ପଥେ ପ୍ରାନ୍ତରେ । ମୃଣାଳ । ୯.୮.୨୦୨୦
ଅଗଷ୍ଟ
କ୍ରାନ୍ତି ଦିବସ
ଆଜି ୯ ଅଗଷ୍ଟ
ହେଲା ଅଗଷ୍ଟ କ୍ରାନ୍ତି
ଦିବସ । ୧୯୪୨
ମସିହା ଏଇ ଦିନରେ
ଗାନ୍ଧିଜୀଙ୍କ ଭାରତ
ଛାଡ଼ ଆହ୍ୱାନରେ ସାରା
ଭାରତରେ ଆନ୍ଦୋଳନ ଆରମ୍ଭ
ହୋଇଥିଲା ।
ଯଦିଓ ଏ ଆନ୍ଦୋଳନରେ
ଇଂରେଜ ଭାରତ ଛାଡ଼ି
ଚାଲିଯାଇନଥିଲେ ତେବେ
ଏହା ସେମାନଙ୍କ ଶାସନର
ନିଅଁକୁ ହଲେଇଦେଇଥିଲା ବୋଲି
ଅନେକ ଐତିହାସିକ ମନେ
କରନ୍ତି । ଗାନ୍ଧିଜୀ ଏବଂ
ଅନେକ କଂଗ୍ରେସ ନେତା
ଅଗଷ୍ଟ ୮ ତାରିଖ
ଦିନ ବମ୍ବେ (ବର୍ତ୍ତମାନ
ମୁମ୍ବାଇ)ରେ
ଭାରତ ଛାଡ଼ ଆନ୍ଦୋଳନର
ଡାକରା ଦେଇଥିଲେ ।
ଗାନ୍ଧିଜୀ ଦେଇଥିଲେ
ତାଙ୍କ ସ୍ଲୋଗାନ୍: କର
ବା ମର ।
ଡୁ ଅର୍ ଡାଇ
। ଇଂରେଜ ସରକାରଙ୍କୁ
ତତ୍କ୍ଷଣାତ୍ ଭାରତ
ଛାଡ଼ି ଚାଲିଯିବା ପାଇଁ
କହିଥିଲେ ସେ
।
ପ୍ରତ୍ୟୁତ୍ତରରେ ଇଂରେଜ
ସରକାର ଗାନ୍ଧିଜୀ, ଜବାହାରଲାଲ
ନେହେରୁ, ବଲ୍ଲଭ ଭାଇ
ପଟେଲ ସମେତ କଂଗ୍ରେସର
ସବୁ ତୁଙ୍ଗ ନେତାମାନଙ୍କୁ
ଗିରଫ୍ କରି ଜେଲ୍ରେ ପୂରେଇ ଦେଲେ
। ଆଉ ଅଧିକାଂଶ
ନେତାଙ୍କୁ ୧୯୪୫ରେ
ବିଶ୍ୱଯୁଦ୍ଧ ଶେଷ
ହେବା ଯାଏଁ ଜେଲ୍ରେ ରଖିଦେଲେ । ହେଲେ
ଅଗଷ୍ଟ ୯ ତାରିଖ
ଦିନ ଅରୁଣା ଆସଫ୍
ଅଲ୍ଲୀ ବମ୍ବେର ଗୋଆଲିଆ
ମଇଦାନ୍ରେ ଭାରତର
ଜାତୀୟ ପତାକା ଉଡ଼େଇ
ଦେଲେ । କଂଗ୍ରେସର
ତୃଣମୂଳ ସ୍ତରର ନେତା
ଓ କର୍ମୀମାନେ ଏବଂ
ସାଧାରଣ ଲୋକମାନେ ଆନ୍ଦୋଳନ
ଆରମ୍ଭ କଲେ ।
ସାରା ଦେଶରେ ସେତେବେଳକୁ
ଖେଳି ଯାଇଥିଲା ଆନ୍ଦୋଳନର
ବାର୍ତ୍ତା ।
ଆରମ୍ଭ ହୋଇଯାଇଥିଲା ଆନ୍ଦୋଳନ
।
ହେଲେ ପୁରୁଖା ନେତୃତ୍ୱର
ଅଭାବ ଏବଂ ବ୍ରିଟିସ୍
ସରକାରଙ୍କ ଦମନ
ଫଳରେ (ଲକ୍ଷେ ଲୋକଙ୍କୁ
