Saturday, 12 December 2020

Weekly column in Odia | Pathe Prantare 13.12.2020

 

ପଥେ ପ୍ରାନ୍ତରେ । ମୃଣାଳ । 13.12.2020

କରୋନା ଟୀକା

ଯଦି ଆଖପାଖରେ କେହି ନାହାନ୍ତି, ଆଉ ଆପଣ ମୃଦୁ ମୃଦୁ ହସୁଛନ୍ତି- ତାହେଲେ ହୁଏତ ଆପଣ ପାଗଳ କିମ୍ବା ସତରେ ବହୁତ ଖୁସି ଅଛନ୍ତି

… ଆଉ ବର୍ତ୍ତମାନ ସମୟରେ ଦୁଇଟା ଭିତରେ ବେଶି ଫରକ ନାହିଁ

କରୋନାର ଟୀକା ଏବେ ଆସିବ ଆସିବ ହେଲାଣି ବେଶ କିଛି କମ୍ପାନି ଦିଗରେ ଉଳ୍ଲେଖନୀୟ ସଫଳତା ହାସଲ କରି ସାରିଲେଣି ବୋଲି ଗଣମାଧ୍ୟମରେ ଖବର ବାହାରିଲାଣି ତେବେ ଖବର ଗଲା ମାସ ଧରି ମଝିରେ ମଝିରେ ବାହାରୁଛି wପ୍ରତିଥର ଆମେ ଉତ୍ସାହିତ ହେଉଛୁ- ପୁଣି କେଇଦିନ ପରେ ବାହାରୁଛି- ଏଯାଏଁ ଅମକ ପରୀକ୍ଷାଟା ହୋଇନି ସମକଟା ବାକି ରହିଯାଇଛି ଆଉ କିଛି ଦିନ ଲାଗିବ

ଦିଟା ମୁଷା କଥା ହେଉଥିଲେ ଗୋଟେ ମୁଷା ଆରଟିକୁ କହିଲା: ଆରେ କରୋନା ଟୀକା ନେଲୁଣି?

ଆର ମୁଷାଟି କହିଲା: ରହ ମଣିଷ ଉପରେ ଆଗେ ପରୀକ୍ଷା ସରୁ ତାପରେ ନେବି

ଏବକୁ ଆମେରିକାରେ ଗୋଟେ କମ୍ପାନିର ଟୀକାକୁ ଲୋକାମାନଙ୍କୁ ଦିଆଯିବା ପାଇଁ ସରକାରୀ ସ୍ୱୀକୃତି ଦିଆଯାଇଛି ବୋଲି ଖବର ବାହାରିଲାଣି ଏହା ପୂର୍ବରୁ ରୁଷିଆରେ ତିଆରି ସ୍ପୁଟ୍ନିକ ଟୀକାକୁ ସେଠିକାର ଅନେକ ଲୋକ ନେଲେ ବୋଲି ଖବର ବାହାରିଥିଲା ହେଲେ ସେ କଥାକୁ ଆମେ ଦେଶରେ ବେଶି କେହି ବିଶ୍ୱାସ କଲେନି ଏସବୁ ମାମଲାରେ କାହିଁକି କେଜାଣି ଚୀନ ଆଉ ରୁଷିଆକୁ ବେଶି ଲୋକ ବିଶ୍ୱାସ କରନ୍ତିନି

ତେବେ ଆମେରିକାରେ ଗୋଟେ କମ୍ପାନିର ଟୀକା ଦିଆଯିବାକୁ ସମ୍ମତି ଦେବା ପରେ ଲୋକଙ୍କ ମନରେ ଆଶା ଉଜାଗର ହୋଇଛି- ଓହୋ ଟୀକା ଆସିଗଲା ଏବେ କରୋନାରୁ ମୁକ୍ତି ମିଳିଯିବ

ଆମ ନବଘନ ହେଲା ଓଲଟା ବାଗିଆ ଲୋକ ସମସ୍ତେ ଯାହା ଭାବୁଥିବେ- ସେ ତାଠୁଁ ଅଲଗା କଥା ଭାବେ ପ୍ରଚଳିତ ଧାରାର ବିପରୀତରେ ଚାଲିବା ହେଲା ତାର ଅଭ୍ୟାସ ୱାନ-େୱ ରାସ୍ତାରେ ବି ସେ ଓଲଟା ବାଟେ ଚାଲେ କେତେଥର ଟ୍ରାଫିକ୍ପୋଲିସ ଏଥିପାଇଁ ତାକୁ ଧରି ଫାଇନ୍କରିଛନ୍ତି ହେଲେ ନବଘନ ସୁଧୁରିନି

