୍ଲଡ ପାର୍ଲିଆମେଣ୍ଟ ଅଫ ରିଲିଜିଅନରେ ସିଏ ହିନ୍ଦୁଧର୍ମର ଜଣେ ପ୍ରତିନିଧି ଭାବରେ ବକ୍ତୃତା ଦିଅନ୍ତି ସେହିବର୍ଷ ୱାସିଂଟନ ଡିସିରେ ଅନୁଷ୍ଠିତ ବିଶ୍ୱ ହିନ୍ଦୁଧର୍ମ ସମ୍ମିଳନୀ ଭିଜନ ୨୦୦୦ରେ ମଧ୍ୟ ସିଏ ମୂଳ (କି-ନୋଟ୍‍) ବକ୍ତୃତା ଦିଅନ୍ତି ଏହାଛଡ଼ା ବିଦେଶର ଅନେକ ବିଶ୍ୱବିଦ୍ୟାଳୟ ଧର୍ମାନୁଷ୍ଠାନରେ  ସେ ଆଧ୍ୟାତ୍ମିକତା ଏବଂ ଜୀବନ ବଞ୍ଚିବାର କଳା ସଂପର୍କରେ ବକ୍ତୃତା ଦେଇଛନ୍ତି ବିଷୟରେ ସେ ଅନେକଗୁଡ଼ିଏ ବହି ମଧ୍ୟ ଲେଖିଛନ୍ତି ୨୦୧୩ରେ ତାଙ୍କର ଏକ ବହିକ୍ଲିନିଂ ଦି ମିରର୍ଅଫ୍ମାଇଣ୍ଡ: କ୍ଲଟର ଫ୍ରି ହୋମ୍‍, କ୍ଲଟର୍ଫ୍ରି ମାଇଣ୍ଡ୍‍’ ପ୍ରକାଶିତ ହୋଇଛି

            ରେ ମନ ଘରକୁ ଚାଲବହିଟିରେ ଧାର୍ମିକ ଜ୍ଞାନଠୁଁ ଆଧ୍ୟାତ୍ମିକତାର ଆଧାରରେ ଜୀବନ ବଂଚିବାର କଳା ବିଷୟରେ ବ୍ୟବହାରିକ ଜ୍ଞାନ ଅଧିକ ରହିଛି ଜ୍ୟୋତିର୍ମୟୀ ମିଶ୍ରଙ୍କ ଅନୁବାଦ ବେଶ ସରଳ ସାବଲୀଳ

++

May read it online here:

https://www.odishasahitya.com/bahikatha-60/?fbclid=IwAR0fVJ7BjeEGNPbDTaPHrj-bhzk5DdNF6jElcpcN3XnbJ7GdMoqgla9ZwZU

No comments:

Post a Comment