ପଥେ ପ୍ରାନ୍ତରେ । ମୃଣାଳ । ୨.୮.୨୦୨୦
ଓଡ଼ିଆ ସାମ୍ବାଦିକତା ଦିବସ
୪
ଅଗଷ୍ଟ ହେଲା ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହାରେ ଏଇ ଦିନ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ
ସମ୍ବାଦପତ୍ର ଉତ୍କଳ ଦୀପିକା । ପ୍ରକାଶକ ଓ ସମ୍ପାଦକ ଥିଲେ ଗୌରୀ ଶଙ୍କର ରାୟ । ତତ୍କାଳୀନ ଆୟକର
କମିଶନର ତଥା କଟକସ୍ଥିତ ଐତିହାସିକ ରେଭେନ୍ସା କଲେଜର ପ୍ରତିଷ୍ଠାତା ଟି.ଇ ରେଭେନ୍ସାଙ୍କ ସିରସ୍ତାଦାର
ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ ସେ ଏହାକୁ କଟକ ପ୍ରିଣ୍ଟିଂ କମ୍ପାନି ପ୍ରେସ୍ରୁ ପ୍ରକାଶ କରିଥିଲେ
।
ଉତ୍କଳ
ଦୀପିକା ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ
ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା
। (ନଅ ଅଙ୍କ ଦୁର୍ଭିକ୍ଷ କାହିଁକି କୁହାଯାଏ, ଏହାର ନାମକରଣ ପଛରେ ଏକ କାହାଣୀ ରହିଛି । ଉତ୍କଳର
ଅଙ୍କ ଗଣନା ପଦ୍ଧତି ଅତି ପ୍ରାଚୀନ । ସୋମବଂଶୀ ରାଜା ଯଯାତିକେଶରୀ ଏହି ଗଣନା ପ୍ରଥା ପ୍ରଚଳନ କରିଥିଲେ
। ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଓଡ଼ିଶା ଗଜପତିଙ୍କର ନୂତନ ଅଙ୍କ ଗଣନା କରାଯାଉଥିବାରୁ
ଏହାକୁ ସୁନିଆଁ କହନ୍ତି । ଓଡ଼ିଶାରେ ଗଜପତିଙ୍କର ନଅ ଅଙ୍କରେ ଅର୍ଥାତ୍ ୧୮୬୬-୬୭ରେ ଦୁର୍ଭିକ୍ଷ ପଡିଥିଲା
ବୋଲି ଏହାକୁ ନଅ ଅଙ୍କ ବା ନଅଙ୍କ ଦୁର୍ଭିକ୍ଷ କୁହାଗଲା ।) ଦୁର୍ଭିକ୍ଷ ସମୟରେ ପ୍ରତିଟି ଖବର ଉତ୍କଳ
ଦୀପିକାରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କଣ ପଦକ୍ଷେପ ନେବା ଉଚିତ୍,
ସେ ସଂପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ଉତ୍କଳ ଦୀପିକା । ଓଡ଼ିଆଙ୍କ ସ୍ୱାର୍ଥ, ଓଡ଼ିଆ
ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲେ । ଲୋକଙ୍କ ସହ ଏହାର ସଂପର୍କ ଥିଲା ପ୍ରଗାଢ
। ନିଜ ସମସ୍ୟା ସଂପର୍କରେ ଚିଠି ମାଧ୍ୟମରେ ଖବର ପଠାଇବାକୁ ଉତ୍କଳ ଦୀପିକା ଲୋକଙ୍କୁ ପ୍ରେତ୍ସାହିତ
କରୁଥିଲା । ଏହାର ଆଉ ଏକ ବିଶେଷତ୍ୱ ହେଲା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ସରକାରୀ କର୍ମଚାରୀମାନଙ୍କ
ବଦଳି, ପ୍ରାକୃତିକ ବିପର୍ଯ୍ୟୟ, ବିଶିିଷ୍ଟ କର୍ମଚାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ପ୍ରକାଶିତ
ହେଉଥିଲା । ଏଥିରେ ଦେଶ ବିଦେଶର ଖବର, ଶିକ୍ଷା ଜାତୀୟ ଜୀବନକୁ ସମୃଦ୍ଧ କଲାପରି ପ୍ରସଙ୍ଗ, ଓଡ଼ିଆ
