ପଥେ ପ୍ରାନ୍ତରେ । ମୃଣାଳ । ୨୬.୭.୨୦୨୦
ଅଳିଆ
ହଟାନ୍ତୁ
ଏଠି ଅଳିଆ
କହିଲେ ଆବର୍ଜନା ନୁହେଁ
। ଆମ ଘରେ
ଆମ ପଢ଼ା ଟେବୁଲ୍
ଉପରେ ଏମିତି ଅନେକ
ଜିନିଷ ଅଛି- ଯାହା
ଆମେ ହୁଏତ ଛମାସ
ଆଠ ମାସ ହେଲା
ବ୍ୟବହାର କରିନୁ
। ହେଲେ ତାହା
ସେଇଠି ଅଛି ।
ପରେ କେତେବେଳେ ବ୍ୟବହାର
ହେବ, କାଳେ ଦରକାର
ପଡ଼ିବ- ଏଇଆ ଭାବି
ଆମେ ତାକୁ ରଖିଛୁ
। ସାଇତି ରଖିନୁ
। ବାସ୍, ଜିନିଷ
ସେଇଠି ଜାଗା ମାଡ଼ି
ରହିଛି । ଏହାକୁ
ଇଂରାଜୀରେ କ୍ଲଟର
କହନ୍ତି ।
ମାରି କୋଣ୍ଡୋ
ଗୋଟେ ବହି ଲେଖିଛନ୍ତି:
ଜୟ ଆଟ୍ ୱାର୍କ
। କାମରେ ଆନନ୍ଦ
। ଏ ବହିରେ
ସେ ଏଇସବୁ ଅଦରକାରୀ
ଜିନିଷକୁ ହଟେଇଦେବା
ଉପରେ ଗୁରୁତ୍ୱ ଦେଇଛନ୍ତି
। କେବଳ ଜିନିଷ
ନୁହେଁ, ଯେଉଁ ଜିନିଷ
ବା ଭାବନା ବା
ସମ୍ପର୍କ ଆପଣଙ୍କ
ଜୀବନକୁ ଜଟିଳ କରି
ଦେଉଛି ତାକୁ ହଟେଇଦେବାକୁ
ପରାମର୍ଶ ଦିଅନ୍ତି
ସେ ।
ସେ କୋନମାରି
ଦର୍ଶନକଥା କହନ୍ତି
। କୋନମାରି ଶବ୍ଦର
କିଛି ଅର୍ଥ ନାହିଁ
। ତାଙ୍କ ନାଁ
ଆଉ ସାଙ୍ଗିଆକୁ ଯୋଡ଼ି
ଏ ଶବ୍ଦଟି ସେ
ନିଜେ ତିଆରି କରିଛନ୍ତି
। ତାଙ୍କ ଦର୍ଶନ
ହେଲା ସରଳ ।
ଅଦରକାରୀ ଜିନିଷକୁ
ହଟେଇ ଦିଅନ୍ତୁ ।
ଦରକାରୀ ଜିନିଷକୁ ସଠିକ୍
ଜାଗାରେ ସଜେଇ ରଖନ୍ତୁ
। ଯେତେ ଅଦରକାରୀ
ଜିନିଷ ଆପଣ ନିଜ
ଚାରିପାଖରେ ଗଦେଇ
ରଖିବେ- ଆମ ମସ୍ତିଷ୍କକୁ
ତାହା ସେତେ ଭାରି
କରି ରଖିବ ।
ତେଣୁ ଅଦରକାରୀ ଜିନିଷକୁ
ହଟେଇ ଦିଅନ୍ତୁ ।
ଆଉ ସବୁଠୁଁ
ବଡ଼ କଥା- ଯେଉଁ
ଜାଗାରେ ବସି ଆପଣ
କାମ କରୁଛନ୍ତି, ଯେଉଁ
ଜାଗାରେ ରହୁଛନ୍ତି- ତାହା
ଆପଣଙ୍କୁ ଖୁସି
ଦେଉଛି କ୍ି
ନାହିଁ, ଆନନ୍ଦ ଦେଉଛି
କି ନାହିଁ- ତାକୁ
ଅନୁଭବ କରନ୍ତୁ ।
ତାଙ୍କ ବିଷୟରେ ଅଧିକ
ଜାଣିବାକୁ ହେଲେ
ଏଇ ସାଇଟ୍ଟି
ଦେଖନ୍ତୁ ।
https://www.goodhousekeeping.com/home/organizing/a25846191/what-is-the-konmari-method/#
ଅତିଥି
ତୁମେ କେବେ ଯିବ?
