Wednesday 1 February 2023

BAHI KATHA | Fortnightly Column on Books | 2.2.23

 

ବହି କଥା ।ା . ମୃଣାଳ ଚାଟାର୍ଜୀ | 2.2.23

ଭାରତୀୟ ଇତିହାସ ଧର୍ମରେ ମଦ୍ୟ

ବହି: ଅନହୋଲି  ବ୍ରିଉ: ଆଲକୋହଲ୍ଇନ ଇଣ୍ଡିଆନ ହିଷ୍ଟ୍ରି ଆଣ୍ଡ ରିଲିଜିଅନ

ଲେଖକ: ଜେମସ୍ମ୍ୟାକହଗ୍

ପ୍ରକାଶକ: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ୍‍, ମୂଲ୍ୟ: ୫୯୮ ଟଙ୍କା



ପୃଥିବୀରେ ଲୋକ କେବେଠୁ ମଦ ପିଉଛନ୍ତି ତାକୁ ନିର୍ଦ୍ଦିଷ୍ଟ ଭାବରେ  କହିହେବନି ତେବେ ନୃତତ୍ୱବିତ୍ମାନେ ଅନୁମାନ କରନ୍ତି ଯେ ମଣିଷ ଅନ୍ତତଃ ୧୦ହଜାର ବର୍ଷ ତଳୁ ମଦ ପିଉଛି

            ଭାରତ ଆମର ସଂସ୍କାରୀ ଦେଶ ଅନେକେ ବିଶ୍ୱାସ କରନ୍ତି ଯେ ଭାରତୀୟମାନେ ମଦ ଆଦୌ ପିଅନ୍ତି ନାହିଁ ସେମାନେ ମଦଠୁ ସବୁବେଳେ ଦୂରରେ ରହନ୍ତି ବିଦେଶୀମାନେ ଆସି ସେମାନଙ୍କୁ ବଦଭ୍ୟାସ କରେଇଛନ୍ତି

            ବର୍ତ୍ତମାନ ଯେଉଁ ବହିଟି ବିଷୟରେ ଆଲୋଚନା କରୁଛି, ଏହାର ଲେଖକ ଜେମସ୍ମ୍ୟାକହଗ୍ସାଉଥ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଏସୀୟ ଧର୍ମ ବିଭାଗର ପ୍ରଫେସର ଅଛନ୍ତି ସଂସ୍କୃତ ଭାଷାରେ ତାଙ୍କର ବିଶେଷ ବ୍ୟୁତ୍ପତ୍ତି ରହିଛି ତାଙ୍କ ମତରେ ଭାରତୀୟ ଇତିହାସରେ ମଦ ବିଷୟରେ ଖୁବ୍ବେଶୀ ଏଇଥିପାଇଁ କୁହାଯାଇନାହିଁ  ଯେ ଅନେକ ଭାରବୀୟ ନିଜେ ମଦ ପିଉଥିଲେ ହେଁ ମଦ ପିଇବାଟାକୁ ବିଶେଷ ସମର୍ଥନ କରୁନଥିଲେ ସେମାନେ ଚାହୁଁନଥିଲେ, ଅନ୍ୟମାନେ ବି ମଦ ପିଅନ୍ତୁ ପରବର୍ତ୍ତୀ ସମୟରେ  ହୁଏତ ଅନେକେ ଭାବିଲେ ଯେ ଆମ ପୂର୍ବପୁରୁଷ ମଦ ପିଉଛନ୍ତି ଏକଥା ଯଦି ଇତିହାସରେ ଲେଖାଯିବ ତାହାହେଲେ ଆମ ପରପୁରୁଷ କଣ ଭାବିବେ? ସେଇଥିପାଇଁ ବୋଧହୁଏ ଭାରତର ଇତିହାସ କାବ୍ୟକାହାଣୀରେ ମଦ ସେମିତି ଭାବରେ ସ୍ଥାନ ପାଇଲା ନାହିଁ, ଯେମିତି ଧରନ୍ତୁ ଇଟାଲିରେ ରହିଛି

            ପ୍ରଫେସର ଜେମସ୍ମାକହଗ୍  କହନ୍ତି ଯେ ଭାରତରେ ବହୁ ପ୍ରାଚୀନ କାଳରୁ ମଦ ସଂସ୍କୃତି ରହିଛି ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଜିନିଷରୁ ବିଭିନ୍ନ ପ୍ରକାରର ମଦ ତିଆରି କରାଯାଏ ଚାଉଳ, ମକା, ଆଖୁ ରସ, ଖଜୁରି ରସ- ବହୁ ପ୍ରକାର ଜିନିଷରୁ ଭାରତର ବିଭିନ୍ନ ପ୍ରାନ୍ତରେ ମଦ ତିଆରି କରାଯାଇଛି ଏବଂ କାଳକାଳ ଧରି ଲୋକ ମଦ ପିଇଛନ୍ତି

