ସର୍ପବିଦ୍ୟା
ମୂଳ ବଙ୍ଗଳା: ଇକରାମ କବୀର
ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।
କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ ଲୋକଙ୍କୁ ଦଶଂନ କରେ । ଦିନରେ ସେ ଝଡାଫୁଙ୍କା କରି ଓ ବିଷ କମେଇ ଦିଏ ଆଉ ରାତିରେ ପୁଣି ସେହି ବିଷକୁ ନିଜେ ସୁଯୋଗ ଉଣ୍ଡି ଅନ୍ୟ କେଉଁଠି ବିଞ୍ଚିଦିଏ ।
ଦିନେ ରାତିରେ ଗୋଟେ ପିଲା - ତା ନାଁ ରମେଶ, ସେ ଅନୀସ ମୁଲ୍ଲାଙ୍କର ସାପ ରୂପ ଦେଖି ପକେଇଲା । ନିଜକୁ ବଂଚେଇବାପାଇଁ ସେ କହିଲା – ମୁଁ ଆପଣଙ୍କର ଶିଷ୍ୟ ହେବାପାଇଁ ଚାହେଁ । ଆପଣଙ୍କଠୁ ମୁଁ ଏ ବିଦ୍ୟା ଶିଖିବାପାଇଁ ଚାହେଁ ।
ଅନିସ ମୁଲ୍ଲା କହିଲେ, ଯଦି ସାପ ହେବାପାଇଁ ଚାହୁଁ ଆଗେ ମଣିଷ ହ । ମୁଁ ମଣିଷ ହେଇଥିଲି, ସେଥିପାଇଁ ସାପ ହେଇ ପାରିଛି । ଏକମାତ୍ର ମଣିଷ ହିଁ ସାପ ହେଇପାରେ ।