ଭାଷା ସାହିତ୍ୟ ସମ୍ବନ୍ଧୀୟ ଆଲୋଚନାମାନ ପ୍ରକାଶ ପାଉଥିଲା । ୧୮୬୬ରୁ ୧୯୩୬ ଯାଏଁ- ସାତ ଦଶନ୍ଧି ଧରି
ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ଜନ୍ମକାଳରୁହିଁ ଆଧୁନିକ ସାମ୍ବାଦିକତାର ବିଭିନ୍ନ
ବିଭବ ବହନ କରି ଆତ୍ମପ୍ରକାଶ କରିଥିବା ଉତ୍କଳ ଦୀପିକା ଓଡ଼ିଆ ସାମ୍ବାଦିକତାର ମାନକୁ ଆରମ୍ଭରୁ ବେଶ
ଉଚ୍ଚରେ ରଖିପାରିଥିଲା ।
ପରୀକ୍ଷା ଫଳ
ଏହା
ଭିତରେ ପରୀକ୍ଷା ଫଳ ବାହାରିଲା । ଯାହାକୁ ଦେଖ- ତା ପିଲା ୯୦ ଶତାଂଶ ଉପରେ ନମ୍ବର ପାଇଛି । ସେଥିରେ
ବି ନା ପିଲା ମନ ଖୁସି ନା ପିଲାର ବାପାମା ମନ ଖୁସି । ...ଆରେ ଅମକର ପିଲା ୯୯ ଶତାଂଶ ମାର୍କ ପାଇଛି
। ତା ପୁଅ/ଝିଅ ୯୯ ପାଇଛି ବୋଲି ମୋ ପୁଅ/ଝିଅର ୯୦ ଶତାଂଶ ମୋତେ ଖୁସି ଦେଉନି! ଆମ ବେଳେ ଏତିକି ମାର୍କରେ ତିନି ଜଣ ପିଲା ପାସ୍ କରିଯାଇ
ଥେଇ ଥେଇ ନାଚୁଥାନ୍ତେ । ବାପା ମା ପିଲା ପାସ୍ ହେବା ଖୁସିରେ ସାହିରେ ମିଠେଇ ବାଣ୍ଟୁଥାନ୍ତ । ଜଣେ
ଭଲ କଥା କହିଲେ ଆମ ବେଳେ ସେଲ୍ସିଅସ୍ରେ ନମ୍ବର ମିଳୁଥିଲା: ୩୦, ୩୨, ୩୪... । ଏବେ ଫାରେନ୍ହିଟ୍ରେ
ନମ୍ବର ମିଳୁଛି ୯୬.୬, ୯୮.୪, ୯୯.୫ । ବୁଝିହେଉନି ନମ୍ବର କଥା କହୁଛି ନା କାହାକୁ କେତେ ଜ୍ୱର ହୋଇଛି-
ତାହା କହୁଛି ।
ମୋତେ
ଲାଗୁଛି ଏଇ କରୋନା ସମୟକୁ ଦେଖି ଏଥର ସାର୍ମାନେ ଏମିତି ମାର୍କ ଦେଇଛନ୍ତି । ଚାରିଆଡ଼େ ଏତେ ଦୁଃଖ,
ଏତେ ବିଷାଦ- ନେ ମାର୍କ ନେଇ ଖୁସି ହୋଇଯା । ସମସ୍ତେ ପାସ୍ କରିଯା । ପିଲା ଏତେ ମାର୍କ ପାଇ ଖୁସି
। ହେଲେ ଧନ୍ୟ କହିବ- ତାଙ୍କ ମାମାନଙ୍କୁା ପିଲା ଶତକଡ଼ା ଶହେ ମାର୍କ ପାଇଲେ ବି ମା ଖୁସି ନୁହେଁ ।
କହୁଛନ୍ତି: ମୋ ପିଲା ଆହୁରି ପାଇଥାନ୍ତା- ସାର୍ମାନେ ଠିକ୍ ଭାବେ ଖାତା ଦେଖିଲେନିା
ସାର୍ମାନଙ୍କ
ମୁଣ୍ଡ ଟିଣ- ଶହେରୁ ତ ଶହେ ଦେଲେଣି- ଆଉ କେତେ ଦେଇଥାନ୍ତେ!
ରାଖି
କରୋନା
ପାଇଁ ଏବର୍ଷ ରାଖି ପର୍ବଟା ପୂରା ଫୁସ୍କି ଯାଇଛି । ବଜାର ହାଟ, ମହିଳା ମହାବିଦ୍ୟାଳୟଗୁଡ଼ିକ ସାମ୍ନାରେ
ପ୍ରତିବର୍ଷ ଯେମିତି ରାଖି ଦୋକାନ ଖୋଲୁଥିଲା- ଏଥର ବହୁତ କମ । ଲୋକ ତ ବାହାରିବାକୁ କଟକଣା- ରାଖି
କିଣିବାକୁ ଆସିବେ କେମିତି? ପୁଣି ଏବର୍ଷ ବହୁ ଲୋକ ଚୀନ ତିଆରି ଜିନିଷ ନ କିଣିବାକୁ ପଣ କରିଛନ୍ତି
। ରାଖି ବି ତା ଭିତରେ ଯାଏ । ତେଣୁ ମୋ ବନ୍ଧୁ ନବଘନର ପନିୀ ରଂଗବତୀ ତାର ଦୁଇ ଭାଇ ହାତରେ ଶୁଦ୍ଧ
ହିନ୍ଦୁସ୍ତାନୀ ରାଖି ବାନ୍ଧିବାକୁ ମନସ୍ଥ କରିଛି । କାଳେ କେହି ଭେଜାଲ ମିଶେଇ ଦେବ, ତେଣୁ ସେ ନିଜେ
ଘରେ ବସି ଇଉ ଟିଉବ୍ ଦେଖି ରାଖି ତିଆରି କରୁଛି । ଆତ୍ମନିର୍ଭର ଭାରତର ଆଉ ଏହାଠୁଁ ବଡ଼ ଉଦାହରଣ କଣ
ହୋଇପାରେ!
