Saturday, 5 December 2020

Weekly Column in Odia | Pathe Prantare | 6.12.2020

 

ପଥେ ପ୍ରାନ୍ତରେ । ମୃଣାଳ । ୬.୧୨.୨୦୨୦

ମଣିଷର ଶକ୍ତି

 ମଣିଷର ଶକ୍ତି ଠିକ୍କେଉଁଠି ଅଛି? ବୁଦ୍ଧିରେ ଅଛି କି ବଳରେ ଅଛି? ଏହାକୁ ନେଇ ବେଶ୍ତର୍କ ବିତର୍କ ରହିଛି ପାଶ୍ଚାତ୍ୟ ଭାବନାରେ ବୁଦ୍ଧିକୁ ଅଧିକ ମାନ୍ୟତା ଦିଆଯାଇଛି ଦାର୍ଶନିକ ଡେସକାର୍ଟେସ୍କହିଥିଲେ, ‘ଆଇ ଥିଙ୍କ୍‍, ଦେୟାରଫୋର ଆଇ ଆମ୍‍’(ମୁଁ ଭାବେ, ସେଇଥିପାଇଁ ମୁଁ ଅଛି) ବୁଦ୍ଧି, ଯୁକ୍ତି, ବିଶ୍ଲେଷଣ, ଏହାକୁ ସେ ଅଧିକ ମାନ୍ୟତା ଦେଇଥିଲେ ଶରୀରକୁ, ବଳକୁ ସେ କମ୍ବୋଲି ବିଚାର କରୁଥିଲେ

ତେବେ ଆଉ କେତେକ ଭାବନ୍ତି(ଏହାକୁ ଫେନୋମୋଲୋଜି ବୋଲି କହନ୍ତି) ଯେ, ଦେହର ମଧ୍ୟ, ଏମିତିକି ଦେହର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ମଧ୍ୟ ବୁଦ୍ଧି ରହିଛି ଅକ୍ଟୋପସର ଅନେକ ଗୋଡ଼ ପ୍ରତ୍ୟେକ ଗୋଡ଼ର ନ୍ୟୁରନ୍ରହିଛି ଏବଂ ଏହା ନିଜେ ସ୍ୱାଧୀନ ଭାବେ କାମ କରିପାରେ ମଣିଷ ଦେହର ଅଙ୍ଗପ୍ରତ୍ୟଙ୍ଗର ମଧ୍ୟ ସେ ଶକ୍ତି ରହିଛି ଉଦାହରଣ ସ୍ୱରୂପ, କାର୍ଚଳାଇବାକୁ ଦେଖନ୍ତୁ ଗୋଟେ କାର୍ଚଳାଇବା ପାଇଁ ଦେହର ଅନେକ ଅଙ୍ଗପ୍ରତ୍ୟଙ୍ଗ ଏକାଠି କାମ କରିବା ଦରକାର; ଆଖି, ଦୁଇ ଗୋଡ଼, ହାତ ଆଦି ସମାନ କଥା ସାଇକେଲ ଚଳାଇବା, ଟାଇପ୍କରିବା କ୍ଷେତ୍ରରେ ମଧ୍ୟ କୁହାଯାଇପାରେ ଅଙ୍ଗପ୍ରତ୍ୟଙ୍ଗଗୁଡି଼କ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅଭ୍ୟାସରେ ନିଜେ ନିଜେ କାମ କରିବାର କ୍ଷମତା ହାସଲ କରିପାରନ୍ତି ମସ୍ତିଷ୍କକୁ ଖୁବ୍ବେଶି ଚିନ୍ତା କରିବାକୁ ପଡ଼େନାହିଁ ଏହାକୁ କେତେ ଜଣ ଏମ୍ବଡିଡ୍ଇଣ୍ଟେଲିଜେଣ୍ଟ ବୋଲି କହୁଛନ୍ତି ସମ୍ପ୍ରତି ସାଇମନ ରବର୍ଟ ପାୱାର ଅଫ୍ନଟ୍ଥିଙ୍କିଙ୍ଗପୁସ୍ତକ ଲେଖିଛନ୍ତି ପୁସ୍ତକରେ ମଣିଷ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଧିକ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି
ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ, ମେସିନ ଲର୍ଣ୍ଣିଂ ଉପରେ ଗୁରୁତ୍ୱ ଦିଆଯାଉଛି ନିଷ୍ପତ୍ତି ନେବା ପାଇଁ, ତଥ୍ୟର ଏକତ୍ରୀକରଣ ଏବଂ ବିଶ୍ଳେଷଣ ଉପରେ ଗୁରୁତ୍ୱ ଦିଆଯାଉଛି ହେଲେ ସାଇମନ ରବର୍ଟଙ୍କ କହିବା କଥା, ଏଭଳି ଆହରିତ ତଥ୍ୟର ବିଶ୍ଳେଷଣ ଉପରେ ଆଧାରିତ ନିଷ୍ପତ୍ତି ସବୁବେଳେ ଠିକ୍ହୋଇନପାରେ ସଠିକ୍ନିଷ୍ପତ୍ତି ପାଇଁ ମଣିଷ ସମାଜ ଭିତରକୁ ଯାଇ, ମଣିଷ ସହିତ ଯୋଗାଯୋଗ କରି ତାକୁ ଲକ୍ଷ୍ୟ କରି ନିଷ୍ପତ୍ତି ନେବା ଦରକାର ଆମର ନୀତି ନିର୍ଦ୍ଧାରକମାନେ ଏବଂ ପ୍ରଶାସକମାନେ ବିଷୟଟିକୁ ଭଲ ଭାବେ ବୁଝିବାର ଆବଶ୍ୟକତା ରହିଛି