ଜେଲ୍ରେ ପୂରାହୋଇଥିଲା)
୧୯୪୩ ବେଳକୁ ଏ
ଆନ୍ଦୋଳନ ବିକ୍ଷିପ୍ତ
ଏବଂ କ୍ରମଶଃ ସ୍ତିମିତ
ହୋଇ ଯାଇଥିିଲା ।
ତେବେ ଐତିହାସିକମାନେ ଏ
ଆନ୍ଦୋଳନକୁ ସମ୍ପୂର୍ଣ୍ଣ
ବିଫଳ ହୋଇଥିଲା ବୋଲି
ଗ୍ରହଣ କରନ୍ତି ନାହିଁ
। ଦେଶବ୍ୟାପୀ ଏ
ଆନ୍ଦୋଳ ନ ଫଳରେ
ବି୍ରଟିସ୍ ସରକାର
ବୁଝଇଗଲେ- ଭାରତକୁ
ଆଉ ଅଧିକ ଦିନ
ପରାଧୀନ କରି ରଖଇବା
ସମ୍ଭବ ନୁହେଁ ।
ଦ୍ୱିତୀୟ ବିାଗବଯୁଦ୍ଧ
ପରେ ପରେ ବ୍ରିଟିସ୍
ସରକାର ଭାରତକୁ ସ୍ୱାଧୀନ
କରିବା କଥା ସ୍ଥିର
କରି ସାରିଥିଲେ ।
ପ୍ରଶ୍ନ କେବଳ ଥିଲା:
କେବେ ତାହା କରାଯିବ
।
ତାପରର ଘଟଣା ଆମେ
ସମସ୍ତେ ଜାଣିଛୁ ।
ଇମୁ୍ୟନିଟି ବୁଷ୍ଟର
ଇମୁ୍ୟନିଟିର ଓଡ଼ିଆ
ହେଲା ରୋଗ ପ୍ରତିରୋଧକ
ଶକ୍ତି । ସେଟା
ବଢ଼ିଲେ କରୋନା ହେବାର
ଆଶଙ୍କା କମ ।
ତେଣୁ ଏବକୁ ଦେଖୁଛି
ଆଲୋପାଥି, ହୋମିଓପାଥି,
ନାଚୁରୋପାଥି- ସାବୁନ୍,
ଶ୍ୟାମ୍ପୁ, ସାନିଟାଇଜର-
କଲରା, ଭେଣ୍ଡି, କାକୁଡ଼ି-
କାନ୍ଥର ରଂଗ, ଜାମା,
ଜୋତା- ଏ ସମସ୍ତେ
ଇମ୍ୟୁନିଟି ବଢ଼ାଉଛନ୍ତି
ବୋଲି ବିଜ୍ଞାପନ ଦେଉଛନ୍ତି
। ବାବା ରାମଦେବ
ପ୍ରଥମେ କହୁଥିଲେ କରୋନିଲ୍
କରୋନାକୁ ନିଲ୍
କରିଦେବ । ଏବେ
କହୁଛନ୍ତି: ଏଟା
ହେଲା ଇମ୍ୟୁନିଟି ବୁଷ୍ଟର
। ବିଭିନ୍ନ ସାମାଜିକ
ଗଣମାଧ୍ୟମ ମଂଚରୁ
ଏତେ ବିଭିନ୍ନ ଆଉ
ବିଚିତ୍ର ପ୍ରକାର
ଇମ୍ୟୁନିଟି ବୁଷ୍ଟର
କଥା ପଢ଼ିବାକୁ, ଶୁଣିବାକୁ,
ଦେଖିବାକୁ ମିଳୁଛି
ଯେ ମୁଣ୍ଡ ଟିଣ
ହୋଇଯାଉଛି ।
ମଣିଷ ଫୁଲ୍ କନ୍ଫୁ୍ୟଜ ହୋଇଯାଉଛି ।
ଏତେ ରୋଗ ପ୍ରତିରୋଧକ
ଶକ୍ତି ବୁଷ୍ଟର୍ ଆମ
ଚାରିପଟେ ରହିଛି-
ତଥାପି କେମିତି କରୋନା
କେସ୍ ବଢ଼ି ବଢ଼ି
ଚାଲିଛି?