କେଇ ବର୍ଷ
ତଳେ ଗୋଟେ ହିନ୍ଦୀ
ସିନେମା ଆସିଥିଲା: ଅତିଥି
ତୁମ୍ କବ୍ ଯାଓଗେ?
ଅଭିନୟ କରିଥିଲେ ଅଜୟ
ଦେବଗନ୍, କଙ୍କନା ସେନ୍ଶର୍ମା ଆଉ ପରେଶ
ରାେୱଲ୍ । କାହାଣୀ
ହେଲା ଏପ୍ରକାର: ଅଜୟ
ଆଉ କଙ୍କନା ହେଲେ
ପତି ପନିୀ ।
ସେମାନଙ୍କ ସଂସାରକୁ
ଆତିଥି ଭାବରେ ପଶିଆସିଛନ୍ତି
ପରେଶ ରାେୱଲ୍ ।
ସେ ଆଉ ଯିବା
ନାଁ ଧରୁ ନାହାନ୍ତି
। ଅତିଥିଙ୍କୁ ତ
ଆଉ ଧMା
ମାରି ଘରୁ ବାହାର
କରି ଦେଇ ହେବନି
। ହେଲେ ସବୁବେଳେ
ମନ କହୁଛି: ଅତିଥି
କେବେ ଯିବ!
କରୋନାକୁ ନେଇ
ଆମର ଅବସ୍ଥା ପାଖାପାଖି
ସେଇଆ । ହେଲେ
ଇଏ ଏମିତି ଅତିଥି
ଯାହାକୁ ଧMା
ମାରି ବାହାର କରି
ଦେବାର ଔକାତ୍ ଆମର
ଏଯାଏଁ ହୋଇନି ।
ଅଗଷ୍ଟ ୧୫ ବେଳକୁ
ଯଦି ଟୀକା ବାହାରି
ଯାଏ- ତେବେ କଥା
ଅଲଗା ହେବ ।
ହେଲେ ସେଯାଏଁ- କରୋନା
ନିଜେ ନ ଯିବା
ଯାଏଁ କିଛି କରି
ହେଉନି । ପ୍ରଥମେ
ଲାଗୁଥିଲା ଦୀପ
ଜଳେଇଲେ, ତାଳି ମାରିଲେ
କିମ୍ବା ଗୋ କରୋନା
ଗୋ ବୋଲି ପାଟି
କଲେ କରୋନା ଡରି
ମରି ଭାରତ ଛାଡ଼ି
ଚାଲିଯିବ ।
ସେମିତି କିଛି ହେଲାନି
। ବରଂ କରୋନା
ଆମ ଦେଶରେ ଆହୁରି
ମାଡ଼ି ବସିଲାଣି ।
ଭାରତ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ
ତିନି ନମ୍ବର ଦେଶ
ହେଲାଣି ।
ଇତିମଧ୍ୟରେ ଲକ୍ଷ୍ୟ
କଲେଣି କି - ଅତିଥି
ଶବ୍ଦର ବ୍ୟଞ୍ଜନା ବଦଳିଗଲାଣି
। ଆଗରୁ କୁହାଯାଉଥିଲା
ଅତିଥି ଦେବୋ ଭବ
। ଅତିଥି ହେଲେ
ଭଗବାନ । ତାଙ୍କୁ
ସେଇ ଭଳି ବ୍ୟବହାର
କରିବା କଥା ।
ଏବେ କହିଲେଣି- ଅତିଥି
ରିସ୍କି ଭବ ।
ଅତିଥି ହେଲେ ରିସ୍କି
। ସେ ଆସିଲାମାନେ
ଜାଣିଲ ବିପଦ ମାଡ଼ିଆସିଲା
।
ଆମ ନବଘନ
ତା ଘରକୁ କେହି
ଅତିଥି ଆସିଲେ ତାଙ୍କୁ
ବିଦା କଲା ପରେ
ତିନି ପେଗ୍ ହୁଇସ୍କି
ପିଏ । କହେ:
ଅତିଥି ରିସ୍କି ।
ତେଣୁ ମୁଁ ପିଉଛି
ହୁଇସ୍କି ।
-
କାହିଁକି?