ଶୌଚାଳୟ

ଆମେ ସ୍ୱଚ୍ଛ ଭାରତ ବୋଲି ଯେତେ ଡିଂଗୁରା ପିଟୁ ନା କାହିଁକି, ଗାନ୍ଧୀଙ୍କ ଚଷମାକୁ ଥୋଇ ଯେତେ ବ୍ୟାନର ପୋଷ୍ଟର ଲଗଉନା କାହିଁକି- ଅସଲ ସତଟା କଣ- ତାହା ଆପଣ ବସ୍‌ରେ ଦୂର ଜାଗାକୁ ଯାଆନ୍ତୁ ଜାଣିଯିବେ- ଯେତେବେଳେ ଆପଣ ଝାଡ଼ା-ପରିଶ୍ରା ଯିବାକୁ ଚାହିଁବେ । ଆଉ ସାଂଗରେ ଯଦି ସ୍ତ୍ରୀଲୋକ ଥାନ୍ତି, ତେବେ ହାଡ଼େ ହାଡ଼େ ଟେର ପାଇଯିବେ । କାରଣ, ଯେଉଁମାନେ ଶାସନରେ ଅଛନ୍ତି ସେମାନେ ବୋଧେ ଭାବନ୍ତି- ବସ୍‌ରେ ଯିବା ଆସିବା କରୁଥିବା ଲୋକଙ୍କୁ ଝାଡ଼ାପରିଶ୍ରା ମାଡ଼େନି । ମାଡ଼ିଲେବି କେମିତି କଣ କରି ସେମାନେ ମ୍ୟାନେଜ୍‌ କରି ନେବେ । ସେମାନଙ୍କ ପାଇଁ ସଫା ସୁତୁରା ଶୌଚାଳୟର କୌଣସି ଆବଶ୍ୟକତା ନାହିଁ । ଆମ ସହରମାନଙ୍କରେ ସାଧାରଣ ବ୍ୟବହାର ପାଇଁ କେତୋଟି ଶୌଚାଳୟ ଅଛି- ଭାବନ୍ତୁ । ସ୍ମାର୍ଟ ସିଟି ଭୁବନେଶ୍ୱରର କେତୋଟି ରଂଗମରା ଶୌଚାଳୟକୁ ଛାଡ଼ିଦେଲେ ଅଧିକାଂଶ ସହରରେ ସଫା ସୁତୁରା ଶୌଚାଳୟ ସଂଖ୍ୟ ହାତଗଣତି ।

            ବାରିପଦାରୁ ପୁରୀ, ଭୁବନେଶ୍ୱରରୁ ଇଆଡ଼େ ସମ୍ବଲପୁର- ସିଆଡ଼େ ବ୍ରହ୍ମପୁର- ଆମ ରାଜରାସ୍ତା କଡ଼ରେ କେତେଟା ସଫା ବ୍ୟବହାର ଯୋଗ୍ୟ ଶୌଚାଳୟ ଅଛି? ଆମ ବସ୍‌ଷ୍ଟାଣ୍ଡ୍‌ମାନଙ୍କରେ ଶୌଚାଳୟ ନାଁରେ ଯାହା ଅଛି- ସେଥିରୁ କେତୋଟି ବ୍ୟବହାର ଉପଯୋଗୀ? ମାନନୀୟ ପରିବହନ ମନ୍ତ୍ରୀ ତାଙ୍କ ସଚିବଙ୍କୁ ନେଇ ଥରେ ଯାଇ ଦେଖନ୍ତୁ।

