Tuesday, 2 May 2023

Bahi Katha. Fortnightly column on books. 3.5.23

 ବହି କଥା ।ା . ମୃଣାଳ ଚାଟାର୍ଜୀ | 3.5.23

ଲୋକସେବା ଭବନ: ୬୦ ବର୍ଷର ଚିତ୍ରିତ ଦଲିଲ

ବହି: ହୋୟାର ପିପୁଲ ମ୍ୟାଟର: ସିକ୍ଷ୍ଟି ଇୟରସ ଅଫ ଲୋକସେବା ଭବନ

ଅବଧାରଣା ସଂପାଦନା: ସୁକାନ୍ତ କୁମାର ପଣ୍ଡା

ଲେଖକ: ଅମରଜ୍ୟୋତି ମହାପାତ୍ର

ପ୍ରକାଶକ: ପିଆରଏସଆଇ, ଭୂବନେଶ୍ୱର

ଡିଜାଇନ: ଜ୍ୟୋତି ରଞ୍ଜନ ସ୍ୱାଇଁ

ଫଟୋ: ରାଜୁ ସିଂ ଏବଂ ସଞ୍ଜୀବ ମୁଖାର୍ଜୀ

ଏହି ଚିତ୍ରିତ ବହିଟି ( ଧରଣର ବହିକୁ କଡ଼ି-ଟେବୁଲ୍ବୁକ୍କୁହାଯାଏ) ଲୋକସେବା ଭବନ ୬୦ ବର୍ଷର ଇତିହାସର ଏକ ଦଲିଲ୍ ଲେଖା, ଐତିହାସିକ ଦସ୍ତାବିଜ୍ଏବଂ ଫଟୋ ମାଧ୍ୟମରେ ଭବନର ଇତିହାସକୁ ମୂର୍ତ୍ତ କରାଯାଇଛି ବହିଟିରେ ତା ସହିତ ସଚିବାଳୟର ଇତିହାସର ଏକ ସଂକ୍ଷିପ୍ତ ରୂପରେଖ ମଧ୍ୟ ଦିଆଯାଇଛି

            ଲୋକସେବା ଭବନର ପୂର୍ବ ନାଁ ଥିଲା ସଚିବାଳୟ ୨୦୧୯ ଜୁଲାଇ ୨୯ ତାରିଖରେ ଏହାର ନୂଆ ନାମକରଣ କରାଗଲା ପରିବର୍ତ୍ତନର ଅବଧାରଣା ହେଲା: ସଚିବାଳୟ ଭବନଟିକୁ ରାଜ୍ୟର ଶକ୍ତିକେନ୍ଦ୍ର ଭାବେ ବିଚାର କରାଯାଏ ତେବେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରକୃତ କ୍ଷମତା ରହିଛି ଲୋକଙ୍କ ପାଖରେ ଆଉ ପ୍ରଶାସନର କାମ ହେଲା ଲୋକଙ୍କର ସେବା ଏଇ ଧାରଣାକୁ ରେଖାଙ୍କିତ କରିବା ପାଇଁ ଭବନର ନାମ ପରିବର୍ତ୍ତନ କରାଗଲା  