କରୋନା ଟୀକା ମାମଲାରେ ସେ କହିଲାଦେଖ ଗୋଟେ କମ୍ପାନି କହୁଛି ଆମ ଟୀକା ୯୪ ଶତାଂଶ ଇଫେକ୍ଟିଭ ଆଉ ଗୋଟେ କମ୍ପାନି କହୁଛି ଆମ ଟୀକା ୯୫ ଶତାଂଶ ଇଫେକ୍ଟିଭ ପରିସଂଖ୍ୟାନ କହୁଛି- ଭାରତରେ କରୋନା-ସଂକ୍ରମଣର ହାର ହେଲା ୯୩. ଶତାଂଶ ଅର୍ଥାତ୍ଟୀକା ନେଇ ବି ଶହେରେ ୯୩. ଲୋକ ମାନେ ଦୁଇଶହରେ ୧୮୭ ଲୋକଙ୍କୁ କରୋନା ହେଉନି ଆଉ ଟୀକା ନେଲେ ଦୁଇଶହରେ ୧୮୮ ଲୋକଙ୍କୁ କରୋନା ହେବ ନାହିଁ ତେବେ ଏତେ ଟଂକା ଖର୍ଚ୍ଚ କରି, ଏତେ ଝାମେଲା କରି ଟୀକା ଦେବାର ଆଉ ଆମେ ତାକୁ ନେବାର ଦରକାର କଣ?

            ନବଘନ କଥା ଛାଡ଼ନ୍ତୁ ସେ ଲୋକଟାଇ ଏମିତି ସେ ଯେଉଁ କଥା କହୁଛି- ସରକାର କଣ ସେ କଥା ଜାଣନ୍ତି ନି? ସରକାର ତେବେ କାହିଁକି ଏତେ ହଜାର କୋଟି ଟଂକା ଖର୍ଚ୍ଚ କରି ଏତେ ବ୍ୟବସ୍ଥା କରି (୧୩୦ କୋଟି ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରିବା କଣ ସହଜ କଥା!) ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି?

ପ୍ରଶ୍ନର ଉତ୍ତରରେ ନବଘନ କହିଲା- ଆବେ ତୋ ପ୍ରଶ୍ନରେ ଉତ୍ତର ଲୁଚିରହିଛି ଟୀକାର ଇକୋନମିକ୍ସ୍ଟା ବୁଝ ଗୋଟିଏ ପାନ ଟୀକାର ଦାମ ଯଦି ୧୦୦୦ ଟଂକା ହୁଏ- ତେବେ ୧୩୦ କୋଟି ଟୀକାର ଦାମ କେତେ? ତାକୁ ଦେବା ପାଇଁ ସିରିଂଜର ଦାମ କେତେ? ଏତିକି ଟଂକା ଯେତେବେଳେ ଖର୍ଚ୍ଚ ହେବ- ସେତେବେଳେ ... ବାକି କଥା ତୁ ନିଜେ ବୁଝିନେ

ମୁଁ ନବଘନ କଥାକୁ ଜମା ପାସଙ୍ଗରେ ପକେଇଲିନି ତା ଭଳି ସଜ ମାଛରେ ପୋକ ପକେଇବା ଲୋକ ଆଜିକାଲି ବହୁତ ବାହାରିହେଲଣି ଦୁନିଆରେ ଆମେ ବରଂ ସକାରାତ୍ମକ ଦିଗଟିକୁ ଦେଖିବା କରୋନା ଟୀକା ବାହାରିଗଲେ ଆମେ ସମସ୍ତେ ଟୀକା ନେଇ ବେଫିକର ହୋଇଯିବା ବହୁତ ଦିନ ହୋଇଗଲା, କରୋନାକୁ ଡରି ମୁଖା ପିନ୍ଧି ଘର କୋଣରେ ବସିଲେଣି ସାବୁନରେ ହାତ ଧୋଇ ଧୋଇ ହାତର ରେଖାଗୁଡ଼ାକ ବି ଘୋରି ହୋଇଯିବାକୁ ବସିଲାଣି

ହେଲେ ଆଉ ଗୋଟେ କଥା ମୋ ମନକୁ ଟିକେ ରୁଗୁ ରୁଗୁ କରି ପକଉଛି ତାହା ହେଲା ଏତେ ଟୀକା ଏତେ ଲୋକକୁ ଠିକ୍ଠାକ୍ଭାବେ ଆମେ ଦେଇପାରିବାତ! ମୋତେ ଆଗ ଦିଅ, ମୋ ପରିବାରକୁ ଆଗେ ଦିଅ- ଏମିତି ଠେଲାପେଲାରେ ବିଭ୍ରାଟ ହେବନିତ! ଆମ ସ୍ୱାସ୍ଥ୍ୟସେବାର ଯାହା ଅବସ୍ଥା ଆଉ ତୃଣମୂଳ ସ୍ତରର ପ୍ରଶାସନର ଯାହା ବ୍ୟବସ୍ଥା ଯାହା ସେଥିରେ ଏତେ ଲୋକଙ୍କୁ ଠିକ୍ଠାକ୍ଭାବେ ଟୀକା ଦେଇ ହେବତ!