ସମ୍ପୃକ୍ତ ବିଭାଗ, ସରକାର ବା ସ୍ଥାନୀୟ ପ୍ରଶାସନ ଯଦି ଶୌଚାଳୟ ତିଆରି କରି ପାରୁନାହାନ୍ତି ବା ତାର ରକ୍ଷଣାବେଣକ୍ଷଣ କରି ପାରୁନାହାନ୍ତି- ତେବେ ଗୋଟେ ଆଇଡିଆ ଦେଉଛି- ଗ୍ରହଣ କରି ପାରନ୍ତି । ଟୋଲ୍‌ଗେଟ୍‌କୁ ନିଲାମ ଦିଆଯାଉଛି । ସେଇ ପ୍ରକ୍ରିୟାରେ ପ୍ରତ୍ୟେକ ଟୋଲ୍‌ ଗେଟ୍‌ ପାଖରେ ଶୌଚାଳୟ ନିର୍ମାଣ ଏବଂ ଏହାର ରକ୍ଷଣାବେକ୍ଷଣ ନିଲାମର ଏକ ଶର୍ତ୍ତ ରହୁ । ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଲାମ ନେଇଥିବା କମ୍ପାନିକୁ ଦିଆଯାଉ । ତାହେଲେ ଅନ୍ତତଃ ଟୋଲ୍‌-ଗେଟ୍‌ ଗୁଡ଼ିକ ପାଖରେ ଶୌଚାଳୟ ମିଳିପାରିବ ।

ପ୍ଲାଷ୍ଟିକ୍‌ ଟବ୍‌ରେ ବୋଇତ ବନ୍ଦାଣ

ଏବର୍ଷ କରୋନା ମହାମାରୀ ପାଇଁ ବୋଇତ ବନ୍ଦାଣରେ ଭାରି କଟକଣା ଲାଗୁ କରାଗଲା । ଲୋକେ ଜଳାଶୟ ପାଖକୁ ଯେମିତି ନ ଯାଇ ପାରିବେ ସେଥିପାଇଁ ପୋଲିସ ଏ ଶୀତସକାଳେ ଯାଇ ପଇଁତରା ମାରିଲେ । କରୋନାକୁ ଡରି ହେଉ ବା ପୋଲିସକୁ ଡରି ହେଉ କିମ୍ବା ଶୀତ ସକାଳେ ବାହାରକୁ ନ ବାହାରିବାର ଭଲ ବାହାନା ମିଳିଗଲା ବୋଲି ହେଉ- ଅନେକେ ନଈ ପୋଖରୀ କୂଳକୁ ଗଲେନି । ହେଲେ ଓଡ଼ିଆ ତାର ସଂସ୍କୃତିକୁ ଭୁଲିବ କେମିତି! ବୋଇତ ଆଉ ପଛେ ନ ଯାଉ- ତା ସ୍ମୃତିଟାକୁ ଉଜାଗର କରି ରଖିବାକୁ ପଡ଼ିବ । 


ଆମ ଶାସ୍ତ୍ରରେ ସବୁ ତାଲାର ଚାବିକାଠି ଅଛି । ସବୁ ସମସ୍ୟାର ସମାଧାନ ଅଛି । ବସ୍ତ୍ର ଅଭାବରେ ସୂତା ଦାନ କରିବାର ବିଧି ଫିଟ୍‌ କରାଯାଇଛି । ସେହି କ୍ରମରେ ଲୋକେ ଘର ଭିତରେ କିମ୍ବା ତୁଳସୀ ଚଉରା ମୂଳରେ ପ୍ଲାଷ୍ଟିକ୍‌ ଟବ୍‌ରେ ପାଣି ଭର୍ତ୍ତି କରି ସେଇଥିରେ କଦଳି-ପଟୁଆ ଡଂଗା ଭସେଇଦେଲେ । ସହରରେ କଦଳି -ପଟୁଆ କାହୁଁ ମିଳିବ! ତ ଲୋକେ ପ୍ଲାଷ୍ଟିକ୍‌ ଟବ୍‌ରେ ପ୍ଲାଷ୍ଟିକ୍‌ ଡଂଗା ଭସେଇ ବୋଇତ ବନ୍ଦାଣ କଲେ । ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଥିବା ଛୋଟ ପିଲାମାନେ ମାଇ ବୋଟ୍‌ ମାଇ ବୋଟ୍‌ କହି ଖୁସିରେ ଦି ଘେରା ଡାନ୍ସ କରି ପକେଇଲେ । ମଧ୍ୟବୟସ୍କ ଲୋକମାନେ ମୋବାଇଲ୍‌ରେ ଅକ୍ଷୟ ମହାନ୍ତିଙ୍କ ବୋଇତ ଭାସି ଯା.. ଗୀତ ଲଗେଇ ଦେଲେ । ସମୁଦ୍ରରେ ବୋଇତ ଭାସିଯାଉଥିବାର ଫିଲିଙ୍ଗ୍‌ ସାଉଁଟି ପୁଣି କମ୍ବଳ ଘୋଡ଼େଇ ଶୋଇପଡ଼ିଲେ । ବୟସ୍କ ଲୋକମାନେ ତ ଏମିତିରେଇ କରୋନା ଡରରେ ଅଧମଲା ହୋଇ ଘରେ ପଡ଼ିଛନ୍ତି । ସେମାନେ ବିଛଣାରେ ଶୋଇ ଶୋଇ ସାଧବ-ପୁଅ ସମୁଦ୍ର ଯାତ୍ରା କଥା ଭାବିବାକୁ ଲାଗିଲେ ।