-
ବିଜ୍ଞାନ କହୁଛି
କରୋନା ଭୂତାଣୁ ଆଲ୍କୋହଲରେ ମରିଯାଏ ।
ଆଉ ହୁଇସ୍କିରେ ଆଲ୍କୋହଲ୍ ଅଛି ।
-
କିନ୍ତୁ ବିଜ୍ଞାନ କହୁଛି
ଅନ୍ତତଃ ୭୦ ଶତାଂଶ
ଆଲ୍କୋହଲ୍ ନ
ହେଲେ କରୋନା ଭୂତାଣୁ
ମରିବନି । ହୁଇସ୍କିରେତ
ସେତେ ପରିମାଣରେ ଆଲ୍କୋହଲ୍ ନାହିଁ ।
-
ସେତେ ନ ଥାଉ
। କିଛି ତ
ଅଛି । କରୋନା
ଭୂତାଣୁ ପୂରାପୂରି ନ
ମଲେ କଣ ହେବ-
ଘାଇଲା ତ ହେବ!
ସିନେମାରେ ମହାତ୍ମା ଗାନ୍ଧି
ନିଜ ଜୀବନକାଳ ଭିତରେ ମହାତ୍ମା ଗାନ୍ଧି ଗୋଟିଏ ମାତ୍ର ସିନେମା ଦେଖିଥିଲେ । ତାହା ହେଲା: ରାମ ରାଜ୍ୟ । ସେତେବେଳେ ତାଙ୍କୁ ୭୪ ବର୍ଷ ବୟସ । ୧୯୪୪ ମସିହା ଜୁନ୍ ୨ ତାରିଖରେ ବମ୍ବେ (ଏବେ ମୁମ୍ବାଇ)ର ଜୁହୁରେ ଏ ଚଳଚ୍ଚିତ୍ରର ଏକ ବିଶେଷ ସ୍କ୍ରିନିଂରେ ସେ ଏହାକୁ ଦେଖିଥିଲେ । ସିନେମା ଦେଖିବା ପୂର୍ବରୁ କହିଥିଲେ ମୁଁ ଅଧଘଣ୍ଟା ଚାଳିଶ ମିନିଟ୍ ଦେଖିବି । ହେଲେ ପୂରା ସିନେମାଟା ସେ ଦେଖିଥିଲେ ।
ତାଙ୍କ
ସମୟର ଅନେକ ସ୍ୱାଧୀନତା
ସଂଗ୍ରାମୀଙ୍କ ଭଳି
ମହାତ୍ମାଗାନ୍ଧୀ ସିନେମାକୁ
ବିଶେଷ ପସନ୍ଦ କରୁନଥିଲେ
। ପସନ୍ଦ କଣ-
ସିନେମା ତାଙ୍କର ନାପସନ୍ଦ
ଥିଲା । ସେ
ଭାବୁଥିଲେ ସିନେମା-
ସେ ଯେ କୌଣସି
ଭାଷାର ହେଉ ନ
କାହିଁକି ତରୁଣ
ପୀଢ଼ିକୁ ନୀତିଭ୍ରଷ୍ଟ କରିଦେବ
। ଚରିତ୍ର ନଷ୍ଟ
କରିଦେବ ।
ହେଲେ ମଜା
କଥା ଦେଖନ୍ତୁ - ତାଙ୍କ
ଜୀବନକୁ ନେଇ ଏବଂ
ଜୀବନ ଆଧାରରେ ଭାରତରେ