ଏସବୁ ପ୍ରଶ୍ନରେ ମୋ ମୁଣ୍ଡଟା ଗୋଳମାଳ ହୋଇଗଲା ତେଣୁ ମୁଁ ଟିଭିରେ ଗୋଟେ ଧାର୍ମିକ ସିରିଆଲ୍ଦେଖିବାକୁ ଲାଗିଲି ସେଠି ବି ଦେଖିଲି ଫ୍ୟାମିଲି ଭିତରେ ସମ୍ପତ୍ତିକୁ ନେଇ ଭାରି ବିଭ୍ରାଟ୍ଲାଗିଛି ସେଠୁ ନିଉଜ୍ଚ୍ୟାନେଲ୍ଦେଖିଲି ସେଠି ଦେଖିଲି ଜଣ ଲୋକ ନିଜ ଭିତରେ ଧୁମ୍ଝଗଡ଼ା କରୁଛନ୍ତି

ମୁଁ ଏବେ କଣ କରେ!

ଅମଲା-ବିଧାୟକ ରହସ୍ୟ

ଆମ ସମୟର ଜଣାଶୁଣା କବି ଶଂକର ପରିଡ଼ା ଲେଖିଲେ:

ଶାସନରେ ପାଣିଗ୍ରାହୀ

ପ୍ରଶାସନେ ପାଠକ

ଚଉଠ ଶତାବ୍ଦୀ ଧରି ଚାଲୁଛି ଓ

ଚାଲୁଥିବ ଏବଂବିଧ ନାଟକ ।

ଶଂକର ବାବୁ କେଉଁ ପାଣିଗ୍ରାହୀ ଆଉ କେଉଁ ପାଠକଙ୍କ କଥା କହୁଛନ୍ତି- ତାହା ଯଦି କୌଣସି ପାଠକ ବୁଝି ପାରୁନଥିବେ- ତେବେ ସେ ନିଶ୍ଚୟ ସନ୍ଥ ସନ୍ନ୍ୟାସୀ ଟାଇପ୍‌ ଲୋକ ହୋଇଥିବେ । ତାଙ୍କ ପାଦତଳେ ମୋର ଭୂମିଷ୍ଠ ପ୍ରଣାମ ଆଉ ଗୋଟିଏ ଛୋଟିଏ ବାର୍ତ୍ତା:

ଯଦି ଆପଣ ଖାଇଲେ କିଛି ସ୍ୱାଦ ପାଉନାହାନ୍ତି ବା ଶୁଂଘିଲେ କିଛି ଗନ୍ଧ ବାରି ପାରୁନାହାନ୍ତି- ତେବେ ତାହା କରୋନା ସଂକ୍ରମଣର ଲକ୍ଷଣ ହୋଇପାରେ । ଯଦି ଆପଣଙ୍କ ସାଧାରଣ ଜ୍ଞାନ ଲୋପ ପାଇଯାଇଛି- ତେବେ ତାହା କରୋନା ସଂକ୍ରମଣର ଲକ୍ଷଣ ନୁହେଁ ।

ପାଣିଗ୍ରାହୀ-ପାଠକ (ବାପ-ପୁଅ ଯୋଡ଼ି) ଯୋଡ଼ିକୁ ଆପଣ ସକାରାତ୍ମକ ଭାବେ ବି ଦେଖିପାରନ୍ତି । ଏକତାର କେତେ ଶକ୍ତି ତାହା ଏ ଯୋଡ଼ି ସାରା ଭାରତକୁ ଦେଖାଇଛି । ଭାବି ଦେଖନ୍ତୁ କେବଳ ପାଣିଗ୍ରାହୀ ବା କେବଳ ପାଠକ କଣ ଏତେ ଟଂକା ଠୁଳ କରିପାରିଥାନ୍ତେ! ସେମାନେ ଏକାଠି ମିଶିଲେ ବୋଲି ଏତେ ବିଭିନ୍ନ ପ୍ରକାରର ଅର୍ଥ ଉପାର୍ଜନ ଯୋଜନା ମୁଣ୍ଡକୁ ଆସିଲା, ସମସ୍ତେ ନିଜ ନିଜ ଭୂମିକା ଠିକ୍‌ ଠାକ୍‌ ନିର୍ବାହ କଲେ ବୋଲି ଏବେ କୋଟି ଟଂକା ଠୁଳ ହୋଇପାରିଲା । ବିଧାୟକ-ଅମଲା ଐକ୍ୟ ଜିନ୍ଦାବାଦ ।

