ବହି କଥା ।ା ଡ. ମୃଣାଳ ଚାଟାର୍ଜୀ 14.6.23
ରବୀନ୍ଦ୍ରନାଥଙ୍କ ସାହିତ୍ୟକୃତି ସହିତ ପରିଚିତ ହେବାର ସୁଯୋଗ
ବହି: ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡିଆ ନାଟ୍ୟରୂପ
ନାଟ୍ୟ
ରୂପାନ୍ତର: ଡ଼. ପ୍ରଦୀପ ଭୌମିକ
ପ୍ରକାଶକ: ସମର ଗ୍ରାଫିକସ, ବାଲେଶ୍ୱର
ମୂଲ୍ୟ: ୬୦ ଟଙ୍କା, ପ୍ରଥମ ପ୍ରକାଶ: ୨୦୧୫
ଡ. ପ୍ରଦୀପ ଭୌମିକ ଓଡିଶାରେ ଜଣେ ସୃଷ୍ଟିଶୀଳ ନାଟ୍ୟକାର ଭାବରେ ପରିଚିତ ।
ଓଡ଼ିଆ ଏବଂ ବଙ୍ଗଳା ଉଭୟ ଭାଷାରେ ସେ ସିଦ୍ଧହସ୍ତ । ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସେ ନାଟକ ଲେଖୁଛନ୍ତି ଏବଂ ମଞ୍ଚସ୍ଥ କରୁଛନ୍ତି । ବହୁ ମନୋରଞ୍ଜନଧର୍ମୀ ସଫଳ ମଞ୍ଚ ନାଟକର ସ୍ରଷ୍ଟା । ନାଟକ
ଓøରଙ୍ଗଜେବ୍
ପାଇଁ
ସେ ୨୦୦୧ ମସିହାରେ ଓଡିଶା ସାହିତ୍ୟ ଆକାଡେମୀ ଦ୍ୱାରା ପୁରସ୍କୃୃତ । ତାଙ୍କର ବିପୁଳ ସୃଷ୍ଟି ସମ୍ଭାର ଭିତରୁ ରହିଛି ବ୍ୟଙ୍ଗ ନାଟକ ଗୁଚ୍ଛ (୨୦୦୮), ବିଷକୁମ୍ଭ (୨୦୦୮), ଲକ୍ଷ୍ମଣ ରେଖା (୨୦୦୯), ତୁଳସୀ ଗଛ (୨୦୧୧), ରଙ୍ଗ ବ୍ୟଙ୍ଗ ଏକାଙ୍କ (୨୦୧୨), ତିନୋଟି ହାଲୁକା ଫୁ
ୁକା ନାଟକ (୨୦୧୭), ମଧୁର ଚେଙ୍କ (୨୦୨୦), ନାରୀ ନାଟକ ଗୁଚ୍ଛ (୨୦୨୦), ଶିଶୁ ନାଟକ ଗୁଚ୍ଛ (୨୦୨୧), ବ୍ୟଙ୍ଗ ନାଟ୍ୟ ତ୍ରୟୀ (୨୦୨୨, ବଂଗଳା), ଇତ୍ୟାଦି ।
‘ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡିଆ ନାଟ୍ୟରୂପ’ ତାଙ୍କର ଏକ ଭିନ୍ନ ଧରଣର ବହି । ବହି ଆରମ୍ଭରେ ‘ନିଜ କଥା’ରେ ସେ ଏ ବହିର ପ୍ରେକ୍ଷାପଟ ବିଷୟରେ କହିଛନ୍ତି ।
ପ୍ରସଙ୍ଗତ କହିରଖେ ରବୀନ୍ଦ୍ରନାଥଙ୍କର ବିପୁଳ ସୃଷ୍ଟି ସମ୍ଭାର ମଧ୍ୟରେ ଅନେକ ବ୍ୟଙ୍ଗ ରଚନା ରହିଛି । କିନ୍ତୁ ବ୍ୟଙ୍ଗ ନାଟିକା ବୋଲି ଯାହାକୁ କୁହାଯାଏ ରବୀନ୍ଦ୍ରନାଥ ସେପରି ନାଟିକା ଲେଖି ନାହାନ୍ତି । ଡ. ପ୍ରଦୀପ ଭୌମିକ ରବୀନ୍ଦ୍ରନାଥଙ୍କର ତିନୋଟି କବିତା ଏବଂ ଗଳ୍ପର ନାଟ୍ୟରୂପାନ୍ତର କରିଛନ୍ତି । ‘ଜୋତା ଆବିଷ୍କାର’,