ଅନେକ ଚଳଚ୍ଚିତ୍ର ତିଆରି
ହୋଇଛି ।
ଜେଇସିଆରସି ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗରେ
ଆସୋସିଏଟ୍ ପ୍ରଫେସର
ଡ. ନରେନ୍ଦ୍ର କୌଶିକ
ନିକଟରେ ମହାତ୍ମା ଗାନ୍ଧି
ଇନ୍ ସିନେମା ବୋଲି
ଏକ ବହି ଲେଖିଛନ୍ତି
। ଲଣ୍ଡନର କେମ୍ବ୍ରିଜ୍
ସ୍କଲାର୍ସ
ଏହାକୁ ପ୍ରକାଶ କରିଛନ୍ତି
। ଏଥିରେ ୧୯୧୩ରୁ
୨୦୧୩ ଭାରତୀୟ ସିନେମାର
ଶହେ ବର୍ଷ ଭିତରେ
ମହାତ୍ମା ଗାନ୍ଧିଙ୍କ
ଉପରେ ନିର୍ମିତ ଏବଂ
ତାଙ୍କ ଜୀବନ ଆଧାରରେ
ତିଆରି ଚଳଚ୍ଚିତ୍ରର ଆକଳନ
କରାଯାଇଛି ।
ଆମର
କିଏ?
ନେପାଳ କହୁଛି ରାମ
ତାଙ୍କର ।
ଭୁଟାନ୍ କହୁଛି ସୀତା
ତାଙ୍କର ।
ତାହେଲେ ଆମର କିଏ?
କେବଳ ବନ୍ଧ ବାନ୍ଧିଥିବା
ବାନରମାନେ!
େୱବିନାରରେ ସବୁଠୁଁ ଅଧିକ କୁହାଯାଉଥିବା ଶବ୍ଦ
ମୋତେ ଶୁଣିପାରୁଛନ୍ତି?
ନିଜ ଶବ୍ଦ ବନ୍ଦ
କର । ମ୍ୟୁଟ୍
ଇୟୋରସେଲ୍ଫ
।
ନିଜ ଶବ୍ଦ ଏବେ
ଖୋଲ । ଅନ୍-ମ୍ୟୁଟ୍ ଇୟୋରସେଲ୍ଫ
।
ଏ ତିନୋଟି ଶବ୍ଦକୁ
ବାରମ୍ବାର ଶୁଣିଲେ
ଜର୍ଜ ଅରେୱଲ୍ଙ୍କ
ଉପନ୍ୟାସ ୧୯୮୪
ପଢ଼ିବା ଭଳି ମନେ
ହୁଏ ।
କହିବାର ଉଦ୍ଦେଶ୍ୟ: ଏ
ଉପନ୍ୟାସଟି ପଢ଼ନ୍ତୁ
।
ଟାଇମ୍
ଖରାପ
ନବଘନର ଏବେ ଟାଇମ୍
ଖରାପ ଚାଲିଛି ।
ଖରାପ ମାନେ ଏତେ
ଖରାପ ଯେ ତା
ସ୍ୱପ୍ନରେ ସନ୍ନି
ଲିଓନି ବି ଶାଢ଼ି
ପିନ୍ଧି ଆସୁଛି ।
(ସୌଜନ୍ୟ:
ସାମାଜିକ ଗଣମାଧ୍ୟମ)
***
No comments:
Post a Comment