             ହିନ୍ଦୁ ଦେବଦେବୀଙ୍କ ଭିତରେ ମଦର ବି ଜଣେ ଦେବୀ ଅଛନ୍ତି ହିନ୍ଦୁ ଏବଂ ବୌଦ୍ଧ ପୁରାଣରେ ମଧ୍ୟ ମଦର ଦେବୀ ଅଛନ୍ତି ତାଙ୍କୁ ବାରୁଇ ଦେବୀ ବା ସୂରୀ ଦେବୀ ବୋଲି କୁହାଯାଏ ଏବଂ ଦେବୀ ସାଗର ମନ୍ଥନ ବେଳେ ପ୍ରକଟ ହେଇଛନ୍ତି ଜେମସ ମ୍ୟାକହଗ ଏକ ପ୍ରଚୀନ ସଂସ୍କୃତ ଗ୍ରନ୍ଥକୁ ଅନୁବାଦ କରଛନ୍ତି ଯେଉଁଥିରେ  ୟାଙ୍କର ଉଲ୍ଲେଖ ରହିଛି   ଗ୍ରନ୍ଥରେ ଯାହା ଅଛି, ସେ ଅନୁସାରେ ସୂରୀଦେବୀଙ୍କର ୧୮ଟି ହାତ ୯ଟି ହାତରେ ସେ ୯ଟି ଜାର ଧରିଛନ୍ତି ଆଉ ୯ଟି ହାତରେ ଗ୍ଲାସ ବା କପ୍  ଧରିଛନ୍ତି, ଯେଉଁଥିରେ ସେ ଦେବତାମାନଙ୍କୁ ସୁରା ଢ଼ାଳି ଦେଲେ ସେଥିରୁ କିଛି  ବୁନ୍ଦା  ପୃଥିବୀରେ ଖସି ପଡିଲା  ଏବଂ ସେଇ ବୁନ୍ଦା ଗୁଡିକରୁ ପୃଥିବୀରେ ଯେତେପ୍ରକାର ମାଦକ ଦ୍ରବ୍ୟ - ମଦଠୁ ଆରମ୍ଭ କରି ଉଦ୍ଭିଦ-ଜାତ ମାଦକ ଦ୍ରବ୍ୟ (ଯେମିତି ଗଞ୍ଜେଇ, ଅଫିମ) ଉଦ୍ଭବ ହେଲା

            ମଦ୍ୟପାନ ସହିତ ଭାରତୀୟମାନଙ୍କର ସଂପର୍କ ବଡ ଜଟିଳ ଅନେକେ ମଦ୍ୟପାନର ଘୋର ବିରୋଧୀ, କିନ୍ତୁ ଅନେକେ ଠିକ୍ତାର ଓଲଟା ଯେଉଁମାନେ ପାନ କରୁଥିଲେ ସେମାନେ ବିଭିନ୍ନ ପ୍ରକାରର ମଦ୍ୟପାନ କରିଛନ୍ତି ଶସ୍ୟରୁ ତିଆରି ମଦ୍ୟକୁ କୁହାଯାଉଥିଲା ସୁରା ଆଖୁ ରସରୁ  ଯେଉଁ ମଦ ତିଆରି କରାଯାଉଥିଲା ତାକୁ କୁହାଯାଉଥିଲା ସିଧୁ ବା ମାଇଁରେଆ ମାଇଁରେଆଟା  ଅନେକଟା ଆଜିକାର ସାମ୍ପେନ ଭଳିଆ ଆଉ ଗୋଟେ ରକମର ମଦ ହେଉଥିଲା, ତାକୁ କୁହଯାଉଥିଲା- ଆସ୍ୱାଭାସ ତାହା ବିଭିନ୍ନ ପ୍ରକାର ଫଳ ଏବଂ ଗୁଳ୍ମ ଇତ୍ୟାଦିରୁ ତିଆରି ହେଉଥିଲା ବର୍ତ୍ତମାନ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ରହିଛି

            ଆପଣମାନଙ୍କ ଭିତରୁ ଅନେକ ସୋମରସର ନାଁ ଶୁଣିଥିବେ ମ୍ୟାକ୍ହଗ୍ଙ୍କ ଗବେଷଣା ଅନୁସାରେ, ସୋମ ଏକ ପ୍ରକାର  ରସ କିନ୍ତୁ ଇଏ ମଦନୁହଁ ମଦଠୁ ଇଏ ଭିନ୍ନ ରସ ତିଆରି କରିବାର ବିଭିନ୍ନ ପ୍ରକାରର ନିୟମ ରହିଥିଲା କୌଣସି ଗଛର ସରୁ ଡାଳକୁ ଛେଚି, ରସ ବାହାର କରି , ସେଥିରେ ପାଣି ମିଶେଇ ତାକୁ ଫିଲ୍ଟର କରାଯାଉଥିଲା ସେଥିରେ କିଛି କ୍ଷୀର ମିଶେଇ ସୋମରସ   ତିଆରି କରାଯାଉଥିଲା ଏହାକୁ ପିଇଲେ ମନ ଏବଂ ଦେହରେ ସ୍ଫୁର୍ତ୍ତି ଆସୁଥିଲା ଇଏ କିନ୍ତୁ ସୁରା ନୁହଁ ସୁରା  ହେଉଛି ଆଲକୋହଲିକ୍ ସୋମରସ ଆଲକୋହଲିକ୍ନୁହଁ ଅନେକ କହନ୍ତି ଯେ ସୋମରସ ହେଉଛି ଦେବତାମାନଙ୍କ ପାଇଁ ଆଉ ସୁରା ହେଉଛି ମଣିଷ ପାଇଁ

