ପଥେ
ପ୍ରାନ୍ତରେ । ମୃଣାଳ । ୧୯.୭.୨୦୨୦
କରୋନା
ପାଇଁ...
ଅତିଥି ଗୋଟେ ଜାଗାରେ ବେଶି ଦିନ ରହିବା ଉଚିତ
ନୁହେଁ । ସେଥିରେ ତାର ଇଜ୍ଜ୍ତ କମିଯାଏ । କରୋନାକୁ ଦେଖୁନାହାନ୍ତି, ମାର୍ଚ୍ଚରେ ତାର ଯେଉଁ ଇଜ୍ଜତ
ଥିଲା- ଲୋକେ ତାକୁ ଯେମିତି ଭୟ କରୁଥିଲେ- ଏବେ ଆଉ କାଇଁ! ଏବେ ତ ସରକାର ବି ସବୁ ଦୋକାନପତ୍ର ଖୋଲିଦେଲେ
। ହୋଟେଲ୍ ମଲ୍ ବି ଖୋଲିଦେଲେ । କରୋନାକୁ ଦେଖନ୍ତୁ କେମିତି ବେହିଆ ତଥାପି ଏ ଦେଶ ଛାଡ଼ି ଯାଉନି
।
ବିରୋଧୀ ଦଳିଆ ଯେମିତି ସଂସାରର ସବୁ ଅସୁିବଧା
ପାଇଁ ସରକାରୀ ଦଳକୁ ଦାୟୀ କରନ୍ତି, ପିଲାମାନେ ପରୀକ୍ଷାରେ ଫେଲ୍ ହେଲାମାତ୍ରେ ଆଜିକାଲି ସମସ୍ତେ
ଯେମିତି ଶିକ୍ଷକମାନଙ୍କୁ ଦାୟୀ କରୁଛନ୍ତି, ସେମିତି ଆଜିକାଲି ସବୁକିଛି ପାଇଁ କରୋନାକୁ ଦୋଷ ଦେବାର
ଗୋଟେ ଟ୍ରେଣ୍ଡ୍- ଧାରା ଚାଲିଛି ।
ସେଦିନ ନବଘନ କହିଲା: ଜୀବନରେ ଏଇ ପ୍ରଥମ ଥର
ଇଏ କରୋନା ପାଇଁ ମୁଁ ଏ ଖରାରେ ସୁଇଜରଲ୍ୟାଣ୍ଡ୍ ଯାଇ ପାରିଲିନି, ବୁଝିଲୁ ।
- ଆଚ୍ଛା, ଗଲା ବର୍ଷ ତୁ ସୁଇଜରଲ୍ୟାଣ୍ଡ୍
ଯାଇଥିଲୁ?
- ନା । ମୁଁ କେବେବି ସୁଇଜରଲ୍ୟାଣ୍ଡ୍ ଯାଇନି
। ହେଲେ ମୁଁ ଯାଇନଥିଲି ପଇସାପତ୍ର ଅସୁବିଧାରୁ । ଏବର୍ଷ ଯାଇପାରିଲିନି- ସିର୍ଫ କରୋନା ପାଇଁ ।
କରୋନା ପାଇଁ ଦର୍ଜିୀମାନଙ୍କ ପାଇଁ ଗୋଟେ ନୂଆ
ଅସୁବିଧା ଆରମ୍ଭ ହୋଇଛି: ଭାଇ, କପଡ଼ା ବଂଚିଲେ ଗୋଟେ ଯୋଡ଼େ ମୁଖା ତିଆରି କରି ଦେବ ।
ଶିକ୍ଷକମାନଙ୍କ ପାଇଁ ଅସୁବିଧା: ଅନ୍ଲାଇନ୍ରେ
