Wednesday 19 January 2022

BAHI KATHA 28 | 19.1.22

 ବହିକଥା . ମୃଣାଳ ଚାଟାର୍ଜୀ

ହାତୀର ଭବିଷ୍ୟତ

ବହି:  ଜୁମ୍ବୋଜ ଅନ ଦି ଏଜ୍  - ଫ୍ୟୁଚର ଅଫ ଏଲିଫ୍ୟାଣ୍ଟ କନଜରଭେସନ ଇନ ଇଣ୍ଡିଆ

ଲେଖକ: ସଞ୍ଜୀବ କୁମାର ଚଢ଼ା

ପ୍ରକାଶକ: ନଟରାଜ ବୁକ୍

ପୃଷ୍ଠା: ୩୦୦, ମୂଲ୍ୟ: ୪୯୯ଟଙ୍କା

 

ଭାରତ ବର୍ଷରେ  ହାତୀ ଏକ ପ୍ରାଚୀନ ଏବଂ ଅତ୍ୟନ୍ତ ପ୍ରିୟ ପ୍ରାଣୀ ଆମ ଗଣେଷ ଠାକୁରଙ୍କ ମୁଣ୍ଡଟି ହାତୀର ହାତୀକୁ ପୁଣି ଆମ ଦେଶର ନେସନାଲ ହେରିଟେଜ ଆନିମଲ ବା ଜାତୀୟ ଐତିହ୍ୟବାହୀ ପଶୁର ମାନ୍ୟତା ଦିଆ ଯାଇଛି  ଏବଂ ହାତୀ ସଂରକ୍ଷଣକୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ (ୱାଇଲଡ୍ଲାଇଫ ପ୍ରୋଟେକ୍ସନ ଆକ୍ଟ ୧୯୭୨) ଅନୁସାରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି ଏହା ସତ୍ୱେ ବର୍ଷକୁ ବର୍ଷ ହାତୀମାନଙ୍କର ସଂଖ୍ୟା କମି କମି ଚାଲିଛି ହାତୀ ମଣିଷ ବିବାଦ ବଢ଼ି ଚାଲିଛି



            ଭାରତୀୟ  ଉପମହାଦେଶରେ ବର୍ତ୍ତମାନ ୨୬୦୦୦ ରୁ  ୨୯୦୦୦ ପର୍ଯ୍ୟନ୍ତ ହାତୀ ଅଛନ୍ତି ସମଗ୍ର ଏସିଆ ମହାଦେଶରେ ଥିବା ବନ୍ୟ ହାତୀ ସଂଖ୍ୟାର ଏହା ହେଲା ପାଖାପାଖି ଅଧା

