Saturday 13 June 2020

Column | Pathe Prantare

ପଥେ ପ୍ରାନ୍ତରେ । ମୃଣାଳ । ୧୪.୬.୨୦୨୦


କରୋନା ବ୍ୟାପିବାର 

୨୧୦ ଦିନ ପରେ...

କରୋନା ଭାଇରସ୍‌ ପୃଥିବୀକୁ ଆସିଛି ବୋଲି ଜାଣିବାର  ଦିନ ଥିଲା ଜୁନ ୪ ତାରିଖ। ଗତ ବର୍ଷ ନଭେମ୍ବର ୧୭ ତାରିଖରେ ଚୀନ୍‌ର ଉହାନ୍‌ରେ ଏମିତି ଏକ ଭାଇରସ୍‌ର ଅବସ୍ଥିତି ବିଷୟରେ ଜଣା ପଡ଼ିଥିଲା । ମାତ୍ର ୧୦୦ ଦିନ ଭିତରେ ଏ ଭାଇରସ୍‌ ସାରା ପୃଥିବୀରେ ସଂଚରି ଯାଇ ଏକ ମହାମାରୀର ରୂପ ନେଇଥିଲା । ୨୦୦ ଦିନ ଭିତରେ ଏହା ସାରା ପୃଥିବୀରେ ମଣିଷର ଜୀବନ ଶୈଳୀକୁ ବଦଳାଇ ଦେଇଛି । ବଦଳାଇ ଦେଇଛି ବ୍ୟବସାୟ ବାଣିଜ୍ୟ, ଶିକ୍ଷା, ମନୋରଂଜନ, କ୍ରୀଡ଼ା ଓ ପର୍ଯ୍ୟଟନର ରୂପରେଖ । ପୃଥିବୀର ଅର୍ଥନୈତିକ ଅଭିବୃଦ୍ଧିର ହାର ଆଶଙ୍କାଜନକ ଭାବେ କମିଯାଇଛି । ଅର୍ଥନୈତିକ ସମସ୍ୟା ସହିତ ଏବଂ ଅନେକାଂଶରେ ଏହା ଫଳରେ ଅନେକ ସ୍ଥାନରେ ସୃଷ୍ଟି ହେଉଛି ସାମାଜିକ ସମସ୍ୟା । ଏ ଭାଇରସ୍‌ର ଟୀକା ବା ଏହା ହେଲେ ଭଲ କରିବାର ଔଷଧ ବାହାରିବାକୁ ଆହୁରି ବହୁତ ଡେରି ଲାଗିବ ବୋଲି କହୁଛନ୍ତି ବୈଜ୍ଞାନିକମାନେ । ତେଣୁ କରୋନା-ଜନିତ ଏ ଅବସ୍ଥା ଆହୁରି ବେଶ କିଛି ମାସ ଲାଗିରହିବ ।

ଇଏ ଏକ ନୂତନ ଜୀବନ । ଏହାକୁ ନୂତନ-ସ୍ୱାଭାବିକ ଜୀବନ- ନିଉ ନର୍ମାଲ୍‌ ଜୀବନ ବୋଲି କୁହାଯାଉଛି । ଆମେ କଣ ଏ ଜୀବନ ସହିତ ଖାପ୍‌ ଖୁଆଇ ଚଳିପାରିବା?