ବାହାଘରେ ନିମନ୍ତ୍ରଣ
ନବଘନ ବାହାଘରିଆ ଭୋଜିକୁ ଯିବାକୁ ଭାରି ଭଲ ପାଏ । ଏବେ ବାହାଘରିଆରେ କେତେ ଲୋକଙ୍କୁ ନିମନ୍ତ୍ରଣ କରାଯିବ ତାହା ନିର୍ଦ୍ଦିଷ୍ଟ କରିଦିଆଯାଇଛି । ପଚାଶ ଲୋକ । ନବଘନ ଏବେ ଯେଉଁ ବାହାଘରେ ତାକୁ ଡକା ହୋଇନି ତା ଉପରେ ନଜର ରଖେ । କେତେ ଲୋକ ଆସିଲେ ଗଣେ । ଯେମିତି ଦେଖିଲା ୫୦ ଟପିଲା- ପୋଲିସ୍କୁ ଫୋନ କରିଦିଏ ।
ତାର ନୀତି ସରଳ: ମୋତେ ଖାଇବାକୁ ନ ଡାକିଲେ, ମୁଁ ଆଉ କାହାକୁ ଖୁଆଇ ଦେବିନି ।
ନିର୍ଭରଶୀଳତା
ବର୍ତ୍ତମାନ ଅବସ୍ଥା ଯାହା ହେଲାଣି- ଆମେ ସବୁକିଛି ପାଇଁ ମିଡିଆ ଉପରେ ନିର୍ଭର । ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ହାସପାତାଳରେ ଥିଲେ । ସକାଳୁ ଉଠି ସେ ନିଜେ କେମିତି ଅଛନ୍ତି ବୋଲି ଜାଣିବାକୁ ସେ ଟିଭି ଖୋଲୁଛନ୍ତି ।
ରେସ୍ତୋରାଁରେ ଖାଇବାକୁ ଗଲେ ନବଘନ ବାବୁ । ଖାଇ ସାରିଲା ପରେ େୱଟର ଆସି ପଚାରିଲା, ସାର୍, ରୋଷେଇ ଭଲ ହୋଇଥିଲା?
ନବଘନ ମୋବାଇଲ୍ ଦେଖି କହିଲେ, କେଜାଣି! ଦଶମିନିଟ ହେଲା ଫଟୋ ପୋଷ୍ଟ୍ କରିଥିଲି । ଏଯାଏଁ ତ କାଇଁ ଗୋଟେ ବି ଲାଇକ୍ ଆସିନି ।
କରୋନା ଔଷଧ
କୁଆଡ଼େ ଗଲ ବେ, ପରୀକ୍ଷା ୧୦୦ରୁ ୧୦୦ ରଖିଲାବାଲା ବ୍ରିଲିଆଣ୍ଟ୍ ପିଲାମାନେ... କରୋନାର କଣ ଗୋଟେ ଔଷଧ କି ଟୀକା ବାହାର କର । ନହେଲେ ଏତେ ମାର୍କ ଯେଉଁ ରଖୁଥିଲ- କଉ କାମକୁ! ନା, ଖାଲି ଆମ ଭଳିଆ ପଛବେଞ୍ଚ୍ବାଲାଂକୁ ଘରେ ମାଡ଼ଗାଳି ଖୁଆଇପାଇଁ ରଖୁଥିଲ!
କନଫରେନ୍ସ୍ ଆଉ େୱବିନାର୍
େୱବିନାର୍ ହେଲା କନ୍ଫରେନ୍ସ୍ର ନୂଆ ରୂପ । ଲୋକ ଆଗରୁ କନ୍ଫରେନ୍ସ୍ରେ ଯୋଗ ଦେବାକୁ ଭିନ୍ନ ସହରକୁ ଯାଉଥିଲେ। କରୋନା ଯୋଗୁଁ କୁଆଡ଼େ ଯିବା ଆସିବାର ବନ୍ଦ । ତେଣୁ କନ୍ଫରେନ୍ସ୍ ଏବେ େୱବିନାର ରୂପରେ ଲୋକଙ୍କ ଘର ଭିତରକୁ ଆସିଯାଇଛି । ଆଗରୁ ଲୋକେ ସେଠି ଚେୟାରରେ ବସି ବସି ଶୋଉଥିଲେ । ଏବେ ଆନନ୍ଦରେ ଘରେ ଖଟରେ ଶୋଉଛନ୍ତି ।
ଗୁରୁ-ଜ୍ଞାନ
ନିଜ ଘର ଛାତରୁ ପାଣି ନ ଗଳିବା ଯାଏଁ ଆଉ ଘର ବାହାରେ ପାଣି ନ ଜମିବା ଯାଏଁ ବର୍ଷା ସମସ୍ତଙ୍କୁ ଭାରି ରୋମାଣ୍ଟିକ୍ ଲାଗେ ।
***
ସଂଚାର ମାଂର୍ଗ, ଢେଙ୍କାନାଳ ୭୫୯ ୦୦୧
No comments:
Post a Comment