ଛାଡ଼ଖାଇ ପାଇଁ ଶୁଖୁଆ

କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଇତ୍ୟାଦିରେ ଯେତେ ଲୋକଙ୍କର ଯେତେ ଶ୍ରଦ୍ଧା ତାର ଡବଲ୍‌ ଲୋକଙ୍କର ଡବଲ୍‌ ଶ୍ରଦ୍ଧା ହେଲା ଛାଡ଼ଖାଇରେ । ପଞ୍ଚୁକ ଚାଲିଥିଲାବେଳୁ ଛାଡ଼ଖାଇର ଯୋଗାଡ଼ ଚାଲିଥାଏ । ଖାସି-ବାଲାକୁ ଆଗରୁ ବରାଦ । ମାଛ ବାଲାକୁ ଭଲ ଚିଙ୍ଗୁଡ଼ି ପାଇଁ ଆଗରୁ ଆଡ୍‌ଭାନ୍ସ୍‌ ଦେଇ ରେଡି ।



            ଏବର୍ଷ ଦରଦାମ ହୁହୁ ହୋଇ ବଢ଼ିଛି । ଆଳୁ ପିଆଜ ବି  ସାଧାରଣ ପରିବାରୁ ଅସାଧାରଣ ସ୍ତରକୁ ଉଠି ଗଲେଣି । ଏ ଟାଇମ୍‌ରେ ମୋ ଭଳିଆ ଲୋକ ମାଛ ମାଉଁସ କିଣିବ କେମିତି! ତ ଆମ ଭଳି ଲୋକଙ୍କ ପାଇଁ ରହିଛି ଶୁଖୁଆ । କନ୍‌ଟେଣ୍ଟ୍‌ ନ ଥାଉ ଫ୍ଲେଭର ଜୋର । ଘରେ ଶୁଖୁଆ ରାନ୍ଧିଲେ ସାହି ଯାକ ଲୋକ ଜାଣିବେ ଘରେ ଆଇଁଶ ହୋଇଛି । ଆଉ ସକାଳେ ଚାଇଁ ପଖାଳ ସହିତ ଶୁଖୁଆ ଭଜା- ମାନେ ବ୍ରେକ୍‌ଫାଷ୍ଟ୍‌ରୁ ଛାଡ଼ଖାଇ । ମାଡ଼ିଚାଲ ।

ସେ୍ୱଟର

ଆଠ ନ ମାସ ହେଲା, ତମେ ମୋତେ ଅଣଦେଖା କରିଛ । ମୋତେ ନିଜଠାରୁ ଦୂରେଇ ଦେଇଛ । ଆଉ ପାରିବନି । ଆଜି ନ ହେଲେ କାଲି ମୋତେ ତୁମେ ନିଶ୍ଚୟ ପାଖକୁ ଟାଣିନେବ । ଆଲିଂଗନ କରିବ ।

ଇତି । ତମର ଟ୍ରଙ୍କ୍‌ ଭିତରେ ଥିବା ତମର ପୁରୁଣା ସେ୍ୱଟର ।

ବାପା-ପୁଅ ସମ୍ବାଦ

ପୁଅ: ବାପା,  ''ତମସୋ ମା ଜ୍ୟୋତିଃର୍ଗମୟ'' ମାନେ କଣ ଜାଣିଛ?

ବାପା : ନାଇଁ, ତୁ କହ.... 

ପୁଅ: ମାନେ ହେଲା, ଲାଇଟ ପଳେଇଲେ ଏଇ ପ୍ରେୟାର ଗାଇଲେ ଲାଇଟ ପଳେଇ ଆସିବ  

ଗୁରୁଜ୍ଞାନ

ଯିଏ କାମ କରିବାକୁ ନ ଚାହେଁ, ସେ ବାହାନା ଖୋଜେ । ଶାସ୍ତ୍ର କହୁଛି- ଯିଏ ଯାହା ମନପ୍ରାଣ ଦେଇ ଖୋଜେ ସେ ତାହା ପାଏ । ତେଣୁ କାମ କରିବାକୁ ଚାହୁଁ ନଥିବା ଲୋକ ପାଇଁ, କର୍ମକୋଢ଼ି ପାଇଁ ହଜାରେ ବାହାନା ମିଳିଯାଏ । କେତେକ ସେମାନେ ଖୋଜି ନିଅନ୍ତି, କେତେକ ଆପେ ଆପେ ଉଭା ହୋଇଯାଏ ।

***

 

No comments:

Post a Comment