ସେମିତି ଦେଖିଲେ କରୋନା
ପୂରାପୂରି ଭଲ
ହେବାର କେତେ ବାଟ
ପ୍ରତିଦିନ ଦେଖାଉଛନ୍ତି
ଆମ ନେତା ଆଉ
ବାବାମାନେ ।
ଜଣେ ନେତ୍ରୀ କହିଲେ
ହନୁମାନ ଚାଳିସା ଜପ
କର, କରୋନା ଛାଡ଼ି
ପଳେଇବ । ଜଣେ
ନେତା କହିଲେ, ଅମକ
ବ୍ରାଣ୍ଡ୍ର
ପାମ୍ପଡ଼ ଖାଅ, କରୋନା
ଭଲ ହୋଇଯିବ ।
ମାଂଗାଲୋରର ଜଣେ
ନେତା ଆହୁରି ଭଲ
ଆଇଡିଆ ଦେଲେ: ରମ୍
ପିଅ, ଅଣ୍ଡା ପୋଚ୍
ଖାଅ । କରୋନା
ଭଲ ହୋଇଯିବ ।
ଏଇ ଆଇଡିଆଟା ଆମ
ନବଘନକୁ ଖୁବ୍ ଭଲ
ଲାଗିଥିଲା ।
ହେଲେ ରମ୍ ବଦଳରେ
ହୁଇସ୍କି କିମ୍ବା
ବ୍ରାଣ୍ଡି ପିଇଲେ
ହେବ ସମାନ ଫଳ
ହେବ ବୋଲି ସେ
ନିଜେ କହିଦେଇ ବିପଦରେ
ପଡ଼ିଲା । ତା
ପନିୀ ରଂଗବତୀ ଏ
ଆଇଡିଆଟାକୁ ବିଲ୍କୁଲ୍ ନାକଚ କରିଦେଲେ
। ଆମ ଓଡ଼ିଶାର
ଜଣେ ବାବା କରୋନା-ରୋଗୀକୁ ଆଲିଂଗନ କରି
କରୋନା ଭଲ କରିଦେବେ
ବୋଲି ଟେଲିଭିଜନରେ କହିଲେ
। ହେଲେ ମୁସକିଲ
ହେଲା ତାଙ୍କୁ କେହି
ଏ କାର୍ଯ୍ୟ କରିବାର
ଚାନ୍ସ୍ ଦେଉ ନାହାନ୍ତି
।
ଲିପ୍ଷ୍ଟିକ୍
ମୁଁ ଗ୍ୟାରେଣ୍ଟି ଦେଇ
କହିପାରେ ଆପଣମାନଙ୍କ
ଭିତରୁ ଅନେକେ ଜାଣି
ନଥିବେ ଯେ ୨୯
ଜୁଲାଇ ଥିଲା ଲିପ୍ଷ୍ଟିକ୍ ଦିବସ ।
ମୁଁ ବି ଜାଣିନଥିଲି
। ଏକଥାଟା ମୋତେ
କହିଲେ ମୋ ପନିୀ
। ସେଦିନ ସକାଳୁ
ସେ ମୁହଁ ଶୁଖେଇ
ବସିଥିଲେ ଯେ
ପଚାରିଦେଲି: କଣ
ହୋଇଛି ତମ ମୁହଁ
କାହିଁକି ଶୁଖିଲା?
ସେ ଉତ୍ତର ଦେଲେ-
ଶୁଖିଲା ହେବନି! ଆଜି
ଲିପ୍ଷ୍ଟିକ୍ ଡେ
। ହେଲେ ମଣିଷ
ଟିକେ ଲିପ୍ଷ୍ଟିକ୍
ଲଗେଇ ପାରୁନି ।
କି କରୋନା ଆସିଲା
ଯେ ମଣିଷର ସଉକ
ସୌଖିନ୍ ଆଉ କିଛି
ରହିଲାନି ।
ଆଜି ପରା ଦିନରେ
ଗୋଟେ ଲିପ୍ଷ୍ଟିକ୍
ବି କିଣି ପାରୁନି!