            ଭବନ ନିର୍ମାଣ ପଛରେ ଏକ ଲମ୍ବା ଇତିହାସ ରହିଛି ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା ୧୯୩୬ରେ ବିଧାନସଭା (ଲେଜିସଲେଟିଭ ଆସେମବ୍ଳି) ତିଆରି ହେଲା ୧୯୩୭ରେ ୧୯୪୫ ବେଳକୁ ଚିନ୍ତା କରାଗଲା ଯେ ଓଡ଼ିଶାର ଗୋଟେ ନୂଆ ରାଜଧାନୀ ଦରକାର ଏଥିପାଇଁ ସୃଷ୍ଟିହେବ ଜେ ଏଲ ଭାଜଙ୍କୁ ୧୯୪୫ରେ ଏହାର ଆର୍କିଟେକ୍ଟ ଭାବେ ନିଯୁକ୍ତ କରାଗଲା ୧୯୪୬ରେ ଭୁବନେଶ୍ୱରରେ ରାଜଧାନୀ ହେବ ବୋଲି ସ୍ଥିର ହେଲା ସେକ୍ରେଟେରିଏଟ ଏବଂ ବିଭିନ୍ନ ବିଭାଗର ଭବନ ତିଆରି ପାଇଁ ୨୪ ଲକ୍ଷ ଟଙ୍କାର ଆକଳନ କଲେ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ ୧୯୪୬ରେ ୧୯୪୮ରେ ଭୁବନେଶ୍ୱରର ମାଷ୍ଟରପ୍ଲାନ୍ତିଆରି କଲେ ଜର୍ମାନର ଆର୍କିଟେକ୍ଟ  ଓଟୋ ଅନିକସବର୍ଜର ସେହି ବର୍ଷ ଭୁବନେଶ୍ୱରର ମାଷ୍ଟର ପ୍ଲାନ୍ ଶିଳାନ୍ୟାସ ହେଲା ସଚିବାଳୟ ଭବନର ଶିଳାନ୍ୟାସ କରାଗଲା ୧୯୫୬ରେ ତିନିବର୍ଷ ଲାଗିଲା  ତାର  ପ୍ରଥମ ବିଲ୍ଡିଂ ତିଆରି କରିବା ପାଇଁ ୧୯୫୯ରେ ପ୍ରଥମ ଭବନର ଉନ୍ମୋଚନ ହେଲା କ୍ରମଶଃ ସଚିବାଳୟ କମ୍ପ୍ଲେକ୍ସ୍ଭିତରେ ଅନ୍ୟାନ୍ୟ ଭବନମାନ ତିଆରି ହେଲା ୧୯୯୫ରେ ନର୍ଥ ଏବଂ ସାଉଥ ଟାୱାର ତିଆରି ହେଲା ପରେ ପରେ ଅନ୍ୟାନ୍ୟ ଭବନମାନ

            ୨୦୧୯ ଜୁଲାଇ ୨୯ରେ ଏହାର ନୂତନ ନାମକରଣ କରାଗଲା ଲୋକସେବା ଭବନ ଲୋକସେବା ଭବନ କମ୍ପେ୍ଲକ୍ସର ଆକାର ହେଉଛି ୨୬ ଏକର ଲୋକସେବା ଭବନରେ ୧୪୪୦ରୁ ଅଧିକ ରୁମ୍ଅଛି ଏହାର ଉଚ୍ଚତା ହାଇଏଷ୍ଟ ପଏଣ୍ଟ୍ରେ ୭୦ଫୁଟ୍ ଏହାର  ଯେତିକି କରିଡର ଅଛି ତାହାର ଲମ୍ବ ପ୍ରାୟ ୮୮୦ ଫୁଟ୍ ପଚାଶ ହଜାର ବର୍ଗ ମିଟର ଜାଗାରେ ଭବନ ରହିଛି ଚଟାଣରୁ ସିଲିଂ ପର୍ଯ୍ୟନ୍ତ ଏହାର  ଉଚ୍ଚତା ତଳ ମହଲାରେ ରହିଛି ୧୬ ଫୁଟ୍‍  ଏବଂ ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଏହା ୧୩ ଫୁଟ ଇଞ୍ଚ ଏମିତି ଉଚ୍ଚା ସିଲିଂ କରିବାର ଉଦ୍ଦେଶ୍ୟ ଥିଲାଯେ ଗ୍ରୀଷ୍ମପ୍ରବଣ ଭୁବନେଶ୍ୱରରେ ରୁମ୍ଗୁଡିକୁ ଖରା ମାସରେ ଥଣ୍ଡା ରଖିବା ପ୍ରଥମେ ଏହାର ଚଟାଣ ଥିଲା କୃତ୍ରିମ ପଥର ଆଉ ମୋଜାଇକରେ  କିନ୍ତୁ ୨୦୦୦ରୁ ୨୦୦୭ ଭିତରେ ସେଥିରେ  ଭିଟ୍ରିଫାଇଡ୍ଟାଇଲ୍ବସାଗଲା

            ଏହା ଯେତେବେଳେ  ଆରମ୍ଭ ହେଲା ତା ପରଠୁ ଲୋକସେଭା ଭବନର କମ୍ପେ୍ଲକ୍ସରେ ଧିରେ ଧିରେ ଭବନ ସଂଖ୍ୟା ବଢ଼ିଛି ବର୍ତ୍ତମାନ ୧୩ଟି ବିଲ୍ଡିଂ ଏହା ଭିତରେ ଅଛି