            ଭାରତରେ ହାତୀ ସଂଖ୍ୟା କ୍ରମଶଃ କମି ଯିବାର ଗୋଟେ  ବଡ କାରଣ ହେଉଛି ଯେ ହାତୀ  ରହିବା ପାଇଁ, ବଞ୍ଚି ରହିବା ପାଇଁ ପ୍ରଚୁର ଖାଦ୍ୟ ଆବଶ୍ୟକ କରେ ଏବଂ ଖାଦ୍ୟପାଇଁ ହାତୀ ପଲକୁ କ୍ରମାଗତ ଭାବେ ଜଙ୍ଗଲରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବାପାଇଁ  ପଡେ କାରଣ ଗୋଟେ ହାତୀ ଦିନକୁ ପାଖାପାଖି ଅଢ଼େଇ କୁଇଣ୍ଟାଲ ଓଜନର ଡାଳପତ୍ର ଇତ୍ୟାଦି ଖାଏ ହାତୀ ପଲ ଗୋଟିଏ ଜାଗାରେ ରହିଲେ ଏତେ ଗଛପତ୍ର ପାଇବା ମୁସକିଲ ହୋଇଯିବ ତେଣୁ ହାତୀ ପଲକୁ ଖାଦ୍ୟ ପାଇଁ କ୍ରମାଗତ ଭାବେ ଗୋଟେ ଜଙ୍ଗଲରୁ ଅନ୍ୟଗୋଟେ ଜଙ୍ଗଲକୁ ଯିବାପାଇଁ ପଡେ ଲୋକସଂଖ୍ୟାରେ ବୃଦ୍ଧି ଏବଂ ଇନ୍ଫ୍ରାଷ୍ଟ୍ରକ୍ଚରର ଉନ୍ନୟନ ସହିତ ଗୋଟିଏ  ବଡ଼ ବନଖଣ୍ଡ ପାଇବା ବର୍ତ୍ତମାନ କଷ୍ଟକର ହୋଇଯାଉଛି   ଯାହାଫଳରେ ହାତୀ ତାର ଖାଦ୍ୟ ପାଇବାକୁ ଅସୁବିଧା ହେଉଛି ଏବଂ ଯାହାଫଳରେ ସେ ଗାଁ ଭିତରକୁ ପଶୁଛିା ଲୋକଙ୍କର ଘର ଭାଙ୍ଗି ଦେଉଛି ମଣିଷ ହାତୀକୁ ପ୍ରତିରୋଧ କରିବାପାଇଁ  ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁ ଛନ୍ତି ହାତୀ ଆଉ ମଣିଷର ବିବାଦ ବଢ଼ି ବଢ଼ି ଚାଲିଛି ଭାରତର ବହୁ ଅଞ୍ଚଳରେ ସମସ୍ୟା ଉତ୍କଟ ହୋଇ ଉଠିଲାଣି ଶ୍ରୀ ଚଢ଼ା ତାଙ୍କ ବହିୋର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସମସ୍ୟା ବିଷୟରେ ଲେଖିଛନ୍ତି

            ପୁସ୍ତକରେ ହାତୀ ଭାରତରେ ହାତୀ ସଂରକ୍ଷଣର ସମସ୍ୟା ଗୁଡିକ ବିଷୟରେ ଅତ୍ୟନ୍ତ ତଥ୍ୟପୁର୍ଣ୍ଣ ଭାବରେ ତାକୁ ରେଖାଙ୍କିତ କରାଯାଇଛି ଦେଶରେ ଯେତେବେଳେ ଉନ୍ନୟନ ହେଉଛି ତା ଅର୍ଥ ଲିନିୟର ଇନଫ୍ରାଷ୍ଟ୍ରକଚର ବଢ଼ୂଛି, ରାସ୍ତା ତିଆରି ହେଉଛି ନୂଆ ରେଳ ଲାଇନ୍ତିଆରି ହେଉଛି, ପାୱାର ଟ୍ରାନସମିଶନ ଲାଇନ୍ତିଆରି ହେଉଛି, କେନାଲ ତିଆରି ହେଉଛି ମାଇନିଂ ପ୍ରୋଜୋକ୍ଟ , ପାୱାର ପ୍ରୋଜେକ୍ଟ ହେଉଛି, ସବୁଥିରେ ପ୍ରଥମ ଯାହା ବଳି ପଡ଼ୁଛି   ତାହା ହେଲା ଜଙ୍ଗଲ ଉନ୍ନୟନ ମାନେ ଜଙ୍ଗଲ କଟା ନିଶ୍ଚିତ ଆଉ ଜଙ୍ଗଲ ସହିତ ହାତୀଙ୍କର ଜୀବନ ଅଙ୍ଗାଙ୍ଗୀ ଭାବରେ ଜଡିତ ବିନା ବଡ ଜଙ୍ଗଲରେ ବା ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ନିରାପଦରେ ଯିବାର ରାସ୍ତା ବିନା ହାତୀ ବଞ୍ôଚପାରିବା ମୁସ୍କିଲ୍