            ଭାରତବର୍ଷରେ ଦୀର୍ଘବର୍ଷ ଧରି ମଦ ପିଇବାର ପ୍ରଚଳନ ଥିଲା ବେଶ୍କିଛି ପ୍ରାଚୀନ ସାହିତ୍ୟରେ ସ୍ତ୍ରୀ ଲୋକମାନେ ବି ମଦ୍ୟପାନ କରୁଥିବାର ବର୍ଣ୍ଣନା ରହିଛି ଉଦାହରଣ ସ୍ୱରୂପ: ଦ୍ୱାଦଶ ଶତାବ୍ଦୀର ଗୋଟେ ସଂସ୍କୃତ ବହି  ମାନସ ଉଲ୍ଲାସ

            ତେବେ ବହୁ ପୁସ୍ତକ, କାହାଣୀ ଏପରିକି ଧାର୍ମିକ ନିୟମରେ ମଦ୍ୟପାନକୁ  ଏକ ଗର୍ହିତ ଅପରାଧ ଭାବେ ଗ୍ରହଣ କରାଯାଉଥିଲା ସାଧାରଣରେ ଧାରଣାଥିଲା ଯେ ମଦ୍ୟପାନ କଲେ ତମେ ବୁଦ୍ଧି ସୁଦ୍ଧି ହରେଇ ବସିବ ଏବଂ ଏମିତି କିଛି କାମ କରିବ ଯାହା ଅତ୍ୟନ୍ତ ବିପଦ ପୂର୍ଣ୍ଣ କିମ୍ବା ହ୍ୟୁମିଲିଟିଂ- ନିଜକୁ ଜୋକର୍କରିବା କାମ                              ତେବେ ବ୍ରାହ୍ମଣମାନେ ସେମାନେ କହୁଥିଲେ ଯେ ସୋମରସ ତିଆରି କରିବାର ଜ୍ଞାନ-କୌଶଳ ତାଙ୍କ ପାଖରେ ଅଛି ଏବଂ ସୋମରସ  ମଦ(ଆଲକୋହଲିକ୍ବିଭରେଜ) ନୁହଁ ତେଣୁ ତାକୁ ପିଇଲେ ଦୋଷ ନାହିଁ ଜୈନମାନଙ୍କ ଧାରଣା ଥିଲା ଯେ ପ୍ରଯୁସିତ (ଫରମେଣ୍ଟଡ୍‍) ପାନୀୟରେ ଅନେକ ଜୀବାଣୁ (ବ୍ୟାକ୍ଟେରିଆ) ରହନ୍ତି, ତେଣୁ ତାକୁ ପିଇବା ମାନେ ଜୀବହତ୍ୟା   ମନୁଙ୍କ ନୀତି ଶାସ୍ତ୍ରରେ କିଛି କିଛି ସଂପ୍ରଦାୟଙ୍କୁ ମଦ ପିଇବାକୁ ସ୍ୱୀକୃତି ଦିଆଯାଇଥିଲା କ୍ଷତ୍ରିୟ ଏବଂ ବୈଶ୍ୟମାନେ କେବଳ ଶସ୍ୟରୁ ଯେଉଁ ସୁରା ତିଆରି ହୁଏ ତାକୁ ପିଇବାକୁ ବାରଣ କରାଯାଇଥିଲା ଅନ୍ୟପ୍ରକାରର ସୁରାରେ ସମସ୍ୟା ନାହିଁ

            ମୋଟ ଉପରେ କହିବାକୁ ଗଲେ ମଦ ପିଇବାକୁ ନେଇ ଭାରତୀୟମାନଙ୍କର ଧାରଣା ଆରମ୍ଭରୁ ଏପର୍ଯ୍ୟନ୍ତ ବଡ ଜଟିଳ ହେଇ ରହିଛି   ତେବେ ଭାରତୀୟ ଇତିହାସ ଧର୍ମରେ ମଦର ସ୍ଥାନ କଣ ଥିଲା ସେ ବିଷୟରେ ଆନ୍ଦାଜ କରିବା ପାଇଁ ବହି ସାହାଯ୍ୟ କରିବ ନିଶ୍ଚୟ

++

https://www.odishasahitya.com/bahikatha-56/?fbclid=IwAR1bdvoIp0bLFr2vNoKVur5fGlRgLHoKfb3E938Ks9KrKF6rsj_FnlLd-zI


No comments:

Post a Comment