କରୋନା ଶବ୍ଦାବଳି

କରେନାର ଇଫେକଫ୍‌ ବା ପ୍ରଭାବ କଣ ହେଉଛି ତାହା ତ ଆପଣମାନେ ଗଣମାଧ୍ୟମରୁ ଜାଣୁଥିବେ । ଗୋଟେ କଥା ହୋଇଛି: କରୋନା କାଳରେ ଆମେ ବହୁତ ନୂଆ ନୂଆ ଶବ୍ଦ ଶିଖୁଛେ । ସେ ସବୁ ଶବ୍ଦ ପରବର୍ତ୍ତୀ ସମୟରେ ଖୁବ ବ୍ୟବହାର ହେବ ।

ପ୍ରଥମେ ତ ପିଲାପିଲିଙ୍କ ନାଁରେ ବ୍ୟବହାର ହେବ । କରୋନା-କାଳରେ ଯେଉଁ ପିଲାସବୁ ଜନ୍ମ ହେବେ, ବାପାମାମାନେ କରୋନା-ରିଲେଟେଡ୍‌ ନାଁ ସବୁ ଦେବେ । କରୋନା କର । କୋଭିଡ୍‌ ଭୁୟାଁ । ଲକ୍‌-ଡାଉନ୍‌ ଦଳେଇ । କାହା ନାଁ ହେବ ଆତ୍ମନିର୍ଭର ମହାପାତ୍ର ।

ସାଧାରଣ କଥାବାର୍ତ୍ତା ବେଳେ କରୋନାର ଶବ୍ଦସବୁ ଖୁବ ବ୍ୟବହାର ହେବ । ଗୋଟେ ଉଦାହରଣ ଦିଏ । ଏଟାକୁ ମୁଁ ସାମାଜିକ ଗଣମାଧ୍ୟମରୁ ପାଇଛି । ମା ପିଲାକୁ ତୋତେ ଘର ଭିତରେ ବନ୍ଦ କରି ରଖିଦେବି କହିବା ବଦଳରେ କହିବେ: ତୋତେ କ୍ୱାରେଣ୍ଟାଇନ୍‌ କରି ରଖିଦେବି । ପୁଅ କହିବ ବାପାଙ୍କୁ ଦେଖ ବାବା ମୋ ପରୀକ୍ଷା ରେଜଲଫ୍‌ ଦେଖିବା ପୂର୍ବରୁ କହିଦେଉଛି- ସୋସିଆଲ୍‌ ଡିସ୍‌ଟାନ୍‌ସିଂ ମେନ୍‌ଟେନ୍‌ କରିବ । ଘରକୁ ଅତିଥିଙ୍କୁ ଖାଇବା ପାଇଁ ଡାକିବା ବେଳେ କହିବେ: ଆସନ୍ତୁ ଆଜ୍ଞା, ଖାଇବା ବଢ଼ା ହେଲାଣି । ହାତ ସାନିଟାଇଜ୍‌ କରି ନିଅନ୍ତୁ ।

ପାଞ୍ଚଧାଡ଼ିଆ ପ୍ରେମଗଳ୍ପ

ସେ ଗୋଟେ କଲମ ଦେଲା ଆଉ କହିଲା, ଏଇ କଲମରେ କାହାଣୀ ଲେଖିବ

ଏହା ଭିତରେ ବହୁତ ବର୍ଷ ବିତିଯାଇଛି

କଲମଟି ଏଯାଏଁ ଅଛି

କାହାଣୀ ଲେଖାଯାଇପାରିନି

ସବୁ କଲମରେ କଣ କାହାଣୀ ଲେଖାଯାଏ? ନା, ଲେଖିଲେ ବି ଉତୁରେ!

ଭିକାରି

ଦେ ବାବା, ଦଶ ଟଂକା ଦେ । ଭଗବାନ ତୋ ମନକୁ ପଜିଟିଭ୍‌ ଆଉ ତୋ ଦେହକୁ ନେଗେଟିଭ୍‌ ରଖିବ ।

***



 

 This column is published every Sunday in Samaya Taranga

mrinalchatterjeeiimc@gmail.com

 

 

 

 

No comments:

Post a Comment