ପାଠ ପଢ଼ାଅ । ଜୀବନସାରା କ୍ଲାସ୍ରେ ପଢ଼େଇ ଆସିଲେ ଶିକ୍ଷକମାନେ । ସାମ୍ନାରେ ବସିଛନ୍ତି ଛାତ୍ରମାନେ
। କିଏ ଶୁଣୁଛି, କିଏ ଶୁଣୁନି- ବୁଝି ହେଉଛି । ଆକଟ କରି ହେଉଛି । ଏମିତିରେ କମ୍ପ୍ୟୁଟର ସାମ୍ନାରେ
ବସି ପଢ଼ାଅ । ପିଲା ଶୁଣିଲେ କି ନ ଶୁଣିଲେ ବୁଝି ହେଉନି । ବୁଝିଲେ କି ନ ବୁଝିଲେ ଜାଣି ହେଉନି ।
ପଢ଼ାପଢ଼ିରୁ ମନେ ପଡ଼ିଲା- ସମ୍ବଲପୁରୀ ଭାଷାରେ
ଗୋଟେ କଥା ଅଛି: ଯତ୍ ପଢ଼ା- ତତ୍ ବେଢ଼ା । ଉପକୂଳିଆ ଓଡ଼ିଆ ଭାଷାରେ ବି ଏଇ ଜାତୀୟ କଥାଟିଏ ଅଛି:
ଯେତେ ପାଠୁଆ ସେତେ କାଠୁଆ । ବେଢ଼ା ଶବ୍ଦର ଅର୍ଥ ହେଲା: ବୋକା । ଢେଙ୍କାନାଳରେ ବି ଶବ୍ଦ ଟି ପ୍ରଚଳିତ
। ତ ପାଠ ପଢ଼ି ବୋକା କିଆଁ ହେବେ! ନ ପଢ଼ିଲେ ଭଲ । ଲକ୍ଡାଉନ୍ ସମୟରେ ଏମିତିରେହିଁ ସ୍କୁଲ କଲେଜ
ବନ୍ଦ । ଏତେ ପରିଶ୍ରମ କରି ଅନ୍ଲାଇନ୍ରେ ପାଠ କିଆଁ ପଢ଼ିବେ? ସେଥିରେ କୁଆଡ଼େ ସେଫ୍ରସ୍ ଅଧିକ ବୋଲି
ଜାଣିବାଶୁଣିବା ଲୋକେ କହୁଛନ୍ତି । ତେଣୁ କିଛି ପିଲା ପାଠ ନପଢ଼ିବାକୁ ବୁଦ୍ଧିମାନର କାମ ଭାବି ସେ
କାର୍ଯ୍ୟଟି ଆଉ କରୁନାହାନ୍ତି ।
କଣ କରୁଛନ୍ତି ତେବେ? ବାହାରକୁ ତ ଯିବା ମନା
। ତେଣୁ ଖେଳପଡ଼ିଆରେ ଖେଳକୁଦ ନାହିଁ । ସିନେମା ଥେଟର ନାହିଁ । ତେବେ? ଏସବୁ ଏବେ ଘର ଭିତରକୁ ଚାଲି
ଆସିଛି । ସବୁ କଥା ଚାଖଣ୍ଡେ ଲମ୍ବା ମୋବାଇଲ୍ ଭିତରେ ପଶିଯାଇଛି । ମୋ ଭଣଜା ଚନ୍ଦୁ ତା ଗାଁ ଘରେ
ବସି ଇଣ୍ଟରନ୍ୟାସନାଲ ଲୁଡୋ ଚାମ୍ପିଆନ୍ସିପ୍ ଅର୍ଗାଇଜ୍ କରୁଛି । ସେଥିରେ କୁଆଡ଼େ ଆମେରିକାରୁ