‘ହିଂଟିଂଛଟ୍’ ଆଉ ‘ଶୁଆ କାହାଣୀ’ା ଜୋତା ଆବିଷ୍କାର ଏବଂ ‘ହିଂଟିଂଛଟ୍’ ଏ ଦୁଇଟି ହେଲା ରବୀନ୍ଦ୍ରନାଥଙ୍କର
ଅତି ଜନପ୍ରିୟ ଶିଶୁ ହାସ୍ୟବ୍ୟଙ୍ଗ କବିତା । ‘ଶୁଆ କାହାଣୀ’ଏକ ବ୍ୟଙ୍ଗ ଗଳ୍ପ । ଅନେକେ ଏହାକୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି
କହନ୍ତି । କିନ୍ତୁ ଏଥିରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପରେ ଏକ ପ୍ରଛନ୍ନ ବ୍ୟଙ୍ଗ ରହିଛି ।
ଏ ନାଟକ ତିନୋଟି ଲେଖିବାର ପ୍ରେକ୍ଷାପଟ ହେଲା: ପ୍ରତିବର୍ଷ
ବାଲେଶ୍ୱରରେ ରବୀନ୍ଦ୍ର ଜୟନ୍ତୀ ପାଳନ କରାଯାଏ । ଏହି ଅବସରରେ ରବୀନ୍ଦ୍ର ରଚନାରୁ ଗୋଟିଏ ଯୋଡିଏ ମନୋରଂଜନ ଧର୍ମୀ ନାଟକ ଓଡିଆରେ ମଞ୍ଚସ୍ଥ କରିବା ପାଇଁ ପ୍ରଦୀପ ବାବୁଙ୍କ ମନକୁ ଚିନ୍ତା ଆସିଲା । କିନ୍ତୁ ବହୁ ଖୋଜାଖୋଜି ପରେ ମଧ୍ୟ ତାହା କୌଣସି ପ୍ରକାରେ ହସ୍ତଗତ ହୋଇପାରିଲା ନାହିଁ । ରବୀନ୍ଦ୍ରନାଥ ଯେଉଁ ନାଟକମାନ ଲେଖିଛନ୍ତି ତାହା ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏବଂ ବିଶେଷତ ଟ୍ରାଜିକ ନାଟକ । ତେଣୁ ପ୍ରଦୀପ ବାବୁ ଠିକ୍ କଲେ ଯେ ତାଙ୍କ ବ୍ୟଙ୍ଗ ସାହିତ୍ୟକୁ ଯୁଗୋପଯୋଗୀ ନାଟକ ରୂପରେ ପରିବେଷଣ କରିବେ । ସେଇ ଭାବନାରେ ଏହି ତିନୋଟି ରଚନାକୁ ସେ ବ୍ୟଙ୍ଗ ନାଟକ ଭାବରେ ଲେଖିଲେ ଏବଂ ପରିବେଷଣ କଲେ । ନାଟକ ତିନୋଟି ଦର୍ଶକ ମାନଙ୍କ ଦ୍ୱାରା ବେଶ ପ୍ରଶଂସିତ ହେଲା ।
ଦୁଇ ତିନି ପୃଷ୍ଠାର କବିତା ବା ଗଳ୍ପକୁ ୪୦ ରୁ ୭୦ ମିନିଟର ନାଟକ ରୂପାନ୍ତରିତ କରିବାପାଇଁ ଗଲେ ସେଥିରେ କିଛି କାଳ୍ପନିକ ଚରିତ୍ର ଓ ଘଟଣାର ସଂଯୋଜନ କରିବା ପାଇଁ ପଡିଥାଏ । ଏ ନାଟକ ଗୁଡ଼ିକରେ ମଧ୍ୟ ସେମିତି କରାଯାଇଛି । କିନ୍ତୁ ପ୍ରଦୀପ ବାବୁଙ୍କର କହିବା ଅନୁସାରେ କୌଣସି ସ୍ଥାନରେ କିମ୍ବା କୌଣସି ଭାବରେ ରବୀନ୍ଦ୍ରନାଥଙ୍କର ମୂଳଗଳ୍ପ ଅଥବା ବକ୍ତବ୍ୟକୁ ବିକୃତ କରାଯାଇନାହିଁ