ପ୍ରାଣୀ-ବିଜ୍ଞାନ ଏବଂ ମନସ୍ତତ୍ୱ-ବିଜ୍ଞାନ କହେ ମଣିଷ ପରିବର୍ତ୍ତିତ ପରିସ୍ଥିତି ସହିତ ଖୁବ ଶୀଘ୍ର ଖାପ୍‌ ଖୁଆଇ ନେଇପାରେ । ଏହା ମଣିଷର ବିଶେଷତ୍ୱ । ହୁଏତ କରୋନା-ପର ଜୀବନ ସହିତ ଆମେ ଖାପ୍‌ ଖୁଆଇ ନେବା । ହୁଏତ ବାହାରକୁ ବାହାରିଲାମାତ୍ରେ ମୁଖା ପିନ୍ଧିବାଠୁଁ ସମସ୍ତଙ୍କଠୁଁ ଦୁଇ ଗଜ ଦୂରେଇ ରହିବା, ଦିନିକିଆ କ୍ରିକେଟ୍‌କୁ ଷ୍ଟାଡିଅମ୍‌ରେ ନ ଦେଖି କେବଳ ଟିଭି ପରଦାରେ ଦେଖିବା, ବାହାଘର ରିସେପ୍‌ସନ୍‌ରେ ଏକାଠି ଭୋଜି ନ ଖାଇ ଖାଦ୍ୟ-ପ୍ୟାକେଟ୍‌ ଧରି ଘରକୁ ଆସିବା, କ୍ଲାସ୍‌କୁ ନ ଯାଇ ଅନ୍‌ଲାଇନ୍‌ରେ ଭରଚୁଆଲ୍‌ ପାଠ ପଢ଼ିବା, ସିନେମା ହଲ୍‌ରେ ସିନେମା ନ ଦେଖି ଏକୁଟିଆ ମୋବାଇଲ୍‌ରେ ସିନେମା ଦେଖଇବା, ମଲ୍‌ରେ ପାଞ୍ଚ ଜଣଙ୍କ ସହିତ ମିଶି କିଣାକିଣି ନ କରି ଅନ୍‌ଲାଇନ୍‌ରେ ଜିନିଷ ପତ୍ର କିଣିବା ଆମର ଅଭ୍ୟାସ ହୋଇଯିବ । ଅଭ୍ୟାସ ହୋଇଯିବ ସାଂଗମାନଙ୍କ ସହିତ ମସ୍ତି କରିବା, ଖେଳ ପଡ଼ିଆରେ ଫୁଟ୍‌ବଲ୍‌ ଖେଳିବା । ଆମ ପିଲାମାନେ ଭୁଲିଯିବେ ଅଜା କି ଆଈ ଛାତି ମୁହଁରେ ଗୁଂଜି ଅସୁର ଅସୁରୁଣୀ ଗପ ଶୁଣିବା । ଯୁବକ ଯୁବତୀମାନେ ବୋଧେ ଚୁମ୍ବନ ବି ଭୁଲିଯିବେ । ସହବାସ ବେଳେ ବି ମୁଖା ପିନ୍ଧିବାକୁ ପରାମର୍ଶ ଦେଲେଣି କେତେଜଣ ଚିକିତ୍ସାବିଜ୍ଞାନୀ । ବାସ୍ତବଜୀବନରେ ପାଖକୁ ଆସିବେନି କେହି । ପାଖକୁ ଆସିବେ ଭରଚୁଆଲ୍‌ ୱାର୍ଲଡରେ । ଶୂନ୍ୟ-ଜଗତ । ଇଏ ଏକ ଅଦ୍‌ଭୁତ ଜଗତ । ସମ୍ପୂର୍ଣ୍ଣ କଳ୍ପନାର କଳ୍ପ ଜଗତ ନୁହେଁ । ବାସ୍ତବ ଜଗତ ବି ନୁହେଁ । କଳ୍ପନାହୀନ ଅଧା ବାସ୍ତବ । ଏକ ପରା-ଜଗତ । ଦେଖିପାରିବ । ଛୁଇଁ ପାରିବ ନାହିଁ । ଶୁଣି ପାରିବ । ଆଘ୍ରାଣ କରି ପାରିବ ନାହିଁ ।

ଏମିତି ଏକ ଜଗତରେ ବାସ କରିବାକୁ କେମିତି ଲାଗିବ ଆମକୁ? ଯେତିକି ଭାବୁଛି- ସେତିକି ଅଜବ ଲାଗୁଛି । କେବେ ଭାବି ନଥିଲି ଏମିତି ଏକ ସମୟ ଆସିବ । ଆସିଛି- ଏବେ ତାକୁ ଗ୍ରହଣୀୟ କରି ନେବାକୁ ପଡ଼ିବ । ସମୟର ଚାହିଦା ସହିତ ଆମକୁ ବଦଳିବାକୁ ପଡ଼ିବ ।

ଅନ୍ଲାଇନ ଶିକ୍ଷାଦାନ

 

କରୋନା ସଂକ୍ରମଣରୁ ଦେଶକୁ ବଞ୍ଚାଇବା ପାଇଁ ଲକ୍ଡାଉନ କରାଯାଇଛି । ସାମାଜିକ ଦୂରତା ଉପରେ ଯୋର ଦିଆଯାଉଛି  ଶିକ୍ଷାନୁଷ୍ଠାନଅଫିସ୍‍ ଇତ୍ୟାଦି ବନ୍ଦ କରାଯାଇଛି  


ଏହା ଅଫିସ୍‍ କର୍ମଚାରୀ  ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି  ଲକ୍ଡାଉନ ଯେତେବେଳେ ଆରମ୍ଭ କରାଗଲାସେତେବେଳେ ଅନେକ ସ୍କୁଲରେ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାର ଥିଲା  କଲେଜବିଶ୍ୱବିଦ୍ୟାଳୟରେ ସେ ବର୍ଷର ପାଠପଢ଼ା (କୋର୍ସଶେଷ ହେବାର ଥିଲା  


କିଛି ଦିନ ମଧ୍ୟରେ ପରୀକ୍ଷା ହୋଇଥାନ୍ତା ହେଲେ ଏହି ସମୟରେ ସ୍କୁଲକଲେଜଶିକ୍ଷାନୁଷ୍ଠାନ ବନ୍ଦ ହେବାରୁ ଶିକ୍ଷାଦାନରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି  ଏମିତି ସମୟରେ ଅନ୍ଲାଇନ କ୍ଲାସ୍‍, ଓ ୱେବନାର ଶିକ୍ଷାଦାନ ଏକ ବଡ଼ ସାଧନ ଭାବେ ଉଭା ହୋଇଛି  ଗୁଗୁଲ କ୍ଲାସଗୁଗୁଲ ମିଟ୍‍, ଜୁମ୍‍ ଆପ୍‍, ୱେବଏକ୍ସ ଇତ୍ୟାଦି ସଫ୍ଟୱେର  କ୍ଷେତ୍ରରେ ବେଶ୍‍ ଉପଯୋଗୀ ହୋଇପାରିଛି  


ଅନେକ ସ୍କୁଲକଲେଜବିଶ୍ୱବିଦ୍ୟାଳୟଉଚ୍ଚତ୍ତର ଶିକ୍ଷାନୁଷ୍ଠାନ ଏହାକୁ ବ୍ୟବହାର କରୁଛନ୍ତି  ଖୁବ୍‍ କମ୍‍ ସମୟ ମଧ୍ୟରେ ଅନ୍ଲାଇନ ଶିକ୍ଷା ପଦ୍ଧତି ବେଶ୍‍ ପ୍ରଚଳିତ ହୋଇଛି  


ଏହା ପାରମ୍ପରିକ ଶ୍ରେଣୀ କକ୍ଷର ବିକଳ୍ପ  ହେଲେ ବି ବହୁ ଅଂଶରେ ପାରମ୍ପରିକ ଶିକ୍ଷାଦାନର ଅଭାବକୁ ଦୂର କରିପାରୁଛି 

କିନ୍ତୁ ଅନ୍‌ଲାଇନ୍‌ କ୍ଲାସରେ ଆମର ଅନଭିଜ୍ଞତା ଯୋଗୁଁ ହେଉ ବା ଏଥିରେ ବ୍ୟବହାର ହେଉଥିବା କାରିଗରି ଜ୍ଞାନ ଓ ଯନ୍ତ୍ର ବ୍ୟବହାରରେ ଅନଭିଜ୍ଞତା ଯୋଗୁଁ ହେଉ ଏଥିରେ କିଛି ଅସୁବିଧା ଦେଖା ଦେଉଛି ।


ଅନ୍ଲାଇନ୍‌ ଶିକ୍ଷାଦାନ କିଭଳି ଆହୁରି ଫଳପ୍ରଦ ହୋଇପାରିବ ସେ ବିଷୟରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ନିକଟରେ ଏକ ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରସିଡିଅର- ମାନକ ସଞ୍ଚାଳନ ପଦ୍ଧତି ତିଆରି କରିଛନ୍ତି । ସେଥିରେ କେତେଗୁଡ଼ିଏ କଥା କୁହାଯାଇଛି ଯାହା ଏ କ୍ଷେତ୍ରରେ ଅତ୍ୟନ୍ତ କାର୍ଯ୍ୟକର ହୋଇପାରେ ।


କରୋନା କାଳରେ କେତୋଟି ସାଉଁଟା କବିତା

କରୋନା କହୁଛି: ଘରେ ରହ

ଭୂମିକମ୍ପ କହୁଛି: ବାହାରକୁ ଯା

ମୋତେ ଲାଗୁଛି, ଈଶ୍ୱର କହୁଛନ୍ତି:

ଛାଡ଼ ବାବୁ ସବୁକିଛି, ମିଛ ମାୟା ସଂସାର

ଆ, ଉପରକୁ ଆ ।

**

ଆକାଶରେ ଅମ୍ଫାନ୍‌, ପରେ ପରେ ପଙ୍ଗପାଳ

ପାତାଳରେ ଭୂମିକମ୍ପ

ଚାରିପାଖରେ କରୋନା

ତିନି ଲୋକରେ ଯାତନା ହିଁ ଯାତନା ।

ତ ଏବେ ଭାବନା...

ମଣିଷ ଯିବ କଉଠି?

ଆତ୍ମନିର୍ଭର

ଆମ ନବଘନ ବାବୁ ଭାରି ଆତ୍ମନିର୍ଭର ମଣିଷଟିଏ ।

ନିଜ ପିଠି ବି ସେ ନିଜେ ଥାପୁଡାଇ ଦିଏ ।

(ସୌଜନ୍ୟ: ତ୍ରୟମ୍ବକ ଶର୍ମା, ସଂପାଦକ, କାର୍ଟୁନ୍‌ୱାଚ୍‌)

ଓକେ, ଟେଷ୍ଟେଡ୍‌


କରୋନା, ଚୀନ୍‌, ଅମ୍ଫାନ, ଭୂକମ୍ପ,ପଙ୍ଗପାଳ, ମାନ୍ଦା ଅବସ୍ଥା... ଏସବୁ ପରେ ଯିଏ ବଞ୍ଚି ରହିବ- ତାରି ମୁଣ୍ଡରେ ଷ୍ଟାମ୍ପ୍‌ ଲଗାଯିବ- କ୍ୱାଲିଟି ଚେକ୍‌ଡ, ଓକେ, ଟେଷ୍ଟେଡ୍‌ ।

(ସୌଜନ୍ୟ: ସାମାଜିକ ଗଣମାଧ୍ୟମ)


No comments:

Post a Comment