            ଭବନଟିରେ କାମ କରିବାପାଇଁ ଯେମିତି ପରିବେଶ ତିଆରି କରାଯାଇଛି, ସେମିତି ଏହା ଭିତରେ ଅନେକ କଳାକୃତି ମଧ୍ୟ ରଖାଯାଇଛି ଏହା ଭିତରେ ଅନେକ ଗୁଡ଼ିଏ ଜାଗାର ଐତିହାସିକ ଗୁରୁତ୍ୱ ରହିଛି ଏହାର ତୃତୀୟ ତାଲା  ବର୍ତ୍ତମାନ (ଯେଉଁଠି ମୁଖ୍ୟମନ୍ତ୍ରୀଙ୍କର ଅଫିସ୍‍), ସେଟା ପ୍ରକୃତରେ ରାଜ୍ୟପାଳଙ୍କ ଅଫିସ ହେବାପାଇଁ  ଠିକ୍ହୋଇଥିଲା କିନ୍ତୁ  ନିୟୁ ସେକ୍ରେଟେରିଏଟ ଯେତେବେଳେ କମ୍ପ୍ଲିଟ୍ହୋଇଗଲା ସେତେବେଳେ ଗଭର୍ଣ୍ଣରଙ୍କ ଅଫିସ ତାଙ୍କ ବାସଭବନ ରାଜଭବନକୁ ଚାଲିଗଲା ଆଉ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ଚାଲିଆସିଲା ତିନିତାଲାକୁ ତିନିତାଲାରେ ଗୋଟେ କନଫରେନସ ହଲ ବି ଅଛି, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ରକମର ମିଟିଂ କରନ୍ତି

            ପୁସ୍ତକରେ ଅନେକ ତଥ୍ୟକୁ ନଥିଭୁକ୍ତ କରି ରଖାଯାଇଛି ଯେଉଁଟା ପୁସ୍ତକର ଏକ ବଡ ସଂପଦ ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାଠୁ ୧୯୩୬ରୁ ଓଡିଶାର ଚିଫ୍ସେକ୍ରେଟାରୀମାନଙ୍କ ତାଲିକା- ଏଥିରେ ଦିଆଯାଇଛି ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଶାର ପ୍ରଥମ ଚିଫ୍ସେକେ୍୍ରଟାରୀ ଥିଲେ ପି ଟି  ମ୍ୟାନସଫିଲଡ୍ତାଙ୍କ ପରେ ବେଶ୍କେତେଜଣ ବ୍ରିଟିଶ୍ଲୋକ ଚିଫ୍ସେକ୍ରେଟାରୀ ଥିଲେ ପ୍ରଥମ ଭାରତୀୟ ଚିଫ୍ସେକ୍ରେଟାରୀ ହେଲେ ବି ସି ମୁଖାର୍ଜୀ  ୧୯୪୮, ଡିସେମ୍ବରରେ

            ଏଥିରେ ଆହୁରି ଅନେକ ରୋଚକ ତଥ୍ୟ ଅଛି ଅନେକେ ହୁଏତ ଜାଣିନଥିବେ ଯେ  ଓଡ଼ିଶା ସେକ୍ରେଟେରିଏଟକୁ କିଛି ସମୟ ପାଇଁ ସମ୍ବଲପୁରକ ଉଠେଇ ନିଆଯାଇଥିଲା

            ପୁସ୍ତକଟିର ପ୍ରଡକ୍ସନ୍ଖୁବ ଭଲ ଲେଖା, ଛବି ଭଲ ମୁଦ୍ରଣ, ବନ୍ଧେଇ ବି ଖୁବ ଭଲ ଲୋକସେବା ଭବନର ନଥିଭୁକ୍ତ ଇତିହାସ ଭାବରେ ପୁସ୍ତକର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି

++
https://www.odishasahitya.com/bahikatha-62/?fbclid=IwAR36V9kDIGdGrDtEDtUOaypps79Pe51sEG2JO4-v-1CIS5n9HWZKArBIDC4

No comments:

Post a Comment