ଆରମ୍ଭ କରି ବାଂଲାଦେଶ ଯାଏଁ ଦେଶର ପିଲାମାନେ ଭାଗ ନେଇଛନ୍ତି । ତା ମାମୁଁ ପୁଅ ଭାଇ ରାକୁ ଇଣ୍ଟରନ୍ୟାସନାଲ୍
ରକ୍ କନ୍ସର୍ଟ ଆୟୋଜନ କରୁଛି । କିଏ କବିତା ପାଠୋତ୍ସବରେ କବିତା ପଢ଼ୁଛନ୍ତି । ତାକୁ ଫେସ୍ବୁକ୍ରେ
ଛାଡ଼ୁଛନ୍ତି । ତାକୁ ଶୁଣୁଛି କିଏ କହିପାରିବିନି, ହେଲେ ଲାଇକ୍ ବହୁତ ମିଳୁଛି ।
ଆଚ୍ଛା କରୋନା ପାଇଁ କିଛି ଲୋକଙ୍କ ଅସଲି ଚେହେରା
ଜଣାପଡ଼ିଲା । ମୋତେ ଘରଭଡ଼ା ଦେଇଥିଲାବେଳେ ଉପକାରୀ ଘରମାଲିକ କରୋନା କାଳରେ ଏବେ ଫୁଲ୍ ଭିଲିଆନ୍
ହୋଇ ଠିଆହୋଇଛନ୍ତି । ଘରକୁ କେହି ଆସିବା ମନା । କେହି ବାହାରକୁ ଯିବା ମନା । ସରକାର ଯାହା ଗୃହବନ୍ଦୀ
କରିଛନ୍ତି- ଘରମାଲିକ ପୂରା ବାକ୍ସବନ୍ଦୀ କରି ରଖିଛନ୍ତି ଆମକୁ ।
କରୋନା କାଳରେ କିଛି ଅଂଗର ବି ଉପକାରିତା ଜଣାପଡ଼ିଲା
। ମଣିଷର କାନ କଥା ଦେଖୁନାହାନ୍ତି । କାନ ଯଦି ବାହାରକୁ ବାହାରିକି ନ ରହିଥାନ୍ତା, ତେବେ ଏବେ ମୁଖାର
ଫିତା କଉଠି ରହନ୍ତା? ଆପଣ ଏବେ ଯେମିତି ସହଜରେ ମୁଖା ପିନ୍ଧି ଦଉଛନ୍ତି, ତାହା କରି ପାରନ୍ତେ? କାନ
ବିଚରା ଉପରେ ଏ କରୋନା ଟାଇମ୍ରେ କେତେ ବୋଝ ଭାବୁନାହାନ୍ତି! ମୁଖାର ଫିତା ଲଟକି ରହିବ, ଚଷମାର ଦଣ୍ଡି
ଗେଂଜା ହୋଇ ରହିବ ମୋବାଇଲ୍ର ଇଅର ଫୋନ୍ର ଭୁଣ୍ଡି ପଶି ରହିବ । ପୁଣି ଝିଅପିଲା ହୋଇଥିଲେ କାନଫୁଲ
ରହିବ । ଆଜିକାଲି କିଛି ପୁଅ ବି କାନଫୁଲ ପିନ୍ଧୁଛନ୍ତି । କାନ ବିଚରା କେତେ ବୋଝ ବୋହିବ!
