Saturday 24 April 2021

Translated Poem | Spring in Jallianwala Bagh | 25.4.21

 ଜାଲିୟାଁୱାଲା ବାଗରେ  ବସନ୍ତ

ମୂଳ ହିନ୍ଦୀସୁଭଦ୍ରାକୁମାରୀ ଚୌହାନ

ଓଡ଼ିଆ ଅନୁବାଦମୃଣାଳ

ଏଠି କୋଇଲି ନାହିଁକୁଆ ଅଛିକର୍କଶ ଶବ୍ଦ କରେ,

କଳା କଳା ପୋକ ଅଛିିଭଁଅର ଭଳି ଦିଶେ 

ଏଠି ଫୁଲ କଢ଼ ବି ଦରଫୁଟାକଣ୍ଟା ଭଳି

ଗଛଫୁଲ ସବୁ ଶୁଖିଲାଅଧମରା.. 

ଏଠି ଫୁଲର ପରାଗ ବି ଗୋଟେ ଦାଗ ଭଳି ଦିଶେ

 ବଗିଚା ଯେମିତି ରକ୍ତାକ୍ତ ହୋଇ  ପଡ଼ି ରହିଛି 

ହେ ଋତୁରାଜଆସ  କିନ୍ତୁ ଧୀରେ ଆସ 

ଶୋକ-ସ୍ଥଳ ଇଏଧୀରେ ଯାଅ 

ପବନ ବହୁକିନ୍ତୁ ଧୀରେ ବହୁ

ଦୁଃଖର ଦୀର୍ଘଶ୍ୱାସକୁ ଉଡ଼େଇ ନେଇ  ଯାଉ 

କୋଇଲି ଯଦି ଗାଇବଗାଉ  ହେଲେ ଦୁଃଖର ଗୀତ ଗାଉ

ଭ୍ରମର ବି ଶୁଣଉ ଯନ୍ତ୍ରଣାର ଗାଥା

ସାଂଗରେ ଫୁଲ ଆଣହେଲେ ଖୁବ ସାଜୁଥିବା ଫୁଲ ଆଣିବନି

 ବାସ୍ନାବି ଥିବ କମ୍‍, ଆଉ ଶିଶିରରେ ଅଧାଭିଜା 

ଏଠି ଆସି ତାକୁ ଉପହାର ଦିଅନି

ସ୍ମୃତି ଆଉ ପୂଜା ପାଇଁ ବିଞ୍ଚି ଦିଅ ତାକୁ

କୋମଳ ଶିଶୁ ମାନେ ଏଠି ଗୁଳିରେ ଟଳି ପଡ଼ିଥିଲେ

ତାଙ୍କ ପାଇଁ କିଛି ଫୁଲ ବିଞ୍ଚି ଦେବ 

ଏଠି ଆଶା ଭରା ହୃଦୟ ଛିନ୍ନ ହୋଇଛି

ପ୍ରିୟ ପରିବାର ଦେଶଠୁଁ ଭିନ୍ନ ହୋଇଛି

କିଛି ଅଧଫୁଟା ଫୁଲ ଏଠି ଅର୍ପଣ କରିବ

ସେମାନଙ୍କ ସ୍ମୃତିରେ ଅଶ୍ରୁର ଶିଶିର ବିନ୍ଦୁ ଦି ଟୋପା ଢ଼ାଳିବ

ଗୁଳି ବିଦ୍ଧ ହୋଇବୟସ୍କ ଲୋକ ମରିଛନ୍ତି ଏଠି,

ଶୁଖିଲା କିଛି ଫୁଲ ବିଞ୍ଚିଦିଅ ସେଠି 

ହେଲେ ଶବ୍ଦ କରନି 

ଶୋକ-ସ୍ଥଳ ଇଏଧୀରେ ଯାଅ 

+++

କବି ପରିଚିତି:

 ସୁଭଦ୍ରାକୁମାରୀ ଚୌହାନ (୧୯୦୪-୧୯୪୮ହିନ୍ଦୀ ସାହିତ୍ୟରେ ଏକ ପ୍ରିୟ ନାମ  ସେ ସ୍ୱାଧୀନତା ସଂଗ୍ରାମୀ ଥିଲେ  ନାଗପୁରରେ ସେ ପ୍ରଥମ ମହିଳା ସତ୍ୟାଗ୍ରହୀ ଭାବରେ ଗିରଫ ହୋଇଥିଲେ  ୧୯୨୩ ଏବଂ ୧୯୪୨ରେ ଜେଲ ଯାଇଥିଲେ  ଝାନ୍ସି କି ରାନୀ ତାଙ୍କର ଏକ ଅତ୍ୟନ୍ତ ଜନପ୍ରିୟ କବିତା 

+++

ପ୍ରେକ୍ଷାପଟ

୧୯୧୯ ମସିହା ଏପ୍ରିଲ ୧୩ ତାରିଖ ପଞ୍ଜାବ ଅମ୍ରିତସରର ଜାଲିୟାଁୱାଲା ବାଗ୍ରେ ୧୫ହଜାରରୁ ଊର୍ଦ୍ଧ୍ୱ ନିରସ୍ତ୍ର ଜନତା ଉପରେ ଗୁଳି ଚାଳନାର ଆଦେଶ ଦେଇଥିଲେ ଜେନେରାଲ ଡାୟର  ଗୁଳି ଚାଳନା ଫଳରେ ସରକାରୀ ହିସାବ ଅନୁସାରେ ୩୭୯ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨୦୦ ଲୋକ ଆହତ ହୋଇଥିଲେ 

ଐତିହାସିକମାନେ କହନ୍ତି ଜାଲିୟାଁୱାଲା ବାଗ୍‍ ହତ୍ୟାକାଣ୍ଡଠୁଁ ଭାରତରେ ବ୍ରିଟିଶ ଶାସନ ଅନ୍ତର ଆରମ୍ଭ ହୋଇଥିଲା 

 ଘଟଣା ସାରା ଦେଶରେ ବ୍ରିଟିଶ ଶାସନ  ସରକାର ବିରୋଧରେ ତୀବ୍ର ଅସନ୍ତୋଷପ୍ରତିକ୍ରିୟା  କ୍ରୋଧ ସୃଷ୍ଟି କରିଥିଲା  ତାର ଫଳଶ୍ରୁତି ଭାବରେ  ଜାଲିୟାଁୱାଲା ବାଗ୍‍ ହତ୍ୟାକାଣ୍ଡ ପରଠାରୁ ‘ବିଦେଶୀ ସରକାର ଭାରତ ଛାଡି଼ ଚାଲିଯାନ୍ତୁ’- ଦାବି ଜଣାଇବାରେ ଦେଶବାସୀ ଏକାଠି ହୋଇଥିଲେ ସାରା ଦେଶରେ ବ୍ରିଟିଶ ଶାସନ ବିରୋଧୀ ଆନ୍ଦୋଳନର (ଉଭୟ  ଅହିଂସାତ୍ମକ ଏବଂ ସଶସ୍ତ୍ରଅନଳ କ୍ରମଶଃ ଲେଲିହାନ ହୋଇଉଠିଥିଲା 

ଜାଲିୟାଁୱାଲା ବାଗ୍‍ ହତ୍ୟାକାଣ୍ଡ ପ୍ରେକ୍ଷାପଟରେ  କବିତା 






 

No comments:

Post a Comment