            ଭାରତରେ ଯେତେ ବନ୍ୟ ହାତୀ ଅଛନ୍ତି ବର୍ତ୍ତମାନ ସେମାନଙ୍କୁ ୪ଟି ଭାଗରେ ବିଭକ୍ତ କରାଯାଇପାରେ   ଉତ୍ତରରେ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ, ପୂର୍ବ ରାଜ୍ୟମାନଙ୍କରେ, ପୂର୍ବାଞ୍ଚଳୀୟ ରାଜ୍ୟମାନଙ୍କରେ, ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କରେ ପ୍ରତ୍ୟେକ ଅଞ୍ଚଳରେ ହାତୀମାନଙ୍କ ସଂରକ୍ଷଣର ସମସ୍ୟା ଭିନ୍ନ

            ପୁସ୍ତକର ଲେଖକ ସଂଜୀବ କୁମାର ଚଢ଼ା,ଭାରତୀୟ ଫରେଷ୍ଟ ସର୍ଭିସ୍ ଜଣେ  ଅଧିକାରୀ ବର୍ତ୍ତମାନ ସେ ନେସନାଲ ଏଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ (ନାଫେଡ) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ସେ ତାଙ୍କର  ବାସ୍ତବ ଅଭିଜ୍ଞତାରୁ ଏବଂ ପୁସ୍ତକଗତ ଜ୍ଞାନ ଏବଂ ତଥ୍ୟଭିତ୍ତିରେ ପୁସ୍ତକଟିରେ, ସମସ୍ୟାର ସମାଧାନର କେତେକ ବାଟକୁ ରେଖାଙ୍କିତ କରିଛନ୍ତି ଜଙ୍ଗଲ ଏବଂ ଙ୍ଗଲୋର ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀର ସଂରକ୍ଷଣ ପାଇଁ ହାତୀର ସଂରକ୍ଷଣ କାହିଁକି ଗୁରୁତ୍ୱପୁର୍ଣ୍ଣ  ସେ କଥାକୁ ସେ  ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି ତାଙ୍କ ବହିରେ ବର୍ତ୍ତମାନର ଯେତେବେଳେ ଜଙ୍ଗଲ ଅନେକ କମି ଆସିଛି, ଅବସ୍ଥାରେ ବି  ହାତୀ ସଂରକ୍ଷଣ ପାଇଁ କଣ କଣ  କରାଯାଇପାରେ ସେ ସଂପର୍କରେ ସେ ବେଶ୍କିଛି ଉପାୟ ତାଙ୍କ ବହିରେ ଲେଖିଛନ୍ତି                     ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ ଯେଉଁମାନେ କାମ କରୁଛନ୍ତି, ଯେଉଁମାନେ ନିତି ନିର୍ଦ୍ଧାରଣ କରୁଛନ୍ତି ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲ ବିଭାଗରେ ଯେଉଁ ଅଧିକାରୀ ମାନେ କାମ କରୁଛନ୍ତି  ସେମାନଙ୍କ  ପାଇଁ ଏହା ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ ହାତୀ ମଣିଷର ଯେଉଁ ଲଢ଼େଇ ତାକୁ କେମିତି କମ କରିହେବ ଏବଂ ଉଭୟ ହାତୀ ଏବଂ ମଣିଷ କେମିତି ସହାବସ୍ଥାନ କରିପାରିବେ ଯାହାକି କରିବା ଉଚିତ  ସେ ସଂପର୍କରେ ବହିରେ ଅତ୍ୟନ୍ତ ଉପାଦେୟ ଉପାୟମାନ  କୁହାଯାଇଛି ହାତୀ ମଣିଷ ସମସ୍ୟା ବିଷୟରେ ଜାଣିବାପାଇଁ  ଚାହୁଁଥିବା ସ୍କଲାର ମାନେ, ବ୍ୟକ୍ତିମାନେ ପୁସ୍ତକଟିକୁ ନିଶ୍ଚୟ ପଢ଼ିବା ଦରକାର

++

This column is publishged every Wednesday in www.odishasahitya.com

Read this here:

https://www.odishasahitya.com/bahikatha-28/?fbclid=IwAR2oUvFp3DZck5Ocm56jyedgn_gQR3k1m1YZ7sV7axEZxuHsEHtt4uFyJPU

No comments:

Post a Comment