କରୋନା କାଳରେ ମୁଖା
ପିନ୍ଧିବାକୁ ହେଉଛି
ବୋଲି ମୋ ସ୍ତ୍ରୀଙ୍କ
ମନ ଖରାପ ।
କାରଣ ସେ ଲିପ୍ଷ୍ଟିକ୍ ଲଗେଇ ପାରୁ
ନାହାନ୍ତି ।
ମୁଁ ଜାଣେ ଏ
ଦୁଃଖ ଆହୁରି ଅନେକଙ୍କର
ହେଉଥିବ ।
ଓଠ ରଂଗେଇବା ସ୍ତ୍ରୀଲୋକମାନଂକର ଆଜିର ଅଭ୍ୟାସ
ନୁହେଁ । ଆଜିଠୁଁ
୪୦୦୦ ବର୍ଷ ତଳେ
ସୁମେରିୟ ମହିଳାମାନେ
ନିଜ ଓଠ ରଂଗେଇବା
ପାଇଁ ରଂଗ ଲଗଉଥିବାର
ପ୍ରମାଣ ଅଛି ।
ରୋମ୍ରେ ସମ୍ଭ୍ରାନ୍ତ
ମହିଳା ଏବଂ ପୁରୁଷମାନେ
ବି ଓଠ ରଂଗଉଥିଲେ
। ୧୭୭୦ରେ ବ୍ରିଟିସ୍
ପାର୍ଲାମେଣ୍ଟ୍ ମହିଳାମାନେ
ଲିପ୍ଷ୍ଟିକ୍ ଲଗେଇବାକୁ
ବ୍ୟାନ୍ କରିଦେଇଥିଲେ ।
କହିଥିଲେ ଇଏ
ହେଲା ପୁରୁଷମାନଂକୁ ବିବାହ
ପାଇଁ ବାଧ୍ୟ କରିବାର
ଏକ ଶଇତାନି ବୁଦ୍ଧି
। ସେଇ ବ୍ରିଟେନ୍ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ
ବେଳେ ଚର୍ଚ୍ଚିଲ ଲିପ୍ଷ୍ଟିକ୍ ଉତ୍ପାଦନକୁ ପରୋକ୍ଷରେ
ପ୍ରୋତ୍ସାହନ ଦେଇଥିଲେ
। ସେ ଭାବୁଥିଲେ
ଏହାଦ୍ୱାରା ବିଟ୍ରେନ୍ରେ ଲୋକଂକର ମନୋବଳ
ମଜବୁତ ରହିବ ।
୧୮୮୪ରେ ଏକ ଫ୍ରେଞ୍ଚ୍
କମ୍ପାନି ପ୍ରଥମ
ଥର ପାଇଁ ବାଣିଜ୍ୟିକ
ଭାବେ ଲିପ୍ଷ୍ଟିକ୍
ତିଆରି କଲେ ।
ଆଉ ୨୦୧୯ରେ ବିଶ୍ୱରେ
ଲିପ୍ଷ୍ଟିକ୍ର
ବଜାର ମୂଲ୍ୟ ହେଲା
୧୩.୨ ବିଲିଅନ୍
ଆମେରିକୀୟ ଡଲାର
। ଅର୍ଥାତ୍ ପାଖାପାଖି
ଏକ ଲକ୍ଷ କୋଟି
ଟଂକା ।
ଆଇଡିଆ
ଗତ କେଇ ମାସ
ହେଲା ପ୍ରତି ଦୁଇ
ଘଣ୍ଟାରେ ସାନିଟାଇଜର୍ରେ ହାତ ଧୋଇ
ଆଂଗୁଳିଗୁଡ଼ାକ ବି
ଆଲ୍କୋହଲିକ୍ ହୋଇ
ଗଲେଣି । ଏବେ
ପୁଣି ସରକାର ସାନିଟାଇଜର
ଉପରେ ୧୮ ଶତାଂଶ
ଜିଏସ୍ଟି ବସେଇ
ସାରିଲେଣି ।
ତେଣୁ ଭାବୁଛି ଏବେ
ଗୋ-ମୂତ୍ରରେ ହାତ
ଧୋଇବି । ଗୋ-ପ୍ରେମୀମାନେ କେବେଠୁଁ
କହିଲେଣି ସେଥିରେ
କୁଆଡ଼େ କରୋନା ଭାଇରସ
ମରିଯାଏ ।
ବାବାଙ୍କ ମହିମା
ନବଘନ ଯାଇଥିଲା ବାବାଙ୍କ
ମଠକୁ । ସେଠୁ
ଫେରୁ ଫେରୁ ରାତି
। ବାଟରେ ପୋଲିସବାଲା
ଅଟକେଇଲେ ।
ପଚାରିଲେ, ବ୍ୟାଗ୍ରେ କଣ ଅଛି?
- ଆଜ୍ଞା,
ବାବାଙ୍କ ପାଦୁକ
ପାଣି ।
- ଦେଖାଅ
।
ବଡ଼ ସନ୍ତର୍ପଣରେ ବୋତଲଟି
ପୋଲିସବାଲାଙ୍କୁ ବଢ଼େଇଦେଲା
ନବଘନ ।
ପୋଲିସବାଲା ତାକୁ
ଶୁଂଘି, ଟିକେ ଚାଖି
କହିଲେ: ଇଏ ତ
ମଦ! ହୁଇସ୍କି ଭଳି
ଲାଗୁଛି ।
- ଦେଖିଲ
ବାବାଙ୍କ ମହିମା!
ମନ ବୁଝି ପାଦୁକ
ବି କେମିତି ବଦଳି
ଯାଉଛି ।
***
ସଂଚାର ମାର୍ଗ, ଢେଙ୍କାନାଳ
୭୫୯ ୦୦୧
No comments:
Post a Comment