କିମ୍ବା ସାମଞ୍ଜସ୍ୟହୀନ ଭାବରେ ବକ୍ତବ୍ୟକୁ
ଭାରାକ୍ରାନ୍ତ
ମଧ୍ୟ କରା ଯାଇନାହିଁ । ବ୍ୟଙ୍ଗ ରଚନାଗୁଡିକ ମାଧ୍ୟମରେ ପାଠକ ମାନଙ୍କୁ ଅନାବିଳ ଆନନ୍ଦ ପ୍ରଦାନ ଏବଂ ତତ୍ସହିତ ସମାଜକୁ କିଛି ବାର୍ତ୍ତା ପହଞ୍ଚାଇବା ଥିଲା ରବୀନ୍ଦ୍ରନାଥଙ୍କର
ବ୍ୟଙ୍ଗ ରଚନାର ଉଦ୍ଦେଶ୍ୟ
ଯାହାକି ଏ ବ୍ୟଙ୍ଗ ନାଟକମାନଙ୍କରେ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ କରାଯାଇଛି ।
ନାଟକ ରଚନାରେ ପ୍ରଦୀପ ବାବୁ ସିଦ୍ଧ ହସ୍ତ । ଏ ତିନୋଟି ରଚନାରେ ମଧ୍ୟ ତାହା ଲକ୍ଷ୍ୟ କରାଯାଇପାରେ । ନାଟକୀୟତାକୁ ବରାବର ରକ୍ଷା କରାଯାଇଛି । ନାଟକ ତିନୋଟି ଓଡିଆ ଦର୍ଶକଙ୍କୁ ରବୀନ୍ଦ୍ର ରଚନାରେ ବ୍ୟଙ୍ଗ ରସର ପରିଚିତି ଦେବା ସଙ୍ଗେ ସଙ୍ଗେ ନାଟ୍ୟସଂସ୍ଥାମାନଙ୍କୁ ତିନୋଟି ମଞ୍ଚପୋଯୋଗୀ କ୍ଷୁଦ୍ର ନାଟକ ମଞ୍ଚାୟନର ସୁଯୋଗ ଆଣି ଦେଇଛି
ବୋଲି ଅସୀମ ବସୁ ତାଙ୍କ ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି ।
ଏ ତିନୋଟି ନାଟକର କାହାଣୀ ବଡ କୌତୁକିଆ । ପ୍ରଥମ ନାଟକ ଜୋତା ଆବିଷ୍କାରରେ କାହାଣୀ ହେଉଛି ଯେ ମହାରାଜ ହବୁଚନ୍ଦ୍ର ଜୋତା କିପରି
ଆବିଷ୍କାର କଲେ । ତାଙ୍କ ଗୋଡରେ ଧୂଳି ଲାଗିଗଲା । ତେଣୁ ସେ ଧୂଳି କେମିତି ନଲାଗିବ ସେ ବିଷୟରେ
କଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା । ଆଲୋଚନାରେ ଅନେକ ପଣ୍ଡିତ କହିଲେ ପୃଥିବୀ ପୃଷ୍ଠରେ ମାଟି ଅଛି ବୋଲି ସିନା ଝାମେଲା । ପୃଥିବୀର ସବୁ ମାଟିକୁ ନେଇ ଯଦି ଆମେ ସମୁଦ୍ରରେ ନିକ୍ଷେପ କରିଦେଉ ତାହାହେଲେ ଭୁପୃଷ୍ଠରେ ମାଟିତ ଲାଗିବନି । ଆଉ ମହାରାଜାଙ୍କ ପାଦରେ ଧୂଳି ଲାଗିବନି । ଏ ବିଷୟରେ ଚର୍ଚ୍ଚାହେଲା ଏବଂ ଏ ସମସ୍ୟାର ସମାଧାନ କେମିତି କରାଯାଇପାରିବ ସେଥିପାଇଁ ପଣ୍ଡିତ ମାନଙ୍କୁ ଡକାଗଲା । ପଣ୍ଡିତମାନେ ମଧ୍ୟ ତାର କୌଣସି ସମାଧାନ ବାହାର କରିପାରିଲେ ନାହିଁ । ଜଣେ କହିଲେ ମୁଁ ଝାଡୁ ସାହାଯ୍ୟରେ ପୃଥିବୀର ସବୁ ଧୂଳିକୁ ଝାଡି ପରିଷ୍କାର କରିଦେବି । ପୃଥିବୀ ଧୂଳି ଶୂନ୍ୟ ହୋଇଯିବ । ଆଉ ଜଣେ ଆଉ କଣ କଣ କହିଲେ ଇତ୍ୟାଦି । ଶେଷକୁ ଜଣେ ଆସୁଛି ଯେ କହିପାରୁଛି ମହାରାଜ ପୃଥିବୀରୁ ମାଟି ବାହାର ନକରି, ଚାରିଆଡେ ଝାଡୁ ଦେଇ ଧୂଳି ନ ଖୋଜି ଆପଣଙ୍କ ପଦଯୁଗଳକୁ ଚର୍ମଦ୍ୱାରା ବନ୍ଦୀ କରିଦେଲେ ଆଉ ଆପଣଙ୍କର ପାଦରେ ଧୂଳି ଲାଗିବ ନାହିଁ । ଦ୍ୱିତୀୟ ଯେଉଁ ନାଟକ ହ୍ଳିଂ କ୍ଳିଂ
ଛଟ ସେଥିରେ ବି ପ୍ରେକ୍ଷାପଟ ହେଉଛି ମହାରାଜ ଏବଂ ଗଳ୍ପରେ ହାସ୍ୟରସର ବହୁତ ମହତ୍ୱ ରହିଛି । ଶୁଆ କାହାଣୀ ଏକ ବ୍ୟଙ୍ଗ । ଏଥିରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ବ୍ୟଙ୍ଗ କରାଯାଇଛି । ଏ କାହାଣୀରେ ଗୋଟେ ଶୁଆ ଅଛି ଯିଏ ଶୂଆ ଭଳି ହିଁ ଆଚରଣ କରୁଛି । କିନ୍ତୁ ପଣ୍ଡିତମାନେ କହୁଛନ୍ତି ଏହାକୁ ପାଠ ପଢ଼େଇ ହେବ । ଶୁଆକୁ ପିଞ୍ଜରାରେ ବନ୍ଦୀ କରାଯାଉଛି ଏବଂ ତାକୁ କାଗଜରେ ପାଠ ଲେଖି
ଖୁଆ ଯାଉଛି ଯେମିତି ତାହା
ତା ଭିତରେ ପଶିଯିବ । ଶେଷକୁ ଶୁଆ ମରିଯାଉଛି । ଏ ନାଟକର ବିୟୋଗାନ୍ତକ ଅନ୍ତ ଏବଂ ବ୍ୟଙ୍ଗକୁ ବଡ ସୁନ୍ଦର ଭାବରେ
ପ୍ରଦୀପ ଭୌମିକ
ନାଟକରେ ଫୁଟେଇଛନ୍ତି ।
ତିନୋଟି ଯାକ ନାଟକ ମଞ୍ଚରେ ପରିବେଷଣ ଉପଯୋଗୀ । ନାଟକ ତିନୋଟିର ମଞ୍ଚାୟନ ହେଲେ ଓଡିଆ ଦର୍ଶକମାନେ ଭଲ ନାଟକର ରସ ନେବା ସହିତ ରବୀନ୍ଦ୍ରନାଥଙ୍କର ବ୍ୟଙ୍ଗ ରଚନାର ଝଲକ ମଧ୍ୟ ଦେଖିପାରିବେ ।
++
No comments:
Post a Comment