ବୋଲବମ୍
ଯାତ୍ରା
ଓଡ଼ିଶାରେ
ଏଥର ବୋଲ୍ବମ୍ ଯାତ୍ରା ମନା କରାଯାଇଛି । ଏଥିକୁ ବହୁ ଭୋଳା- ଭକ୍ତଙ୍କ ମନ ଖରାପ । ସେମାନେ ବାହୁଙ୍ଗୀ
କାନ୍ଧେଇ ରାସ୍ତା ମଝିରେ ଗୀତ ଗାଇ ଗାଇ ମହାଦେବ ମନ୍ଦିରକୁ ଯାଇ ପାରିବେନାହିଁ । ଆହା କି କି ଗୀତ
ସେମାନେ ଗାଆନ୍ତି । ବୋଲବମ୍ ଯାତ୍ରା ପାଇଁ କେତେ ମୁ୍ୟଜିକ୍ ସିଡି ବାହାରିଥିଲା । ଗୋଟାକର ନାଁ
ହେଲା: ରେଳଗାଡ଼ି ଛୁକୁ ଛୁକୁ - ବୋଲବମ୍ ଷ୍ଟାଇଲ୍ - ତ୍ରିଶୂଳଧାରୀ ଭୋଲେବାବା । ହଁ ନୀଲ୍ ନିତିନ୍
ମୁକେଶ୍ ଯେମିତି ଗୋଟିଏ ଲୋକର ନାଁ, ସତ୍ୟମ୍ ଶିବମ୍ ସୁନ୍ଦରମ୍ ଯେମିତି ଗୋଟିଏ ସିନେମାର ନାମ-
ସେମିତି ଇଏ ଗୋଟିଏ ସିଡିର ନାଁ ।
ବିହାର
ଝାଡ଼ଖଣ୍ଡରେ ଭୋଳା-ପ୍ରେମୀ ଆହୁରି ଅଧିକ । ସେମାନଙ୍କ ଗୀତ ବି ଆହୁରି ମନୋରଂଜକ । କେତୋଟି ଟାଇଟଲ୍
ଲେଖୁଛି । ଏଇଥିରୁ ଜାଣନ୍ତୁ ସେମାନେ ଭୋଳକୁ କେତେ ଆଉ କେଉଁଥିପାଇଁ ଭଲ ପାଆନ୍ତି ।
ଭୋଲା
ମସ୍ତ୍ ବନା ଦେଗା
ଚିଲ୍ଲମ୍
କା ସୁଟ୍ଟା
ମେରା
ଭୋଲା ସୁପରଷ୍ଟାର୍
ଭୋଲେନାଥ୍
କି ଚିଲମ୍
ଭୋଲେ
କି ଫୌଜ
ମେସେଜ୍
ଭୋଲେନାଥ୍ କା
ସବିତା
ମାଉସୀ
ସବିତା ମାଉସୀ ତାଙ୍କ ସାଂଗ ଘରକୁ ଗଲେ । ସାଇପଡ଼ିଶାର
ଆଉ ସ୍ତ୍ରୀଲୋକମାନେ ବି ଆସିଲେ । ସମସ୍ତଙ୍କ ସହିତ ଗପସପ ହେଲା । ଚା ଜଳଖିଆ ଆସିଲା । ଗପ ଲମ୍ବିଲା
। ଗଲାବେଳକୁ କହିଲେ, ବୁଝିଲ- ମୋର କରୋନା ଟେଷ୍ଟ୍ ହେଲା । ଡାକ୍ତର କହିଲେ: ତମର ପଜିଟିଭ୍ । ୧୪
ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ । ତ କ୍ୱାରେଣ୍ଟାଇନ୍ରେ ଯିବା ପୂର୍ବରୁ ଭାବିଲି ତମ ମାନଙ୍କ
ସହିତ ଦେଖା ସାକ୍ଷାତ କରି ଯାଏ । ୧୪ ଦିନ ଏବେ ଆଉ ଦେଖା ହେବନି ତ!
ପନିୀ
ପନିୀ ଦୁଇ ପ୍ରକାର । ପ୍ରଥମ ହେଲେ ଏମିତି କନ୍ୟା
ଯିଏ ପତିଙ୍କର ସବୁ କଥା ଶୁଣେ । ତା ଭାବନାକୁ ବୁଝେ । ତାକୁ ଭଲ ପାଏ । ଏଟା ଆଣି ଦିଅ, ସେଟା କରି
ଦିଅ ବୋଲି କହେନି । କଦାପି ଝିଂଘାସ ବା କଟୁ ବାଣୀ ଶୁଣାଏନି । ପତି ରାଗରୁଷା କଲେ, ହସି ହସି ତାକୁ
ମନେଇନିଏ ।
ଆଉ ଦ୍ୱିତୀୟ ପ୍ରକାର ହେଲେ ଏମିତି କନ୍ୟା-
ଯେମିତି ସମସ୍ତଙ୍କ ପାଖରେ ଅଛନ୍ତି ।
***
ସଂଚାର ମାର୍ଗ, ଢେଙ୍କାନାଳ ୭୫୯ ୦୦୧
No comments:
Post a Comment